Advertisment

ବିଜେଡି ପ୍ରାର୍ଥୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଲେ, ଗାଁରେ ପୂରାଇ ଦେଲେନି

ଗାଁ ଲୋକେ ଆଜି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ। ହେଲେ ଶ୍ରୀମତୀ ବୈଦ୍ୟ କୌଣସି ଉତ୍ତର ଦେଇପାରିନଥିଲେ। କିନ୍ତୁ ବିଧାୟକଙ୍କ ସପକ୍ଷରେ ଯୁକ୍ତି କରିବା ପାଇଁ ଆସିଥିଲେ ତାଙ୍କ ସମର୍ଥକ।

author-image
Manoranjan Sial
BJD

BJD

ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଗାଁ ଦାଣ୍ଡରେ ବିରୋଧ। ଗାଁ ମଝିରେ ଗତ ୫ ବର୍ଷର ହିସାବ ମାଗିଲେ। ହେଲେ କୌଣସି ଉତ୍ତର ଦେଇପାରିଲେ ନାହିଁ ସୂର୍ଯ୍ୟମଣୀ ବୈଦ୍ୟ। ତେଣୁ ତାଙ୍କୁ ଗାଁ ଦାଣ୍ଡରୁ ଫେରାଇ ଦେଇଥିଲେ। ଶେଷରେ ଅପମାନିତ ହୋଇ ବିଜେଡି ପ୍ରାର୍ଥୀ ଫେରିଥିବା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ହେଉଛି।

Advertisment

ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ହେଉଛନ୍ତି ସୂର୍ଯ୍ୟମଣୀ ବୈଦ୍ୟ। ଏଥର ବିଜେଡି ତାଙ୍କୁ ଆଉ ଥରେ ପ୍ରାର୍ଥୀ କରିଛି। ତେଣୁ ସେ ଗାଁକୁ ଗାଁ ବୁଲି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି। ଆଜି ସେ ନିଜ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ କଞ୍ଚଣା ଗାଁକୁ ଯାଇଥିଲେ। ଗାଁ ମଝିରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇ ଥିଲେ। ପ୍ରଶ୍ନ ବାଣରେ ତାଙ୍କୁ ଛନ୍ଦିଥିଲେ। ଗତ ୫ ବର୍ଷରେ ତୁମେ କ’ଣ କରିଛ? ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହୋଇନାହଁ? ୫ ବର୍ଷ ଧରି କାହିଁକିଆମ ଗାଁକୁ ଆସିନଥିଲ? ଆଜି ଭୋଟ ମାଗିବାକୁ କାହିଁକି ଆସିଛ?

ଗାଁ ଲୋକେ ଆଜି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ। ହେଲେ ଶ୍ରୀମତୀ ବୈଦ୍ୟ କୌଣସି ଉତ୍ତର ଦେଇପାରିନଥିଲେ। କିନ୍ତୁ ବିଧାୟକଙ୍କ ସପକ୍ଷରେ ଯୁକ୍ତି କରିବା ପାଇଁ ଆସିଥିଲେ ତାଙ୍କ ସମର୍ଥକ। ପ୍ରାୟ ୩୦ ମିନିଟ୍‌ ଧରି ଗାଁ ଦାଣ୍ଡରେ ଦୁଇ ପକ୍ଷ ଭିତରେ ଯୁକ୍ତିତର୍କ ଚାଲିଲା। ବିଧାୟକଙ୍କ ଗାଡ଼ି ଓ ଶୋଭାଯାତ୍ରାକୁ ଆଗକୁ ବଢ଼ିବାକୁ ଦେଲେନାହିଁ। ଏପରିକି ସାହି ବୁଲିବାକୁ ଛାଡ଼ିଲେ ନାହିଁ। ତେଣୁ ବାଧ୍ୟହୋଇ ବିଧାୟକ ଶ୍ରୀମତୀ ବୈଦ୍ୟ ତାଙ୍କ ସମର୍ଥକଙ୍କୁ ଧରି ଫେରିଥିଲେ।

Advertisment

ଗାଁ ଲୋକଙ୍କ ବିରୋଧ ନେଇ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ

BjD Ganjam Ganjam Politics