Advertisment

ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି

ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।

author-image
Debadatta Aryashrestha
Madan Nayak

Madan Nayak

ହାଟ ସ୍ଥାନାନ୍ତର ରାଜନୀତିରେ ଫସିଗଲେ ବ୍ୟବସାୟୀ ମଦନ ନାୟକ। ଗଣ୍ଡଗୋଳ ପରେ ଶୁକ୍ରବାର ବବିଙ୍କ ଭାଇ ଭବ ପ୍ରସାଦ ଦାସ ଓରଫ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିଲେ। ନ୍ୟାୟ ପାଇଁ ପୁଲିସ ପାଖରେ ଗୁହାରୀ କରିଥିଲେ। ହେଲେ ଗତ ୨୪ ଘଣ୍ଟାରେ କ'ଣ ହେଲା ଯେ, ସବୁକିଛି ଓଲଟପାଲଟ ହୋଇଗଲା। ଶୁକ୍ରବାର ଯିଏ ନ୍ୟାୟ ପାଇଁ ଦାବି କରୁଥିଲେ, ଆଜି ଖାଲି ଥରୁଛନ୍ତି। ଦଦଦଦ ମମମମ ହେଉଛନ୍ତି। ତାଙ୍କ ପାଟି ଖନି ମାରୁଛି। ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ ନେଇ ନାନା ଚର୍ଚ୍ଚା ହେଉଛି। ବବିଙ୍କ ଚାପରେ ବ୍ୟବସାୟୀ ଜଣକ ୟୁ-ଟର୍ଣ୍ଣ ନେଇଥିବା ଆଲୋଚନା ହେଉଛି।

Advertisment

ଯାଜପୁର ବିରଜା ହାଟରେ ପରିବା ବ୍ୟବସାୟ କରନ୍ତି ମଦନ ନାୟକ। ଶୁକ୍ରବାର ସେ ଲଲଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମିଡିଆରେ ପ୍ରତିକ୍ରିୟା ଦେଇ ସେ କହିଥିଲେ, ଲଲ ବାବୁ ଆସି କହିଲେ ଉଠୁ ତୁ। ମୁଁ ନ ଉଠିବାରୁ ମୋର ଟମାଟୋ, ବାଇଗଣ, ଫୁଲକୋବି ଆଦି ପରିବା ଟଣାଟଣି କରିଥିଲେ। ପ୍ରତିବାଦ କରିବାରୁ ଧକ୍କା ମାରିଲେ। ମୁଁ ପଡ଼ିଯିବା ପରେ ମୋ ପକେଟରେ ଥିବା ୧୨ ହଜାର ଟଙ୍କା ଓ ଚିଠା ନେଇଯାଇଥିଲେ। ଆମକୁ କହିଲେ ଏଠାରେ ତୁମକୁ ବସାଇ ଦେବୁନାହୁଁ। ଆମକୁ ନ୍ୟାୟ ଦରକାର ବୋଲି ମଦନ କହିଥିଲେ।

ହେଲେ ୨୪ ଘଣ୍ଟାରେ କଣ ହେଲା, ବଦଳିଗଲା ପୂରା ଚିତ୍ର। ସବୁଠାରୁ ମଜାଦାର କଥା ହେଉଛି ଆଜି ଯାଜପୁରର ଜଣେ ନେତାଙ୍କ ଏସି କାର୍‌ରେ ଖୋଦ ଲଲଙ୍କ ପାଇଁ ଲଢ଼ୁଥିବା ଓକିଲଙ୍କ ସହ ମଦନ ଥାନାରେ ପହଞ୍ଚିଥିବା କୁହାଯାଉଛି। ସେ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଥିବା ଥାନାରେ ଜଣାଇଛନ୍ତି। ଏହାପରେ ତାଙ୍କୁ ସାଥୀରେ ଧରି ଜଜଙ୍କ ଆବାସିକ ଅଫିସକୁ ଲଲଙ୍କ ଓକିଲ ଯାଇଥିଲେ। ଗଣମାଧ୍ୟମରେ ସେ ଗତକାଲି ରଖିଥିବା ମତ ମଧ୍ୟ ବଦଳାଇଦେଇଛନ୍ତି। କ୍ୟାମେରା ଆଗରେ ଥରି ଥରି ଲଲ ସେପରି କିଛି କରିନଥିବା କହିଛନ୍ତି ମଦନ।

Advertisment

ସେ କହିଛନ୍ତି, ମୁଁ ହାଟରେ ବିଳମ୍ବରେ ପହଞ୍ଚିଥିଲି। ସେଠାରେ କଣ ଘଟିଥିଲା ମୁଁ ଜାଣିନାହିଁ। ମୁଁ ଭୁଲରେ ଥାନାରେ ଏତଲା ଦେଇଥିଲି ବୋଲି କହିଛନ୍ତି। ହେଲେ ଘରେ ସ୍ତ୍ରୀ ପିଲା କହିବାରୁ ଆଜି ସେ ସକାଳେ ଯାଇ ବବି ବାବୁଙ୍କୁ ଭୁଲ ମାଗି ଆସିଥିବା କହିଛନ୍ତି। ଏତିକି ନୁହେଁ, ସେ କାଲି ମିଡିଆ ଆଗରେ ଯାହା କହିଥିଲେ, ସେସବୁ ମିଛ କହିଥିଲେ ବୋଲି ନିଜେ କହିଛନ୍ତି ମଦନ।

Bobby Das Bhaba Prakash Das Jajpur News