Advertisment

ବିଜେଡି କର୍ମୀଙ୍କ ହଙ୍ଗାମା; NAC ଅଫିସ୍‌ରେ ପଶି କାଗଜପତ୍ର ଫିଙ୍ଗିଲେ

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଓ ତାଙ୍କ ସମର୍ଥକ ଖରିଆର ରୋଡ୍‌ରେ ଥିବା NAC କାର୍ଯ୍ୟନିର୍ବାହୀ ଅଧିକାରୀ କମଲାଶନ ରଥଙ୍କ ଅଫିସ୍‌କୁ ଯାଇଥିଲେ।

Nuapada

Nuapada

Advertisment

ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି। ଏନ୍‌ଏସି ଅଫିସ୍‌ରେ ପଶି ଫାଇଲ୍‌ ଓ ଚେୟାର ଫିଙ୍ଗିଲେ। NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏ ସବୁ ଘଟଣା ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଘଟିଥିଲା। ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର।

Advertisment

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଓ ତାଙ୍କ ସମର୍ଥକ ଖରିଆର ରୋଡ୍‌ରେ ଥିବା NAC କାର୍ଯ୍ୟନିର୍ବାହୀ ଅଧିକାରୀ କମଲାଶନ ରଥଙ୍କ ଅଫିସ୍‌କୁ ଯାଇଥିଲେ। ଜୟଙ୍କ ଉପରେ ଶ୍ରୀ ରଥଙ୍କ ସହିତ କୌଣସି ବିଷୟକୁ ନେଇ ଆଲୋଚନା ହୋଇଥିଲା। ଠିକ୍‌ ସେତିକି ବେଳେ ଜଣେ ବିଜେଡି କର୍ମୀ ହଠାତ୍‌ ରାଗି ଯାଇଥିଲେ। ଆଉ ଶ୍ରୀ ରଥଙ୍କ ଟେବୁଲ୍‌ ଉପରେ ଥିବା କାଗଜପତ୍ରକୁ ଫିଙ୍ଗାଫିଙ୍ଗି କରିଥିଲେ। ତା’ପରେ ଅନ୍ୟ କର୍ମୀମାନେ ମଧ୍ୟ ଅଫିସ୍‌ରେ ଥିବା ଫାଇଲ୍‌ ଓ ଚେୟାର ଫିଙ୍ଗି କରିଥିଲେ। ଏଥିସହ ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଛି।

ଜୀବନ ବିକଳରେ ଶ୍ରୀ ରଥ ଚେୟାର ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଉତ୍ତ୍ୟକ୍ତ ବିଜେଡି କର୍ମୀମାନେ ତାଙ୍କୁ ଛାଡ଼ି ନଥିଲେ। ଏ ସବୁ ଘଟଣା ଜୟ ଢୋଲକିଆଙ୍କ ଉପସ୍ଥିତିରେ ଘଟୁଥିବା ବେଳେ ସେ ଚୁପ୍‌ ବସିଥିଲେ। ନିଜ କର୍ମୀଙ୍କୁ ଅଟକାଇ ନଥିଲେ। କହିବାକୁ ଗଲେ ନୀରବଦ୍ରଷ୍ଟା ସାଜିଥିଲେ ଜୟ ଢୋଲକିଆ। ତେବେ ଅନ୍ୟ କର୍ମଚାରୀମାନେ ବିଜେଡି କର୍ମୀଙ୍କୁ ଅଫିସ୍‌ ବାହାର କରିଥିଲେ। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି।

Advertisment

NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍‌ କେଉଁ କାରଣରୁ ବିଜେଡି କର୍ମୀମାନେ ଗଣ୍ଡଗୋଳ କରିଥିଲେ, ତାହା ଜଣାପଡ଼ି ନାହିଁ। ସେପଟେ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଥ ଜୋଙ୍କ ଥାନାରେ ପହଞ୍ଚିଛନ୍ତି। ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି କି ନାହିଁ ଜଣାପଡ଼ି ନାହିଁ। ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟାମିଳିପାରି ନାହିଁ।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ୍‌

BjD Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe