Advertisment

ମନ୍ତ୍ରୀଙ୍କ ସାମନାରେ ଦୁଇ ଗୋଷ୍ଠୀ ହାତାହାତି, ୪ ଆହତ

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି ।

Violence

Violence

Advertisment

ବୁଥ ପରିସରରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପିଟାପିଟି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଆଠଗଡ଼ ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍ ପରିସରରେ ଘଟିଛି ।

Advertisment

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ରାଧାଗୋବିନ୍ଦପୁର ଗ୍ରାମରେ ହୋଇଥିବା ୧୧୫ ନଂ ବୁଥକୁ ଆଜି ଭୋଟ ଦେବାକୁ ଯାଇଥିଲେ। 

ଉକ୍ତ ସମୟରେ ଉଭୟ ବିଜେଡ଼ି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଉତ୍ତ୍ୟକ୍ତ ଲୋକେ ପରସ୍ପରକୁ ଚେୟାର ଫିଙ୍ଗିବା ସହ ପିଟାପିଟି କରିବାକୁ ପଛାଇ ନ ଥିଲେ। ଏଥିରେ ଉଭୟ ଗୋଷ୍ଠିର ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଏନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା ମିଳି ପାରିନି।

2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe