Advertisment

ମହାରାଷ୍ଟ୍ରରେ EVM ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି ଗ୍ରାମ କମିଟି

ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି 'ଇଣ୍ଡିଆ' ମେଣ୍ଟ। ଏପଟେ ମହାରାଷ୍ଟ୍ରରେ ବିଭିନ୍ନ ଗ୍ରାମ କମିଟିଗୁଡିକ ଇଭିଏମ୍ ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି।

ଅଦ୍ୟତନ ହୋଇଛି
Representational Image

Representational Image

Advertisment

ମହାରାଷ୍ଟ୍ରର ଇଭିଏମ୍ ବିରୋଧରେ ଲଢ଼େଇ ବର୍ତ୍ତମାନ ଗ୍ରାମ କମିଟିସ୍ତରରେ ପହଞ୍ଚିଛି। ନିର୍ବାଚନରେ ମିଳିଥିବା ବଡ଼ ପରାଜୟକୁ ହଜମ କରିପାରୁନାହାନ୍ତି ବିରୋଧୀ। ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି 'ଇଣ୍ଡିଆ' ମେଣ୍ଟ। ଏପଟେ ମହାରାଷ୍ଟ୍ରରେ ବିଭିନ୍ନ ଗ୍ରାମ କମିଟିଗୁଡିକ ଇଭିଏମ୍ ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି।

Advertisment

ସୂଚନା ଅନୁସାରେ ଯେଉଁ ଆସନରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ ୩୯ ହଜାର ୩୫୫ ଭୋଟରେ ବିଜେପି ପ୍ରାର୍ଥୀ ଅତୁଲ ଭୋସଲେଙ୍କଠାରୁ ହାରିଛନ୍ତି, ସେହି ନିର୍ବାଚନ ମଣ୍ଡଳୀର ଗୋଟିଏ ପଞ୍ଚାୟତରେ ଭବିଷ୍ୟତରେ ସବୁ ନିର୍ବାଚନ କେବଳ ବାଲାଟ ପେପର ମାଧ୍ୟମରେ ହିଁ କରିବାକୁ ପ୍ରସ୍ତାବ ପାରିତ କରିଛନ୍ତି ଗ୍ରାମବାସୀ। ମହାରାଷ୍ଟ୍ରର ସତାରା ଜିଲ୍ଲାର କରାଡ ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଲେୱାଡି ଗ୍ରାମରେ ଏଭଳି ନିଷ୍ପତ୍ତି ନେଇଛି ଗାଁ କମିଟି। ଇଭିଏମ୍ ବିରୋଧରେ ଏଭଳି ସଂକଳ୍ପ ପାରିତ କରିବାରେ ଏହା ରାଜ୍ୟର ଦ୍ୱିତୀୟ ଗ୍ରାମ।

ଏହା ପୂର୍ବରୁ ନିର୍ବାଚନ ଫଳାଫଳ ବାହାରିବା ପରେ ପରେ ସୋଲାପୁରର ମାଲଶିରସ ବିଧାନସଭା ଆସନର ମାର୍କଡୱାଡି ଗାଁର ଲୋକେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଗ୍ରାମବାସୀ କହିଥିଲେ ଯେ ସେମାନେ ଏନସିପି ପ୍ରାର୍ଥୀ ଉତ୍ତମ ରାଓ ଜାନକରଙ୍କୁ ଭୋଟ୍ ଦେଇଛନ୍ତି, କିନ୍ତୁ ଫଳାଫଳରେ ବିଜେପି ପ୍ରାର୍ଥୀଙ୍କୁ ଅଧିକ ଭୋଟ୍ ମିଳିଥିବା ଦେଖାଯାଇଛି। ଏମାନେ ବାଲାଟ ପେପର ମାଧ୍ୟମରେ ଆଉ ଥରେ 'ମକ୍' ପୋଲିଂ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ, ଯାହାକୁ ପୁଲିସ ଅଟକାଇଥିଲା ଏବଂ ଅନେକ ଲୋକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

Advertisment

ସୁପ୍ରିମକୋର୍ଟ ଯିବ 'ଇଣ୍ଡିଆ' ମେଣ୍ଟ
ଅନ୍ୟପଟେ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ପରେ ବିରୋଧୀ ଦଳ ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି ଯେ ମାର୍କଡୱାଡିରେ ଲୋକଙ୍କ ଏଭଳି ଅଭିଯୋଗ ପରେ ବିରୋଧ ଆରମ୍ଭ ହୋଇଥିଲା। ନିର୍ବାଚନ କମିଶନ ଅନିୟମିତତା କରିଛନ୍ତି। ଯେତେବେଳେ ଉତ୍ତର ମଗାଗଲା, ନିର୍ବାଚନ ଆୟୋଗ ଏହାକୁ ୱେବସାଇଟରୁ ହଟାଇ ଦେଇଥିଲେ। ରାତିର ଅନ୍ଧାରରେ ଗଣତନ୍ତ୍ରର ହତ୍ୟା କରିବା ଏକ ପାପ, ଆମେ ଏହା ବିରୋଧରେ କୋର୍ଟକୁ ଯିବୁ।

ସେପଟେ ବିଜେପି କହିଛି ଯେ ବିରୋଧୀ ପରାଜୟ ହଜମ କରିବାରେ ଅସମର୍ଥ ଏବଂ ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ ସେମାନେ ବିଜେପିକୁ ବଦନାମ କରିବା ପାଇଁ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଛନ୍ତି।

Bjp Congress Sharad Pawar Maharashtra Politics EVM INDIA Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe