Advertisment

ହିସାବ ମାଗିଲେ ଗାଁ ଲୋକ; ଝାଳନାଳ ହେଲେ BJD ବିଧାୟକ!

କୋରାପୁଟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛି ରଘୁନା ପୋଡ଼ାଲ୍‌। ନିର୍ବାଚନ ପ୍ରଚାର ପାଇଁ ବିଧାୟକ ଓ ତାଙ୍କ ସମର୍ଥକ ବୈଇପାରୀଗୁଡ଼ା ବ୍ଲକ୍‌ କେନ୍ଦୁଗୁଡ଼ା ପଞ୍ଚାୟତ ଭାଲୁଗୁଡ଼ ଗାଁକୁ ଯାଇଥିଲେ।

BJD

BJD

Advertisment

ଆଗକୁ ନିର୍ବାଚନ ଥିବାରୁ ଭୋଟ୍‌ ମାଗିବାକୁ ଯାଇଥିଲେ ବିଜେଡି ବିଧାୟକ ରଘୁରାମ ପୋଡ଼ାଲ୍‌। ହେଲେ ଗାଁ ଲୋକେ ତାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ। ଗାଁ ଲୋକଙ୍କ ପ୍ରଶ୍ନବାଣରେ ଝାଳନାଳ ହେଲେ ବିଧାୟକ ଓ ତାଙ୍କ ସମର୍ଥକ। ଗାଁ ଲୋକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇପାରିଲେନି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ଭିଡିଓଟି ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

Advertisment

କୋରାପୁଟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛି ରଘୁନା ପୋଡ଼ାଲ୍‌। ନିର୍ବାଚନ ପ୍ରଚାର ପାଇଁ ବିଧାୟକ ଓ ତାଙ୍କ ସମର୍ଥକ ବୈଇପାରୀଗୁଡ଼ା ବ୍ଲକ୍‌ କେନ୍ଦୁଗୁଡ଼ା ପଞ୍ଚାୟତ ଭାଲୁଗୁଡ଼ ଗାଁକୁ ଯାଇଥିଲେ। ଗାଁ ମୁଣ୍ଡରେ ହୋଇଥିଲା ସଭା। ବିଧାୟକ ଓ ଅନ୍ୟ ବରିଷ୍ଠ କର୍ମୀଙ୍କୁ ଚେୟାରରେ ବସାଇଲେ ଗାଁ ଲୋକ। ତା’ପରେ ଜଣେ ପରେ ଜଣେ ଟ୍ୟୁସନ୍‌ କରିବା ଆରମ୍ଭ କରିଥିଲେ। ଗାଁରେ ଥିବା ଗୋଟି ଗୋଟି ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ପଚାରିଥିଲେ। ହେଲେ ବିଧାୟକ କିମ୍ୱା ବରିଷ୍ଠ କର୍ମୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରୁନଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

ଗାଁ ଲୋକେ ପ୍ରଶ୍ନ କରିଥିଲେ, ଆମ ଗାଁକୁ କେବେ ରାସ୍ତା ହେବ? ଆମ ଗାଁରେ ସ୍କୁଲ କେବେ ହେବ? ଆମ ଗାଁରେ ୫୦ ପରିବାର ବାସ କରୁଛନ୍ତି। ହେଲେ ଆମ ଗାଁରେ ନଳକୂପଟିଏ ନାହିଁ। ଆମ ଗାଁରେ କେବେ ନଳକୂପ ବସିବ? ଗାଁର ସମସ୍ୟା ନେଇ ଗତ ୧୫ ବର୍ଷ ହେଲା ସମସ୍ତଙ୍କୁ ଗୁହାରୀ କରୁଛୁ। ଗୁହାରୀ କରି କରି ମୋ ବାପା ବୁଢ଼ା ହୋଇଗଲା। ମୁଁ ମଧ୍ୟ ବୁଢ଼ା ହେବାକୁ ବସିଲିଣି। ...ତାଙ୍କେ କଲେ ଲୀଳା, ଆମେ କଲେ କିଳା...। ଏମିତି କେତେ କ’ଣ ପ୍ରଶ୍ନ ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ପଚାରିଥିଲେ ସ୍ଥାନୀୟ ଲୋକ।

Advertisment

ଗାଁର ଆଉ ଜଣେ ବ୍ୟକ୍ତି ବିଧାୟକଙ୍କୁ କହିଛନ୍ତି, ମୂଷିକା ଛକରୁ ମାଝିଗୁଡ଼ାକୁ ରାସ୍ତା ନାହିଁ। ଗାଁର ଗର୍ଭବତୀଙ୍କୁ ମେଡିକାଲ୍‌ ନେଇପାରୁନୁ। ଆମର ବ୍ଲକ୍‌ ଚେୟାରମ୍ୟାନ୍‌ ଓ ବିଧାୟକ ଥାଇ କାହିଁକି କାମ ହୋଇପାରୁନି? ଗାଁର ସମସ୍ୟା ନେଇ କେତେଥର ଲେଖିକି ଦେଇଛୁ। ଏଇଟା ଯଦି ଆପଣଙ୍କୁ ଖରାପ ଲାଗୁଛି, ଆପଣ ଯାହା କରିବାର ଥିବ କରନ୍ତୁ ବୋଲି ବ୍ୟକ୍ତି ଜଣକ କହିଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ଗାଁ ଲୋକଙ୍କ ଅସନ୍ତୋଷ ନେଇ ବିଜେଡି ବିଧାୟକ ରଘୁରାମ ପୋଡ଼ାଲ କହିଛନ୍ତି, ଗାଁର କିଏ ଜଣେ ଆସି ସମସ୍ୟା ସମ୍ପର୍କରେ କହିଥିଲେ। ମୁଁ କ’ଣ ତାକୁ ଜାଣିଛି? ତାଙ୍କୁ ବୁଝାଇ ଦିଆଯାଇଛି। ସମସ୍ତେ ମିଳିମିଶି ଲଢ଼େଇକରିବା। ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବା। ଏହାର ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ ବୋଲି ପୋଡ଼ାଲ୍‌ କହିଛନ୍ତି।

BjD Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe