Advertisment

ଭୋଟ୍ ବେଳେ ହିଂସା ଓ ବିଶୃଙ୍ଖଳା

ଭୁବନେଶ୍ୱର ନୟାପଲ୍ଲୀ ବୁଥରେ ମୋବାଇଲ୍ ବାରଣକୁ ନେଇ ଉପୁଜିଥିଲା ଅସନ୍ତୋଷ। ମତଦାନ କେନ୍ଦ୍ରରେ ମୋବାଇଲ ରଖିବାକୁ ବ୍ୟବସ୍ଥା ନଥିବାରୁ ଭୋଟର ଅସନ୍ତୋଷ ପ୍ରକାଶ କରି ଭୋଟ୍ ନଦେଇ ଫେରୁଥିବା କହିଥିଲେ।

VOT

VOT

Advertisment

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ। ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି। କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛିତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ।

Advertisment

କଟକ ଆଠଗଡ଼ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ୧୧୫ ନମ୍ବର ରାଧାଗୋବିନ୍ଦପୁର ଆଦର୍ଶ ବୁଥରେ ଭୋଟ୍‌ ଦେବାକୁ ଆସିଥିଲେ ଶହ ଶହ ଲୋକ। ହେଲେ ମତଦାନ କେନ୍ଦ୍ର ପରିସରରେ ଛିଡ଼ା ହେବାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଆବଶ୍ୟକ ପୁଲିସ ଫୋର୍ସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ସଂଘର୍ଷରେ ୩ ଜଣ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଘଟିଛି ଆତଙ୍କରାଜ। ଏନେଇ ରଣେନ୍ଦ୍ର ପ୍ରତାପ କିମ୍ବା ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପଟେ ଅନୁଗୁଳ ଛେଣ୍ଡିପଦାରେତ ସବୁ ସୀମା ଟପିଯାଇଛନ୍ତି ବିଜେଡି ବିଧାୟକ ସୁଶାନ୍ତ ବେହେରା। ନିର୍ବାଚନ ଆଚରଣବିଧିର ଉଲଂଘନ ଅଭିଯୋଗ ଆଣି ପ୍ରତିବାଦ କରୁଥିବା BJP କର୍ମୀଙ୍କୁ ଏଭଳି ଆକ୍ରମଣ କରିଛନ୍ତି ବିଧାୟକ। କୋଶଳା ପଞ୍ଚାୟତ ଶିମିଳିସାହି ୮୪ ନମ୍ବର ବୁଥରରେ ଘଟିଛି ଏଭଲି ଘଟଣା। ଏହି ଭୋଟିଂକେନ୍ଦ୍ରକୁ ସମର୍ଥକଙ୍କ ସହ ଯାଇ ରିଗିଂ କରିବା ସହ ବିଜେପି କର୍ମୀଙ୍କୁ ସୁଶାନ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେପଟେ ରେଢ଼ାଖୋଲ ନାକଟିଦେଉଳ ବ୍ଲକ ଗଦାଧରପୁର ୨୩୨ ନମ୍ବର ବୁଥରୁ ଭୋଟ୍ ଦେଇ ଫେରିବାବେଳେ ଜଣେ ବିଜେପି କର୍ମୀଙ୍କୁ ୪ ଜଣ ବିଜେଡି କର୍ମୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

Advertisment

ଏଭଳି ଗୋଷ୍ଠୀ ସଂଘର୍ଷ ଭିତରେ କିଛି ସ୍ଥାନରେ ଯାନ୍ତ୍ରିକ ଓ ପରିଚାଳନାଗତ ତ୍ରୁଟିକୁ ନେଇ ଉପୁଜିଥିଲା ହଙ୍ଗାମା। ବ୍ରହ୍ମଗିରି ଗଡ଼ରୋଡଙ୍ଗର ୧୨୭ ନମ୍ବର ବୁଥରେ EVM ଅଚଳ ସହ ପ୍ରିଜାଇଡିଂ ଅଫିସରଙ୍କ ଦୁର୍ବ୍ୟବହାର ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ। ଏପରିକି ବ୍ରହ୍ମଗିରି ବିଜେପି ପ୍ରାର୍ଥିନୀ ଉପାସନା ମହାପାତ୍ର ଗଣମାଧ୍ୟମ ଆଗରେ ଅଭିଯୋଗ ଆଣି ବର୍ଷିଥିଲେ। ପୁରୀ ଭୁଦାନ ନଗର ପ୍ରକଳ୍ପ ସ୍କୁଲର ୭୭ ନମ୍ବର ବୁଥରେ ଇଭିଏମ୍ ଓ ଭିଭିପ୍ୟାଟ୍ ଅଚଳ ଯୋଗୁ ଆରମ୍ଭରୁ ଭୋଟଗ୍ରହଣରେ ବାଧା ଉପୁଜିଥିଲା। ଫଳରେ କିଛି ଭୋଟର ବି ଫେରିଯାଇଥିଲେ। ଏପରିକି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଭୋଟିଂ ପାଇଁ ଦେଢ ଘଣ୍ଟା ଅପେକ୍ଷା କରିଥିଲେ।

ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ବୁଥରେ ମୋବାଇଲ୍ ବାରଣକୁ ନେଇ ଉପୁଜିଥିଲା ଅସନ୍ତୋଷ। ମତଦାନ କେନ୍ଦ୍ରରେ ମୋବାଇଲ ରଖିବାକୁ ବ୍ୟବସ୍ଥା ନଥିବାରୁ ଭୋଟର ଅସନ୍ତୋଷ ପ୍ରକାଶ କରି ଭୋଟ୍ ନଦେଇ ଫେରୁଥିବା କହିଥିଲେ।

ଏଭଳି ଅନେକ ଅବ୍ୟବସ୍ଥା ଓ ହିଂସାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ୮ଟି ବୁଥରେ EVM ତ୍ରୁଟି ସାମ୍ନାକୁ ଆସିଥିବା ସିଇଓ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଯେଉଁଠି ଅପ୍ରୀତିକର ପରିସ୍ଥିତି ଘଟିଛି, ସେସବୁ ସ୍ଥାନର ଭିଡ଼ିଓକୁ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି CEO କହିଛନ୍ତି।

ଏସବୁ ଭିତରେ ଡ୍ୟୁଟିବେଳେ ପୋଲିଂ କର୍ମଚାରୀଙ୍କ ମୃତାହତ ଖବର ବି ଆସିଛି। ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡାରେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବାବେଳେ ବାଙ୍କୀ ବଳଭଦ୍ରପୁରରେ ଓ ନୟାଗଡ଼ ମାଛିପଡ଼ାରେ ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିବାରୁ ପ୍ରଭାବିତ ହୋଇଥିଲା ମତଦାନ।

Election 2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe