Advertisment

ଉପରାଷ୍ଟ୍ରପତିଙ୍କ ମିମିକ୍ରି କରିବା ପଡ଼ିଲା ମହଙ୍ଗା, ଟିଏମ୍‌ସି ସାଂସଦଙ୍କ ନାଁରେ ମାମଲା ରୁଜୁ

ମିମିକ୍ରି କରିଥିବା ଟିଏମ୍‌ସି ସାଂସଦ ଗିରଫ ହେବା ସମ୍ଭାବନା ରହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
kalyan-banerjee

kalyan-banerjee

ଉପରାଷ୍ଟ୍ରପତିଙ୍କ ମିମିକ୍ରି କରିବା ପଡିଲା ମହଙ୍ଗା। ବିରୋଧୀ ସାଂସଦଙ୍କ ନିଲମ୍ବନ ପରେ ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡେଙ୍କ ମିମିକ୍ରି ବା ନକଲ କରିଥିବା ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ନାଁରେ ରୁଜୁ ହୋଇଛି ମାମଲା। ତାଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏହି ମାମଲା ରୁଜୁ କରିଛି।

Advertisment

ଅଭିଷେକ ଗୌତମ ନାମକ ଜଣେ ଓକିଲ ଡିଫେନ୍ସ କଲୋନୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି, ଯାହାକୁ ପୋଲିସ ଗ୍ରହଣ କରିଛି। ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଇଥିବା ଓକିଲ ଅଭିଷେକ ତାଙ୍କ ଅଭିଯୋଗରେ କହିଛନ୍ତି। ଏହି ତୃଣମୂଳ କଂଗ୍ରେସ ସାଂସଦଙ୍କ ବିରୋଧରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ମୁତାବକ, ଯଦି ଅଭିଯୋଗ ଆଧାରରେ ତଦନ୍ତ ହୁଏ ତେବେ ଟିଏମ୍‌ସି ସାଂସଦ ଗିରଫ ହେବା ସମ୍ଭାବନା ରହିଛି। ତେବେ କେଉଁ ଧାରାରେ ମାମଲା ରୁଜୁ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ। ପୁଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି।

Advertisment

ଉଲ୍ଲେଖଯୋଗ୍ୟ, ନିଲମ୍ବିତ ସାଂସଦମାନେ ନୂତନ ସଂସଦ ଭବନର 'ମାକର ଦ୍ୱାର'ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭାର ପ୍ରକ୍ରିୟା ଚାଲିଥିବାବେଳେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼େଙ୍କ କଥା କହିବା ଶୈଳୀକୁ ନକଲ କରିଥିଲେ। ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଘଟଣାସ୍ଥଳରେ ଠିଆ ହୋଇ ମୋବାଇଲରେ ବାନାର୍ଜୀଙ୍କ ମିମିକ୍ରି କରୁଥିବା ବେଳର ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳିଥିଲା। ପରେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। 

Jagdeep Dhankar Parliament Session TMC MP