Advertisment

ଗାଁ ଟଙ୍କା ଖାଇଲା କିଏ? ପ୍ରଶ୍ନ ଶୁଣି ଝାଳନାଳ ହେଲେ ବିଜୟ ମହାପାତ୍ରଙ୍କ ପୁଅ

ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦଙ୍କୁ ଗାଁର ମହିଳାମାନେ ପଚାରିଥିଲେ, ଆମ ପଞ୍ଚାୟତର ଘର ନାହିଁ। ପାଣି ଟାଙ୍କି ଅଛି, କିନ୍ତୁ ପାଣି ନାହିଁ। ପଞ୍ଚାୟତ ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଲା। ହେଲେ ଗ୍ରାମ ଦେବତୀଙ୍କ ପାଖରେ ମାଟି ମୁଠାଏ ପଡିପାରିଲା ନାହିଁ।

BJD

BJD

Advertisment

୨୪ ବର୍ଷରେ କ’ଣ କରିଛ? ପଞ୍ଚାୟତ ବିକାଶ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା? ଖାଇଲା କିଏ? ଗାଁ ଲୋକଙ୍କଠାରୁ ଏପରି ନାନା ପ୍ରଶ୍ନ ଶୁଣି ଝାଳନାଳ ହେଲେ ଭେଟ୍‌ରାନ୍‌ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର! ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ ପ୍ରଶ୍ନ ପଚାରିବା ସହ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକାଇ ଦେଇଥିଲେ। ଶେଷରେ ସେ ପ୍ରତିଶ୍ରୁତି ଦେଇ ମୁକୁଳିଥିବା ଚର୍ଚ୍ଚା ହେଉଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ଅରବିନ୍ଦ ମହାପାତ୍ର। ଶନିବାର ସେ ଓ ତାଙ୍କ ସମର୍ଥକମାନେ ଡେରାବିଷି ଅଞ୍ଚଳରେ ପ୍ରଚାର କରୁଥିଲେ। ସଭା ସମିତି କରି ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଥିଲେ। ସନ୍ଧ୍ୟା ବେଳେ ସେ ରଘୁଦେଇପୁର ପଞ୍ଚାୟତକୁ ଯାଇଥିଲେ। ସେହି ସମୟରେ ଗାଁର ଶତାଧିକ ପୁରୁଷ, ମହିଳା ଓ ଏସ୍‌ଏଚ୍‌ଜି ସଭ୍ୟାମାନେ ତାଙ୍କୁ ଘେରି ଯାଇଥିଲେ। ସିଧାସିଧା ଶୁଣାଇ ଦେଇଥିଲେ। ଆମେ ବିଜେଡିକୁ ଭୋଟ୍‌ ଦେବୁନୁ। ତୁମେମାନେ ସବୁ ଫେରିଯାଆ। ଏହାଛଡ଼ା ଗତ ୨୪ ବର୍ଷର ହିସାବ ମାଗିଥିଲେ। ହେଲେ ଅରବିନ୍ଦ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।

ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦଙ୍କୁ ଗାଁର ମହିଳାମାନେ ପଚାରିଥିଲେ, ଆମ ପଞ୍ଚାୟତର ଘର ନାହିଁ। ପାଣି ଟାଙ୍କି ଅଛି, କିନ୍ତୁ ପାଣି ନାହିଁ। ପଞ୍ଚାୟତ ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଲା। ହେଲେ ଗ୍ରାମ ଦେବତୀଙ୍କ ପାଖରେ ମାଟି ମୁଠାଏ ପଡିପାରିଲା ନାହିଁ। ପଞ୍ଚାୟତ ବିକାଶ ପାଇଁ ଆସିଥିବା ଅର୍ଥ କୁଆଡେ ଗଲା? ସେହି ଟଙ୍କା ଟାଉଟର ସବୁ ମାରିପିଟି ଖାଇଗଲେ। ଏସ୍‌ଏଚ୍‌ଜି ମହିଳାମାନଙ୍କ ପାଇଁ ଆସୁଥିବା ଅନୁଦାନ ବାଟ ମାରଣା ହେଉଥିବା ମହିଳାମାନେ ଅଭିଯୋଗ କରିଥିଲେ।

Advertisment

ସଞ୍ଜୁଆ ତାତିରେ ମହିଳାଙ୍କ ଏ ପ୍ରଶ୍ନ ଗୁଡାକ ଶୁଣି ହାଲିଆ ହୋଇଥିଲେ ଅରବିନ୍ଦ ମହାପତ୍ର। କେବଳ ଶାନ୍ତ୍ୱନା ଦେବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଉତ୍ତର ନଥିଲା। ଗାଁ ଲୋକଙ୍କ କବଳରୁ ମୁକୁଳିବା ପାଇଁ ପ୍ରତିଶ୍ରୁତି ଦେଲେ ଅରବିନ୍ଦ। କହିଥିଲେ, ନିର୍ବାଚନ ସରିବ। ମୁଁ ଆସିବି। ସମସ୍ୟା ସମ୍ପର୍କରେ କଥା ହେବା। ଗାଁରେ କ’ଣ କ’ଣ ସମସ୍ୟା, ସେ ସମ୍ପର୍କରେ ଆଲୋଚନା କରିବା ବୋଲି ଅରବିନ୍ଦ କହିଛନ୍ତି। ତା’ପରେ ସେ ନିଜ ସମର୍ଥକଙ୍କ ସହ ଗାଁ ଛାଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

ଗାଁ ଲୋକଙ୍କ ବିରୋଧ ନେଇ ଅରବିନ୍ଦ ମହାପାତ୍ର କିମ୍ୱା ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

BjD General Election Kendrapara 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe