Advertisment

କଂଗ୍ରେସ Vs କଂଗ୍ରେସ: ପିସିସି ଅଫିସରେ ପିଟାପିଟି ହେଲେ ନେତା, ବର୍ଷିଲା ଲାତ-ଗୋଇଠା

କଂଗ୍ରେସ ନେତାଙ୍କ ମାରପିଟ୍‌ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

congress leaders clash

congress leaders clash

Advertisment

ଥମୁନି କଂଗ୍ରେସର ଅନ୍ତଃକନ୍ଦଳ। ଏବେ ଦାଣ୍ଡରେ ପଡି ହାଟରେ ବିକ୍ରି ହେଲାଣି କଂଗ୍ରେସର ଭିତିରିଆ ଲଢ଼େଇ। ସର୍ବ ସମ୍ମୁଖରେ ପିଟାପିଟି ହେଉଛନ୍ତି ନେତା। କେବଳ ସେତିକି ନୁହେଁ ପିସିସି ଅଫିସରେ ଚୌକି ମଧ୍ୟ ଫିଙ୍ଗାଫିଙ୍ଗି ହୋଇଛନ୍ତି। ପରସ୍ପରକୁ ଅସଭ୍ୟା ଭାଷାରେ ଗାଳିଗୁଲଜ କରିବା ସହ ବର୍ଷାଇଛନ୍ତି ଲାତ ଗୋଇଠା। କଂଗ୍ରେସ ନେତାଙ୍କ ମାରପିଟ୍‌ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରକୃତରେ ମଧ୍ୟପ୍ରଦେଶର କଂଗ୍ରେସରେ ଜାରି ରହିଥିବା ଅନ୍ତଃକନ୍ଦଳ ଥମିବାର ନାଁ ନେଉଁ ନାହିଁ। ବିଧାନସଭା ନିର୍ବାଚନ ବେଳେ କମଳନାଥ ଓ ଦିଗବିଜୟ ସିଂହଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଭୋପାଲର ପିସିସି କାର୍ଯ୍ୟାଳୟ ପରିସରରେ କମଳନାଥ ଓ ଦିଗବିଜୟଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା ଜଣାପଡିଛି।

କମଳନାଥ ଓ ଦିଗବିଜୟଙ୍କ ସମର୍ଥକ ପରସ୍ପର ଉପରକୁ ଚୌକି ଫିଙ୍ଗା ଫିଙ୍ଗି ହୋଇଛନ୍ତି। କେବଳ ସେତିକି ନୁହେଁ ଅସଭ୍ୟା ଭାଷାରେ ଗାଳିଗୁଲଜ କରିବା ସହ ପରସ୍ପର ଉପରକୁ ଲାତ ଗୋଇଠା ବିଧା ବର୍ଷାଇଛନ୍ତି। ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ପ୍ରଦୀପ ଅହିରୱର ଏବଂ କଂଗ୍ରେସ ରାଜ୍ୟ ମୁଖପାତ୍ର ଶାହୀର ଖାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଉଭୟ ନେତା ପରସ୍ପରକୁ ମାଡ଼ ମାରିଛନ୍ତି। ସୋମବାର ଏହି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

କୁହାଯାଉଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଅପଶବ୍ଦ କହିବା ପରେ ଏହି ଲଢ଼େଇ ଆରମ୍ଭ ହୋଇଥିଲା। ମଧ୍ୟପ୍ରଦେଶ ବିଜେପି ରାଜ୍ୟ ମୁଖପାତ୍ର ନରେନ୍ଦ୍ର ସାଲୁଜା ସୋସିଆଲ ମିଡିଆ ପ୍ଲାଟଫର୍ମରେ କଂଗ୍ରେସ ନେତାଙ୍କ ଲଢ଼େଇର ଭିଡିଓ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି।

ଗୋଟିଏ ପଟେ କମଲନାଥ ଓ ଦିଗବିଜୟ ସିଂହଙ୍କ ସମର୍ଥକମାନେ ପରସ୍ପର ମୁହାଁମୁହିଁ ହୋଇଥିବା ବେଳେ ଅନ୍ୟପଟେ ଦିଗବିଜୟ ସିଂହ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁ ନାହିଁ। କାରଣ ମୁଁ ରାଜ୍ୟସଭାର ସଦସ୍ୟ। ମୋ କାର୍ଯ୍ୟକାଳରେ ଆହୁରି ଦୁଇ ବର୍ଷ ଅଛି।

Congress Madhya Pradesh Bhopal Congress Leader Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe