Advertisment

ଶେଷ କ୍ୟାବିନେଟ ବୈଠକରେ ବଡ଼ କଥା କହିଲେ ମୋଦି

ବିଜେପି ଏକାକୀ ସରକାର ଗଠନ କରିବାକୁ ଚଳିତ ଲୋକସଭା ନିର୍ବାଚନରେ ସକ୍ଷମ ହୋଇନାହିଁ। ଦଳ ୨୪୦ଟି ଆସନ ଜିତିଥିବା ବେଳେ ମ୍ୟାଜିକ ନମ୍ବର ଠାରୁ ୩୨ ଦୂରରେ ରହି ଯାଇଛି।

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଚଳିତ କାର୍ଯ୍ୟକାଳର ଶେଷ କ୍ୟାବିନେଟ ବୈଠକର ଆଜି ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସେ ନିଜର ମନ୍ତ୍ରୀମାନଙ୍କୁ ବଡ଼ କଥା କହିଛନ୍ତି। ବିଜୟ ଓ ପରାଜୟ ରାଜନୀତିର ଅଂଶବିଶେଷ ବୋଲି ମୋଦି ମତ ରଖିଛନ୍ତି।

Advertisment

ବିଜେପି ଏକାକୀ ସରକାର ଗଠନ କରିବାକୁ ଚଳିତ ଲୋକସଭା ନିର୍ବାଚନରେ ସକ୍ଷମ ହୋଇନାହିଁ। ଦଳ ୨୪୦ଟି ଆସନ ଜିତିଥିବା ବେଳେ ମ୍ୟାଜିକ ନମ୍ବର ଠାରୁ ୩୨ ଦୂରରେ ରହି ଯାଇଛି। ତେଣୁ ଦଳକୁ ସରକାର ଗଠନ ପାଇଁ ସହଯୋଗୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ବିଜେପିର ସହଯୋଗୀ ଦଳମାନେ ୫୨ଟି ଆସନ ଜିତିଥିବାରୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଆଜି ସେ ନିଜ ଚଳିତ କାର୍ଯ୍ୟକାଳର ଶେଷ କ୍ୟାବିନେଟ ବୈଠକ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି।

Advertisment

ଶେଷ କ୍ୟାବିନେଟ ବୈଠକରେ ମୋଦି କହିଛନ୍ତି, “ଆମେ ବିଗତ ୧୦ ବର୍ଷ ଧରି ଭଲ କାମ କରିଛୁ। ଆମେ ଆଗକୁ ମଧ୍ୟ ଏହି ଧାରାକୁ ବଜାୟୀ ରଖିବା। ବିଜୟ ଓ ପରାଜୟ ରାଜନୀତିର ଗୋଟିଏ ଅଂଶବିଶେଷ।

ସଂଖ୍ୟାର ଖେଳ ଜାରି ରହିବ। ଆପଣମାନେ ସମସ୍ତେ କଠିନ ପରିଶ୍ରମ କରିଛନ୍ତି।” ୧୦ ବର୍ଷ ଧରି କେନ୍ଦ୍ରମନ୍ତ୍ରୀମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ପରେ ମୋଦି ସିଧା ରାଷ୍ଟ୍ରପତି ଭବନ ପହଞ୍ଚି ଇସ୍ତଫା ଦେଇଥିଲେ। ୧୭ତମ ଲୋକସଭାର କାର୍ଯ୍ୟକାଳ ଜୁନ ୧୬ରେ ଶେଷ ହେବ। କିନ୍ତୁ ଜୁନ ୮ରେ ମୋଦି ୩.୦ ଆରମ୍ଭ ହେବ।

PM Modi Lok Sabha Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe