Advertisment

‘୧୫ ଦିନରେ ସରିବ ସୁଭଦ୍ରା ଯାଞ୍ଚ; ଯୋଗ୍ୟ ମହିଳା ପାଇବେ ଟଙ୍କା’

୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
Pravati parida

Pravati parida

Advertisment

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିବେ, ସେମାନେ ଟଙ୍କା ପାଇବେ। ଆଜି ଏହି ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।

Advertisment

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଜାଗାରେ ଅଧିକ ରିଜେକ୍ସନ ଅଛି, ସେହି ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ମାଲକାନଗିରି, ଗଜପତି ଓ କୋରାପୁଟ ଜିଲ୍ଲାରେ ଅଧିକ ରିଜେକ୍ସନ ହୋଇଛି। ମାଲକାନଗିରିରୁ ୨ ବ୍ଲକରୁ ରିପୋର୍ଟ ଆସିଥିଲା। ସିଡିପିଓଙ୍କ ଦାୟିତ୍ୱରେ ସେଠି କାଲିଠୁ ଟିମ୍‌ ପହଞ୍ଚିଛନ୍ତି। ସେଠାରେ ଯାଞ୍ଚ ଚାଲିଛି। ୧୫ ଦିନ ଭିତରେ ‘ସୁଭଦ୍ରା’ର ଯାଞ୍ଚ ପ୍ରକ୍ରିୟା ସରିଯିବ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଚତୁର୍ଥ ପର୍ଯ୍ୟାୟରେ ଆମେ ତାଙ୍କୁ ସାମିଲ କରିବୁ।

ସୁଭଦ୍ରା ଆବେଦନ କରିବା ବେଳେ ପ୍ରଥମେ ସର୍ଭର ଡାଉନ ହୋଇଥିଲା। ସେତେବଳେ ଯେଉଁମାନେ ଆବେଦନ କରିଥିଲେ, ସେମାନେ ଆଉ ଦ୍ୱିତୀୟ ଥର ଆବେଦନ କରି ନାହାନ୍ତି। ସେମାନଙ୍କର ରିଜେକ୍ଟ ହୋଇଯାଇଛି। ୧କୋଟିଏ ୬ ଲକ୍ଷ ମହିଳା ସୁଭଦ୍ରା ଆବେଦନ କରିଛନ୍ତି। ସେଥିମଧ୍ୟରୁ ୨ଲକ୍ଷ ୬୪ ଜଣଙ୍କର ରିଜେକ୍ଟ ହୋଇଯାଇଛି। ରିଜେକ୍ଟ ହୋଇଥିବା ୨୫ପ୍ରତିଶତଙ୍କର ଯାଞ୍ଚ ସରିଛି। ବାକି ଆଉ ସବୁ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। 

Advertisment

୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର।

Bjp Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe