Advertisment

ପ୍ରଚାର ବେଳେ ଦିଲ୍ଲୀପ ତିର୍କୀଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଲେ ଗାଁ ଲୋକେ

ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଭୋଟ ମାଗିବା ବେଳେ ଗାଁ ଲୋକେ ପଚାରିଥିଲେ ମାଳ ମାଳ ପ୍ରଶ୍ନ। ଆଉ କହିଥିଲେ, ବାବୁ ଆମ ଗାଁ ରାସ୍ତାର ଅବସ୍ଥା ଦୟନୀୟ ହୋଇଛି। ଯିବା ଆସିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛୁ।

BJD

BJD

Advertisment

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜମୁଛି। ସେହି ମର୍ମରେ ଆଜି ନିଜ ପାଇଁ ପ୍ରଚାର କରିବାକୁ ଯାଇ ହଟ୍ଟହଟା ହୋଇଛନ୍ତି ବିଜେଡି ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଓ ତଲସରା ବିଧାୟକ ପ୍ରାର୍ଥୀ ବିନୟ ଟପ୍ପୋ। ଉଭୟଙ୍କୁ ଗାଁ ଲୋକେ ପ୍ରଶ୍ନବାଣରେ ଛନ୍ଦିଛନ୍ତି। ଆଉ ପଚାରିଛନ୍ତି, ରାଜ୍ୟରେ ବିଜେଡି ଶାସନ ଚାଲିଥିବା ବେଳେ ଗାଁର ସମସ୍ୟା କାହିଁକି ଦୂର ହୋଇନି।

Advertisment

ସୁନ୍ଦରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ଆଜି ସେ ସମର୍ଥକଙ୍କ ସହ ତଲସରା ନିର୍ବାଚନମଣ୍ଡଳୀର ଶାଗବାହାଲ ପଞ୍ଚାୟତର କିଲକିଲା ଗାଁକୁ ଯାଇଥିଲେ। ସାଥୀରେ ଥିଲେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ବିନୟ ଟପ୍ପୋ। ଗାଁ ଲୋକମାନେ ସେମାନଙ୍କୁ ସ୍ୱାଗତ କରିଥିଲେ। ଗ୍ରାମ ସଭା ଗୃହରେ ଏକ ମିନି ସଭା ଆୟୋଜନ ହୋଇଥିଲେ। ସଭାରେ ଗାଁର ବହୁ ଲୋକ ଯୋଗଦେଇଥିଲେ। ଭାଷଣ ଦେବା ବେଳେ ଶ୍ରୀ ତିର୍କୀ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିଲେ। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଭୋଟ ମାଗିବା ବେଳେ ଗାଁ ଲୋକେ ପଚାରିଥିଲେ ମାଳ ମାଳ ପ୍ରଶ୍ନ। ଆଉ କହିଥିଲେ, ବାବୁ ଆମ ଗାଁ ରାସ୍ତାର ଅବସ୍ଥା ଦୟନୀୟ ହୋଇଛି। ଯିବା ଆସିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛୁ। ଏନେଇ କେତେ କାହାକୁ ଅନୁରୋଧ କରିଛୁ। ହେଲେ କେହି ଶୁଣୁନାହାନ୍ତି। ଆଜି ସେହି ରାସ୍ତା ଦେଇ ଆପଣମାନେ ଆସିଛନ୍ତି। ନିଶ୍ଚିତ ରାସ୍ତାର ଅବସ୍ଥା ଦେଖିଥିବେ ବୋଲି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଗାଁ ଲୋକେ ପଚାରିଥିଲେ। ରାଜ୍ୟରେ ବିଜେଡି ସରକାର ଚାଲିଛି। ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ଆସିଥିବା ରାସ୍ତାର ଅବସ୍ଥା ସୁଧୁରୁନି କାହିଁକି ବୋଲି ପ୍ରଶ୍ନ କରିଥିଲେ।

Advertisment

ଗାଁ ଲୋକଙ୍କ ସବୁ ଅଭିଯୋଗ ଶୁଣିଲେ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଓ ବିଧାୟକ ପ୍ରାର୍ଥୀ ବିନୟ ଟପ୍ପୋ। ଆଉ ଗଲା ବେଳେ କହିଯାଇଥିଲେ, ନବୀନ ଆଜ୍ଞାଙ୍କୁ ଭୋଟ୍ ଦିଅନ୍ତୁ। ଏଠି ଜିତିଲେ ନିଶ୍ଚିତ ଭଲ କାମ କରିବୁ। 

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

BjD Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe