Advertisment

ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ, ଏସଆଇଟି ଗଠିତ

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା  ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆ ଠାରେ ୫୦ଟି ବେଆଇନ ମାଙ୍ଗାନିଜ୍ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବା ସରକାରଙ୍କ ନଜରକୁ ଆସିଛି।

author-image
Ordigital Desk
CM Mohan Charan Majhi

CM Mohan Charan Majhi

ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲ ଅଂଚଳରେ ବେଆଇନ ଖଣି କାରବାର ଓ ଅନିୟମିତତାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରାଯାଇଥିବା ଜଣାପଡ଼ିଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ପ୍ରାଥମିକ ରିପୋର୍ଟ ଦେଇଥିଲେ ଖଣିମନ୍ତ୍ରୀ

ସୁନ୍ଦରଗଡ଼ର ହେମଗିରି ଓ କୋଇଡ଼ା ଅଂଚଳରେ ବେଆଇନ ଭାବେ ପ୍ରାୟ ୪୦କୋଟି ଟଙ୍କାରୁ ଅଧିକ ପରିମାଣର ଖଣି କାରବାର ଓ ଉତ୍ତୋଳନ ଅଭିଯୋଗ ଆସିବା ପରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ସମ୍ପୃକ୍ତ ଅଂଚଳକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ମଧ୍ୟ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଦୋଷୀ ଯେ କେହିବି ହୋଇଥାନ୍ତୁ ନା କାହିଁକି ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇଥିଲେ । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତିକୁ ଅବଲମ୍ବନ କରିବା ସହ ଖଣି ଦୁର୍ନୀତିର ପର୍ଦ୍ଦାଫାସ ନିମନ୍ତେ ଭିଜିଲାନ୍ସକୁ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୋଇଡ଼ା ଓ ହେମଗିରି ତହସିଲରେ ବ୍ୟାପକ ଖଣି ଅନିୟମିତତା

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା  ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆ ଠାରେ ୫୦ଟି ବେଆଇନ ମାଙ୍ଗାନିଜ୍ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବା ସରକାରଙ୍କ ନଜରକୁ ଆସିଛି । ଏହି ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗାଁରେ, ୧୦ଟି ମାଲଦା , ୨୦ଟି କୋଲମଙ୍ଗ ଗାଁରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗାଁରେ ରହିଛି । ଏସବୁ ଖଣି ଗୁଡ଼ିକରୁ ୨୦ ହଜାର ମେଟ୍ରିକ ଟନରୁ ଅଧିକ ମାଙ୍ଗାନିଜ ଓ ଏବଂ ୧୨୦୦ ମେଟ୍ରିକ ଟନ୍‌ରୁ ଅଧିକ ପରିମାଣର ଲୁହାପଥର ଉତ୍ତୋଳନ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୭କୋଟି ଟଙ୍କାରୁ ଅଧିକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment

ସେହିପରି ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ପ୍ରାଥମିକ ଭାବେ ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ଯାହାର ଆନୁମାନିକ ମୁଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଖଣି ଗୋପାଳପୁର ଗାଁରେ, ୩ଟି ରତ୍ନସୋରା ଗ୍ରାମରେ ଏବଂ ୫ଟି ଭୋଗରାକଚର ଗାଁରେ ରହିଛି । । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ହେମଗିରିର ଜାମଖାନି ସରଂକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗାଁରେ ବେଆଇନ ଭାବେ କୋଇଲା ଗଚ୍ଛିତ ଥିବାର ସୂଚନା ମିଳିଛି ।

CM Mohan Charan Majhi