Advertisment

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Arukh

Arukh

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ। ଆଜି ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

Advertisment

ସେ କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି। ଭବିଷ୍ୟତରେ ଯାହା ଦାୟିତ୍ୱ ମିଳିବ, ତାକୁ ନିର୍ବାହ କରିବି। ଦଳରେ ବା ସରକାରରେ ଯେଉଁ ଦାୟିତ୍ୱ ମିଳିବ, ତୁଲାଇବି। 

ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ। ଜୁନ୍ ୧୩ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ‌ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ମୁଖ୍ୟମନ୍ତ୍ରୀ, ବିକ୍ରମ‌ ଆରୁଖଙ୍କ ଉପରେ ବିବୃତି ରଖିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ବାଚନିକ ଭୋଟରେ ଶ୍ରୀ ଆରୁଖ ନିର୍ବାଚିତ ହୋଇଥିଲେ ବୋଲି ଘୋଷଣା କରିଥିଲେ ଉପବାଚସ୍ପତି।

Advertisment

ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ହଠାତ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି।