Advertisment

ପ୍ରଦୀପଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ: ୩ହଜାର ପୃଷ୍ଠାର ଚାର୍ଜସିଟ୍ ,୯.୧୮କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ ଅଭିଯୋଗ

ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଚାର୍ଜଫ୍ରେମ କରିଛନ୍ତି।

ଅଦ୍ୟତନ ହୋଇଛି
pradeep panigrahi

pradeep panigrahi

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଚାର୍ଜଫ୍ରେମ କରିଛନ୍ତି । ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ ୩ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଥିଲା । ତାଙ୍କର ୯କୋଟି ୧୮ଲକ୍ଷ ୧୩ହଜାର ୭ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ଅଭିଯୋଗ କରିଛି । ଏହାସହିତ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜଫ୍ରେମ ହୋଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ୯.୧୮କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଚାର୍ଜଫ୍ରେମ କରିଛନ୍ତି । ଏଣିକି ଏହି ମାମଲାର ଶୁଣାଣି ଆରମ୍ଭ ହେବ । ଶ୍ରୀ ପାଣିଗ୍ରାହୀ ବିପୁଳ ପରିମାଣର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ୨୦୨୧ ମସିହାରେ ଅଭିଯୋଗ ହେବା ପରେ ସେହିବର୍ଷ ଅକ୍ଟୋବର ୪ତାରିଖରେ ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୨ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ବିଧାୟକଙ୍କ ଘର ଖାନତଲାସୀବେଳେ ତାଙ୍କ ପାଖରୁ ୯.୧୮କୋଟି ଟଙ୍କା ହିସାବ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଥିଲା । ଯାହାର ସେ ହିସାବ ଦେଇପାରିନଥିଲେ । ଏହି ବେଆଇନ ସମ୍ପତ୍ତି ଆହରଣରେ ତାଙ୍କ ପତ୍ନୀ ମଧ୍ୟ ସହଭାଗୀ ଥିବା ଭିଜିଲାନ୍ସ କହିଛି।

Advertisment

୨୦୨୨ ଜୁନ୍ ୯ତାରିଖରେ ଭିଜିଲାନ୍ସ ପକ୍ଷରୁ ଏହି ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯାଇଥିଲା । ଏହି ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଶ୍ରୀ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ଭିଜିଲାନ୍ସ ତଥ୍ୟ ଦସ୍ତାବିଜ ସହ ୩ହଜାର ପୃଷ୍ଠାର ଚାର୍ଜସିଟ୍ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦାଖଲ କରିଥିବା ସୂଚନା ଦେଇଛି । ୨୦୨୩ ଏପ୍ରିଲ ୨୨ତାରିଖରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହାକୁ ବିଚାରକୁ ନେଇ ବିଧାୟକ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଟ୍ରାଏଲ ଆରମ୍ଭ କରିବା ପାଇଁ ଆଜି ଚାର୍ଜଫ୍ରେମ କରିଛନ୍ତି ।

ଅନ୍ୟପକ୍ଷରେ ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଶ୍ରୀ ପାଣିଗ୍ରାହୀ ଏବେ ଗଞ୍ଜାମ ଜିଲ୍ଲାରେ ଶାସକ ବିଜେଡି ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଚାପଗ୍ରସ୍ତ କରିବା ପାଇଁ ଏଭଳି କରାଯାଇଛି । ଶ୍ରୀ ପାଣିଗ୍ରାହୀ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଛି ।

Advertisment
Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe