Advertisment

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ

୧୯୬୪ ଫେବ୍ରୁଆରୀ ୨୧ରେ ଛତିଶଗଡ଼ର ଜାଶପୁର ଜିଲ୍ଲା ବାଗିଆ ଗାଁରେ ଜନ୍ମ ହୋଇଥିଲେ ବିଷ୍ଣୁଦେଓ ସାଏ। ବାଗିଆର ସରପଞ୍ଚ ଭାବେ ନିର୍ବାଚିତ ହେବା ସହ ଆରମ୍ଭ ହୋଇଥିଲା ତାଙ୍କ ରାଜନୀତିକ ଯାତ୍ରା।

Bishnu Deo Sai

Bishnu Deo Sai

Advertisment

ବିଷ୍ଣୁଦେଓ ସାଏ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ଅରୁଣ ସାଓ ଓ ବିଜୟ ଶର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Advertisment

ରାୟପୁରରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଷ୍ଣୁଦେଓ ସାଏ ଛତିଶଗଡ଼ର ଚତୁର୍ଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଜଣେ ଆଦିବାସୀ ନେତା। ୧୯୯୦ରୁ ବିଜେପିର ପ୍ରମୁଖ ଆଦିବାସୀ ଚେହେରା ବନିଥିବା ବିଷ୍ଣୁଦେଓ ସାଏ ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ସେ ଛତିଶଗଡ଼ର ବିଜେପି ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେହିପରି ନରେନ୍ଦ୍ର ମୋଦିଙ୍କ ସରକାରରେ ସେ ମନ୍ତ୍ରୀ ହୋଇଥିଲେ। ଏଥର ନିର୍ବାଚନରେ ଆଦିବାସୀ ବହୁଳ ଅଞ୍ଚଳରେ ବିଜେପି ତା’ର ଦବଦବା ଦେଖାଇଥିଲା। ଏଭଳି ୨୯ଟି ଆସନରୁ ଦଳ ୧୭ଟିରେ ଜିତିଥିବାରୁ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବା କୁହାଯାଉଛି।

Advertisment

୧୯୬୪ ଫେବ୍ରୁଆରୀ ୨୧ରେ ଛତିଶଗଡ଼ର ଜାଶପୁର ଜିଲ୍ଲା ବାଗିଆ ଗାଁରେ ଜନ୍ମ ହୋଇଥିଲେ ବିଷ୍ଣୁଦେଓ ସାଏ। ବାଗିଆର ସରପଞ୍ଚ ଭାବେ ନିର୍ବାଚିତ ହେବା ସହ ଆରମ୍ଭ ହୋଇଥିଲା ତାଙ୍କ ରାଜନୀତିକ ଯାତ୍ରା। ମଧ୍ୟ ପ୍ରଦେଶକୁ ବିଭାଜନ କରାଯାଇ ଛତିଶଗଡ଼ ରାଜ୍ୟ ଗଠନ କରାଯିବା ପୂର୍ବରୁ ବିଷ୍ଣୁଦେଓ ବିଧାୟକ ହୋଇସାରିଥିଲେ। ୧୯୯୦ରୁ ୧୯୯୮ ପର୍ଯ୍ୟନ୍ତ ସେ ଅବିଭକ୍ତ ମଧ୍ୟପ୍ରଦେଶ ବିଧାନସଭାର ସଦସ୍ୟ ହୋଇଥିଲେ। ୧୯୯୯ରେ ସେ ଜାତୀୟ ରାଜନୀତିରେ ପାଦ ଥାପିଥିଲେ। ସେହି ବର୍ଷ ସେ ରାଇଘର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଲଗାତାର ୪ ଥର ସେହି ଆସନରୁ ବିଜୟୀ ହୋଇଥିଲେ। ବିଷ୍ଣୁଦେଓ ଛତିଶଗଡ଼ ବିଜେପି ସଭାପତି ଭାବେ ୨୦୦୬ରୁ ୨୦୧୦, ୨୦୧୪ରେ କିଛି ମାସ ଓ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

Chhattisgarh Vishnu Deo Sai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe