Advertisment

ପୋଲିଂ କର୍ମଚାରୀଙ୍କୁ ବୁଥ୍‌ ଭିତରେ ତାଲା ପକାଇ ଦେଲେ ଗ୍ରାମବାସୀ

୪ ଜଣ ଭୋଟର ବୁଥ୍ ମଧ୍ୟରେ ଉପସ୍ଥିତ ଥିବା ସତ୍ତ୍ୱେ ସେମାନଙ୍କୁ ପୋଲିଂ କର୍ମଚାରୀମାନେ ଭୋଟ୍ ଦେବାକୁ ଅନୁମତି ଦେଇ ନଥିଲେ।

ଅଦ୍ୟତନ ହୋଇଛି
People

People

Advertisment

ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ କିଛି ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ଦର୍ଲିପାଲି ଲୋଚନ ହାଇସ୍କୁଲର ବୁଥ୍‌ ନମ୍ୱର ୧୪୯ରେ ପୋଲିଂ କର୍ମଚାରୀମାନଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ୪ ଜଣ ଭୋଟର ବୁଥ୍ ମଧ୍ୟରେ ଉପସ୍ଥିତ ଥିବା ସତ୍ତ୍ୱେ ସେମାନଙ୍କୁ ପୋଲିଂ କର୍ମଚାରୀମାନେ ଭୋଟ୍ ଦେବାକୁ ଅନୁମତି ଦେଇ ନଥିଲେ। ଏହା ପରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ପହଞ୍ଚି ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ବୁଥ୍ ଭିତରେ ପୋଲିଂ କର୍ମଚାରୀ ଅଛନ୍ତି। ସେଠାରେ କିଛି ପୁଲିସ୍ କର୍ମଚାରୀ ଅଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଖବର ଦିଆଯାଇଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ଦାୟିତ୍ୱରେ ଥିବା କୌଣସି ଉପରସ୍ଥ ଅଧିକାରୀ ପହଞ୍ଚି ନଥିବା ବେଳେ ଗ୍ରାମବାସୀ ସେଠାରେ ଉପସ୍ଥିତ ରହିଛନ୍ତି। ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ଗେଟ୍ ଖୋଲା ଯିବ ନାହିଁ କି ପୋଲିଂ କର୍ମଚାରୀମାନଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

Advertisment
2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe