Advertisment

ବିକ୍ଷୋଭ ବେଳେ ବିଜେପି କର୍ମୀ-ପୁଲିସ ହାତାହାତି, ଉଭୟ ପକ୍ଷରୁ ଅନେକ ଗୁରୁତର

ଢେଲା ମାଡ଼ରେ ଭୁବନେଶ୍ୱର ଜୋନ୍-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ପ୍ରାୟ ୮ରୁ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି।

ଅଦ୍ୟତନ ହୋଇଛି
BJP Yuva Morcha activists

BJP Yuva Morcha activists

Advertisment

ରାଜ୍ୟରେ ଅପରାଧ ବଢ଼ିବା, ଆଇନଶୃଙ୍ଖଳା ରକ୍ଷା କରିବାରେ ସରକାର ବିଫଳ ହେବ ଓ ନବ ଦାସ ହତ୍ୟା ମାମଲାର ରହସ୍ୟକୁ ସରକାର ଲୁଚାଇ ରଖିବା ଅଭିଯୋଗ କରି ବିଜେପିର ହଲ୍ଲାବୋଲ୍। ଆଜି ଏହାର ଜବାବ ଦାବି କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ଲୋୟର ପିଏମଜିରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ପୁଲିସ-ବିଜେପି କର୍ମୀ ହାତାହାତି ହୋଇଛି। ଗୋଟାଏ ପଟେ ପୁଲିସର ଲାଠି ଚାର୍ଜ ଓ ଅନ୍ୟପଟେ ବିଜେପି କର୍ମୀଙ୍କ ଢେଲାପଥର ମାଡ଼ ହୋଇଛି। ଏଥିରେ ବହୁ ସଂଖ୍ୟକ ଉଭୟ ବିଜେପି କର୍ମୀ ଓ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଯାହାକୁ ନେଇ ରାଜଧାନୀରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଯାଇଥିବା ବେଳେ ପୁଲିସ ଅଟକାଇଥିଲାା ଏହି ସମୟରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଧସ୍ତାଧସ୍ତି ବେଳେ ପୁଲିସ ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଏଭଳି ସ୍ଥିତି ଦେଖି ପୁଲିସ୍ ଲାଠିଚାର୍ଜ କରିଥିଲାା ଏଥିରେ ଅନେକ ବିଜେପି କର୍ମୀ ଆହତ ହୋଇଥିଲେ। ଏହାପରେ ପ୍ରତିକ୍ରିୟାଶୀଳ ହୋଇ କିଛି ବକ୍ଷୋଭକାରୀ ପୁଲିସ ଉପରେ ଢେଲାପଥର ମାଡ଼ କରିଥିଲେ। 

ଏହି ଧସ୍ତାଧସ୍ତି ଓ ଢେଲା ମାଡ଼ରେ ଭୁବନେଶ୍ୱର ଜୋନ୍-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ପ୍ରାୟ ୮ରୁ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ କିଛି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅନେକ ଗୁରୁତର ରହିଛନ୍ତି। ଏହି ଆକ୍ରମଣରେ ପୁଲିସର ପ୍ରାୟ ୫ଟି ଗାଡ଼ି ନଷ୍ଟ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତିକ ସିଂହ କହିଛନ୍ତି। ହିଂସାକାଣ୍ଡ ଯୋଜନା ରଖି ଢେଲା ପଥର ମାଡ଼ କରାଯାଇଥିବାରୁ ପ୍ରାୟ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ ଫୋର୍ସ ଉଠାଇ ନେଇଛି। ସେମାନଙ୍କୁ ଅଟକ ରଖାଯାଇଛି। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।

Advertisment

ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପାର୍ଟି ଅଫିସରୁ ଏକ ବିଶାଳ ରାଲି ବାହାରି ଲୋୟର ପିଏମଜିରେ ପହଞ୍ଚି ଥିଲା। ବିକ୍ଷୋଭ ବେଳେ ପୁଲିସ ରୋକିବାରୁ ଏଭଳି ପରିସ୍ଥିତି ଉପିଜିଥିଲା।

Odisha Police Bjp Protest Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe