Advertisment

ଏକାଠି ହେଲେ ଗେହଲଟ-ପାଇଲଟ୍‌, ରାହୁଲଙ୍କୁ କଲେ ସ୍ୱାଗତ

ଆମେ ଏକାଠି ଅଛୁ ଆଉ ରହିବୁ ବୋଲି ରାହୁଲ କହିଛନ୍ତି।

 Sachin Pilot Rahul gandhi Ashok Gehlot

Sachin Pilot Rahul gandhi Ashok Gehlot

Advertisment

କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍‌। ପରସ୍ପରକୁ ଟାର୍ଗେଟ କରୁଥିବା ଏହି ଦୁଇ ନେତା ଏକାଠି ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଏହି ଦୁଇ ନେତା ମିଶି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ ମଧ୍ୟ ଜଣାଇଛନ୍ତି।

Advertisment

ଆସନ୍ତା ନଭେମ୍ବର ୨୫ ତାରିଖରେ ରାଜସ୍ଥାନ ନିର୍ବାଚନ ପାଇଁ ମତଦାନ ହେବ। ଏଥିପାଇଁ ଜୋରସୋରରେ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି ସମସ୍ତ ଦଳ। ଆଜି ଜୟପୁରରେ ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ପହଞ୍ଚିଥିଲେ। ଏହି ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ଅଶୋକ ଗେହଲଟ ଓ ସଚିନ ପାଇଲଟ୍। ଏ ଦୁହେଁ ବିମାନବନ୍ଦରରେ ପହଞ୍ଚି ରାହୁଲଙ୍କୁ ସ୍ୱାଗତ ଜଣାଇଛନ୍ତି। ଏହି ସମୟରେ ଏହି ତିନି କଂଗ୍ରେସ ନେତାଙ୍କ ମଧ୍ୟରେ 'ପ୍ରଥମେ ଆପଣ ପ୍ରଥମେ ଆପଣ' ଅତିଥି ସତ୍କାର ବେଳର ଭିଡିଓ ସାମ୍ନାକୁ ଆସିଛି।

ବିମାନ ବନ୍ଦରରେ ରାହୁଲ ଗାନ୍ଧି ସାମ୍ବାଦିକଙ୍କୁ ସମ୍ବୋଧନ କରିଛନ୍ତି। ଆମେ କେବଳ ଏକାଠି ନଜର ଆସିନୁ, ଆମେ ଏକାଠି ଅଛୁ ଆଉ ରହିବୁ ବୋଲି ସେ ସାମ୍ବାଦିକଙ୍କୁ କହିଛନ୍ତି। ରାଜସ୍ଥାନରେ କଂଗ୍ରେସ ନିର୍ବାଚନ ଜିତିବ ବୋଲି ମଧ୍ୟ ରାହୁଲ ଦୃଢ଼ୋକ୍ତି ବାଢ଼ିଛନ୍ତି। ରାଜସ୍ଥାନରେ ଭୋଟିଂ ପୂର୍ବରୁ କଂଗ୍ରେସରେ କନ୍ଦଳ ଥିଲେ ମଧ୍ୟ ସମସ୍ତ ନେତା ଏକାଠି ନଜର ଆସିଛନ୍ତି। ଏଥିସହ ଜନତାଙ୍କ ଆଗରେ ସେମାନଙ୍କ ମଧ୍ୟରେ ଏକତା ବଜାୟ ରହିଥିବା ଦର୍ଶାଇବାକୁ କଂଗ୍ରେସ ଚେଷ୍ଟା କରିଛି।

Advertisment

ଗେହଲଟ ଓ ପାଇଲଟଙ୍କ ନେତୃତ୍ୱାଧୀନ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଅନ୍ତଃକନ୍ଦଳ ହେଉଛି କଂଗ୍ରେସର ସବୁଠୁ ବଡ଼ ଦୁର୍ବଳତା। ଏହି କାରଣରୁ ୨୦୨୦ରେ ରାଜସ୍ଥାନ ସରକାରରେ ସଙ୍କଟ ଦେଖାଦେଇଥିଲା। ଏବେ ନିର୍ବାଚନୀ ପାଖେଇ ଆସିଥିବାରୁ ଯେପରି ଏଥିରେ କୌଣସି ପ୍ରଭାବ ନ ପଡେ ସେଥିପାଇଁ ଦଳ ନିଜକୁ ଏକଜୁଟ୍‌ ଦେଖାଇବକୁ ଚେଷ୍ଟା କରୁଛି।

ସୂଚନା ମୁତାବକ, ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମା' ସୋନିଆ ଗାନ୍ଧିଙ୍କ ସହ ଜୟପୁରରେ ପହଞ୍ଚିଛନ୍ତି। ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରଦୂଷଣ ଯୋଗୁ ଏଥିରୁ ବର୍ତ୍ତିବା ଲାଗି ସୋନିଆ ଗାନ୍ଧି ନିଜ ବ୍ୟକ୍ତିଗତ ଯାତ୍ରାରେ ଜୟପୁର ଆସିଛନ୍ତି।

Congress Rahul Gandhi Rajasthan Assembly Elections
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe