Advertisment

ବାଜା ବଜାଇ ସମର୍ଥକଙ୍କ ଗହଣରେ ଯାଇଥିଲେ ବିଜେଡି ବିଧାୟକ, ବିରୋଧ କଲେ ଗାଁ ଲୋକେ

ବିଧାୟକଙ୍କ ଏପରି ଶୋଭାଯାତ୍ରାକୁ ବିରୋଧ କରିଥିଲେ ଚକରଡ଼ା ଗାଁ ଲୋକ। ନିର୍ମାଣ ହେବାକୁ ଥିବା ରାସ୍ତାର ସ୍ଥାନ ଚୟନକୁ ବିରୋଧ କରି ବିଧାୟକଙ୍କ ପଟୁଆର ଆଡକୁ ମାଡି ଆସିଥିଲେ ଚକରଡ଼ା ଗାଁ ଲୋକେ। ବିଧାୟକଙ୍କ ପିଏସ୍‌ଓ ଲୋକମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଅଦ୍ୟତନ ହୋଇଛି
BJD

Puri

Advertisment

ବାଜା ବାଜାଇ ଓ ବାଣ ଫୁଟାଇ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଯାଇଥିଲେ ନିମାପଡା ବିଜେଡି ବିଧାୟକ ସମୀର ଦାଶ। ହେଲେ ଅଧା ରାସ୍ତାରେ ତାଙ୍କୁ ବିରୋଧ କଲେ ଗାଁ ଲୋକ। ବିଧାୟକଙ୍କ ପିଏସ୍‌ଓ ବିରୋଧ କରିବାରୁ ଠେଲାପେଲା ହୋଇଥିଲା। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ପରିବେଶ। ଶେଷରେ ଗାଁ ଲୋକଙ୍କୁ ପୁଲିସ୍‌ ଘଉଡାଇ ଥିବା ଜଣାପଡ଼ିଛି।

Advertisment

ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଆଜି ନିଜ ନିର୍ବାଚନମଣ୍ଡଳୀରେ ବୁଲି ବୁଲି ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରୁଥିଲେ। ଅପରାହ୍ନରେ ଶ୍ରୀ ଦାଶ ନିଜ ସମର୍ଥକଙ୍କ ସହ ଛଣିଜଙ୍ଗ ପଞ୍ଚାୟତ ଚାରିମୌଜା ନିକଟରେ ଏକ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଥିଲେ। ଗାଁ ଲୋକେ ବାଜା ବଜାଇ, ବାଣ ଫୁଟାଇ ବିରାଟ ଶୋଭାଯାତ୍ରରେ ଶ୍ରୀ ଦାଶଙ୍କୁ ନେଉଥିଲେ।

ବିଧାୟକଙ୍କ ଏପରି ଶୋଭାଯାତ୍ରାକୁ ବିରୋଧ କରିଥିଲେ ଚକରଡ଼ା ଗାଁ ଲୋକ। ନିର୍ମାଣ ହେବାକୁ ଥିବା ରାସ୍ତାର ସ୍ଥାନ ଚୟନକୁ ବିରୋଧ କରି ବିଧାୟକଙ୍କ ପଟୁଆର ଆଡକୁ ମାଡି ଆସିଥିଲେ ଚକରଡ଼ା ଗାଁ ଲୋକେ। ବିଧାୟକଙ୍କ ପିଏସ୍‌ଓ ଲୋକମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଗାଁ ଲୋକ ଅଟକିବା ମୋଡ୍‌ରେ ନଥିଲେ। ବିଧାୟକଙ୍କ ପିଏସ୍‌ଓ ଓ ସମର୍ଥକଙ୍କୁ ଗାଁ ଲୋକେ ଠେଲାପେଲା କରିଥିଲେ। କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପ୍ରତିବାଦ କରୁଥିବା ଗାଁ ଲୋକଙ୍କୁ ଘଉଡାଇ ଦେଇଥିଲା। ତା’ପରେ ବିଧାୟକ ଶ୍ରୀ ଦାଶ ନିଜ ସମର୍ଥକଙ୍କ ସହ ଯାଇ ଶିଳାନ୍ୟାସ କରିଥିବା ଜଣାପଡ଼ିଛି।

Advertisment

ତେବେ ଏନେଇ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

BjD Puri Minister Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe