Advertisment

ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

ସେ ଦଳର ପୂର୍ବତନ ରାଜ୍ୟ ସଭାପତି ଥିଲେ। ତା’ସହିତ ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଥିଲେ।

ଅଦ୍ୟତନ ହୋଇଛି
Vishnudeo sai

Vishnudeo sai

Advertisment

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାୟପୁରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର। ତାଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। 

Advertisment

୫୯ ବର୍ଷୀୟ ବିଷ୍ଣୁଦେଓ ସାଏ ଜଣେ ଆଦିବାସୀ ନେତା। ଏଥର ସେ କୁଙ୍କୁରୀ ସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ୮୭,୬୦୪ ଖଣ୍ଡ ଭୋଟ୍ ମିଳିଥିଲା। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୟୁଡି ମିଞ୍ଜଙ୍କୁ ୨୫, ୫୪୧ ଖଣ୍ଡ ଭୋଟ୍‌ରେ ହରାଇଥିଲେ। 

ତିନି ଥର ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ ବିଷ୍ଣୁଦେଓ ସାଏ। ୨୦୦୬ ରୁ ୨୦୧୦ ଏବଂ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ସଭାପତି ଥିଲା। ୨୦୧୪ରେ ଅଳ୍ପ ସମୟ ପାଇଁ ଏହି ଦାୟିତ୍ୱରେ ରହିଥିଲେ।  ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୪ ଥର ସେ ରାୟଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସେ।

Advertisment

ବିଭାଜିତ ମଧ୍ୟ ପ୍ରଦେଶ (ସେତେବେଳେ ଛତିଶଗଡ଼ ରାଜ୍ୟ ଗଠନ ହୋଇ ନଥିଲା) ବିଧାନସଭାକୁ ସେ ଦୁଇ ଥର ନିର୍ବାଚିତ ହୋଇଥିଲା। ୧୯୯୦ରୁ ୧୯୯୮ ପର୍ଯ୍ୟନ୍ତ ସେ ଅବିଭାଜିତ ମଧ୍ୟ ପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ।     

ବିଷ୍ଣୁଦେଓ ସାଏ ଏଥର ମୁଖ୍ୟମନ୍ତ୍ରୀ ରେସ୍‌ରେ ଥିଲେ। ଯଦି ବିଜେପି ଛତିଶଗଡ଼ରେ ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁବ, ତା’ହେଲେ ପ୍ରଥମେ ବିଷ୍ଣୁଦେଓ ସାଏଙ୍କ ନାମ ଉପରେ ବିଚାର କରିବ ବୋଲି ଚର୍ଚ୍ଚା ହେଉଥିଲା। 

Vishnudeo Saiବିଷ୍ଣୁଦେଓ ସାଏଙ୍କୁ ଦଳୀୟ ନେତା ଅଭିନନ୍ଦନ ଜଣାଉଛନ୍ତି।

ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ଥିବା ବେଳେ ବିଜେପି ୫୪ଟିରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୩୫ଟି ଆସନ ମିଳିଥିବା ବେଳେ ଜିଜିପିକୁ ଗୋଟିଏ ଆସନ ମିଳିଛି।

ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବରଠାରୁ ଢେର ଅଧିକ ଆସନ ପାଇଥିଲେ ସୁଦ୍ଧା ବିଜେପି ଗଲା ୬ ଦିନ ହେଲା କାହାକୁ ମୁଖ୍ୟମନ୍ତ୍ରୀ କରିବ, ସେ ନେଇ ଘୋଷଣା କରି ନଥିଲା। ଆଜି ରାୟପୁରରେ ଦଳର ନବନିର୍ବାଚିତ ୫୪ ବିଧାୟକଙ୍କ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ସୋନୋୱାଲ, ଅର୍ଜୁନ ମୁଣ୍ଡା ଓ ଦଳର ବରିଷ୍ଠ ନେତା ଦୁଶୟନ୍ତ ଗୌତମ ଉପସ୍ଥିତ ରହିଥିଲେ। ସେମାନେ ସମସ୍ତ ୫୪ ଜଣ ନବନିର୍ବାଚିତ ଦଳୀୟ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ସେହି ବୈଠକରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଥିଲା। 

୧୫ ବର୍ଷ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂହଙ୍କ ନାଁ ମଧ୍ୟ ଏଥର ରେସ୍‌ରେ ଥିଲା। ହେଲେ ତାଙ୍କୁ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ମିଳିନାହିଁ। କିନ୍ତୁ ବିଷ୍ଣୁଦେଓ ସାଏ ତାଙ୍କର ଘନିଷ୍ଠ ବୋଲି କୁହାଯାଉଛି। 

Chhattisgarh Bjp Vishnu Deo Sai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe