Advertisment

ପ୍ରଦୀପ ଅମାତଙ୍କୁ ଲୋକେ ପଚାରିଲେ; ୨୫ ବର୍ଷରେ କ’ଣ କରିଛ?

ବିଧାୟକ ଉତ୍ତର ଦେବା ପୂର୍ବରୁ ବିରୋଧ କରିଥିଲେ ତାଙ୍କ ସମର୍ଥକ। ସେମାନେ ଗାଁ ଲୋକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଯେଉଁଥିପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପ୍ରଦୀପ ଅମାତ ଓ ତାଙ୍କ ସମର୍ଥକମାନେ ଗାଁ ଛାଡ଼ି ପଳାଇ ଯାଇଥିଲେ।

BJD

BJD

Advertisment

୨୫ ବର୍ଷ ଧରି ବିଧାୟକ ହୋଇଛ। ହେଲେ ଆମ ପାଇଁ କ’ଣ କରିଛ? ନିର୍ବାଚନୀ ସଭାରେ ବୌଦ୍ଧ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କୁ ଗାଁ ଲୋକେ ଏପରି ନାନା ପ୍ରଶ୍ନ ପଚାରିଛନ୍ତି। ଯାହାର ଉତ୍ତର ଠିକ୍‌ରେ ଦେଇପାରୁନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ବୌଦ୍ଧ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପ୍ରଦୀପ କୁମାର ଅମାତ। ବୁଧବାର ରାତିରେ ସେ ଲାଣ୍ଡିବନ୍ଧ ଗାଁରେ ନିର୍ବାଚନୀ ସଭା କରୁଥିଲେ। ସଭା ଚାଲିଥିବା ବେଳେ ଗାଁ ଲୋକେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ଆଉ ପ୍ରଦୀପଙ୍କୁ ପଚାରିଥିଲେ, ଆପଣ ୨୫ ବର୍ଷ ଧରି ବିଧାୟକ ହୋଇଛନ୍ତି। ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଆମ ଅଞ୍ଚଳର କେଉଁ କେଉଁ ବିକାଶ ମୂଳକ କାମ କରିଛନ୍ତି। ଯାହାର ଉତ୍ତର ପ୍ରଦୀପ ଅମାତ ଦେବାକୁ ଯାଇ କାମର ହିସାବ ଦେଇଥିଲେ। ହେଲେ ସେ ଯେଉଁ ବିକାଶମୂଳକ କାମର ହିସାବ ଦେଇଥିଲେ, ତାହା ସହରାଞ୍ଚଳର। ସେଥିରେ ଗ୍ରାମାଞ୍ଚଳର କୌଣସି କାମ ନଥିଲାରୁ ଗାଁ ଲୋକେ ବିରୋଧ କରିଥିଲେ।

ବିଧାୟକ ଉତ୍ତର ଦେବା ପୂର୍ବରୁ ବିରୋଧ କରିଥିଲେ ତାଙ୍କ ସମର୍ଥକ। ସେମାନେ ଗାଁ ଲୋକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଯେଉଁଥିପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପ୍ରଦୀପ ଅମାତ ଓ ତାଙ୍କ ସମର୍ଥକମାନେ ଗାଁ ଛାଡ଼ି ପଳାଇ ଯାଇଥିଲେ। ଯାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌କୁ ଭାଇରାଲ୍‌ ହେଉଛି।

Advertisment

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

BjD General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe