Advertisment

ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନ୍‌ରେ କଥା ହେବାକୁ ମନା କରି ଦେଇଥିଲେ ଭିନେଶ

ସେଠାରେ ଉପସ୍ଥିତ ଭାରତୀୟ ଅଧିକାରୀମାନେ ମୋତେ କହିଥିଲେ ଯେ ସେ (ପ୍ରଧାନମନ୍ତ୍ରୀ) ମୋ ସହିତ କଥା ହେବାକୁ ଚାହୁଁଛନ୍ତି। ମୁଁ ପ୍ରସ୍ତୁତ ଥିଲି। କିନ୍ତୁ ସେମାନେ ସର୍ତ୍ତ ରଖିଥିଲେ।

author-image
Jitendra Garnayak
Vinesh and Modi

Vinesh and Modi

ଓଜନ ଜନିତ କାରଣରୁ ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଖେଳିବାରୁ ବଞ୍ଚିତ ହେବା ପରେ ରେସଲର ଭିନେଶ ଫୋଗାଟଙ୍କୁ ଫୋନ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ତାଙ୍କ ସହିତ କଥା ହେବାକୁ ମନା କରି ଦେଇଥିଲେ ଭିନେଶ। ରେସଲରରୁ ରାଜନେତା ହୋଇ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭିନେଶ ଆଜି ନିଜେ ଏହି ଦାବି କରିଛନ୍ତି।

Advertisment

ସେ କହିଛନ୍ତି, (ପ୍ରଧାନମନ୍ତ୍ରୀଙ୍କ) ଫୋନ୍ ଆସିଥିଲା। କିନ୍ତୁ ମୁଁ କଥା ହେବାକୁ ମନା କରି ଦେଇଥିଲି। ସେହି କଲ୍‌ ମୋତେ ସିଧାସଳଖ ଆସି ନଥିଲା। ସେଠାରେ ଉପସ୍ଥିତ ଭାରତୀୟ ଅଧିକାରୀମାନେ ମୋତେ କହିଥିଲେ ଯେ ସେ (ପ୍ରଧାନମନ୍ତ୍ରୀ) ମୋ ସହିତ କଥା ହେବାକୁ ଚାହୁଁଛନ୍ତି। ମୁଁ ପ୍ରସ୍ତୁତ ଥିଲି। କିନ୍ତୁ ସେମାନେ ସର୍ତ୍ତ ରଖିଥିଲେ। ସେମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଁ କଥା ହେବା ବେଳେ ମୋ ଟିମ୍‌ରୁ କେହି ସେଠାରେ ଉପସ୍ଥିତ ରହିବେ ନାହିଁ। କିନ୍ତୁ ସେମାନଙ୍କ (ଅଧିକାରୀଙ୍କ) ପକ୍ଷରୁ ଦୁଇ ଜଣ ଉପସ୍ଥିତ ରହି ପୂରା ବାର୍ତ୍ତାଳପକୁ ରେକର୍ଡ କରିବେ। ଏହା ସୋଶାଲ ମିଡିଆ ପାଇଁ ଆବଶ୍ୟକ ବୋଲି ସେମାନେ କହିଥିଲେ। କିନ୍ତୁ ମୁଁ ମୋ ଚାହୁଁ ନଥିଲି ଯେ ମୋ ଭାବନାକୁ ଓ କଠିନ ପରିଶ୍ରମକୁ ସୋଶାଲ ମିଡିଆରେ ଉପହାସ କରାଯାଉ।

ଭିନେଶ ଆହୁରି କହିଛନ୍ତି, ଯଦି ସାଧାରଣ ଭାବେ ପ୍ରଧାନମନ୍ତ୍ରୀ ମୋ ସହିତ ଫୋନ୍‌ରେ କଥା ହୋଇଥା’ନ୍ତେ, ତା’ହେଲେ ମୁଁ ନିଶ୍ଚିତ ଭାବେ ହଁ ଭରି ଥାଆନ୍ତି। କିନ୍ତୁ ଏହି ବାର୍ତ୍ତାଳପକୁ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହାର କରାଯିବାର ବ୍ୟବସ୍ଥା ହୋଇଥିବାରୁ ମୁଁ ମନା କରି ଦେଇଥିଲି। ଯଦି ସେ (ପ୍ରଧାନମନ୍ତ୍ରୀ) ସତରେ ଖେଳାଳିମାନଙ୍କ ପାଇଁ ଚିନ୍ତିତ, ତା’ହେଲେ ବିନା ରେକର୍ଡିଂ ବ୍ୟବସ୍ଥାରେ ମୋ ସହିତ କଥା ହୋଇପାରିଥା’ନ୍ତେ। ସେଥିପାଇଁ ମୁଁ କୃତଜ୍ଞ ରହିଥା’ନ୍ତି।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ୫୦ କେଜି ବର୍ଗରେ ଭାଗ ନେଇ ଫାଇନାଲରେ ପହଞ୍ଚି ଯାଇଥିଲେ। କିନ୍ତୁ ଫାଇନାଲ ଦିନ ତାଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ହୋଇଯିବାରୁ ସେ ଅଯୋଗ୍ୟ ଘୋଷିତ ହୋଇଯାଇଥିଲେ ଓ ନିଶ୍ଚିତ ପଦକରୁ ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ଘଟଣା କେବଳ ତାଙ୍କୁ ନୁହେଁ, ସମଗ୍ର ଦେଶବାସୀଙ୍କୁ ଦୁଃଖ ଦେଇଥିଲା।

PM Narendra Modi Vinesh Phogat