Advertisment

୧୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେଓ ସାଏ

ନୂଆ କରି ବିଜେପି ବିଧାୟକ ଦଳ ନେତା ହୋଇଥିବା ବିଷ୍ଣୁଦେଓ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ।

BJP

BJP

Advertisment

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳ ନେତା ବିଷ୍ଣୁଦେଓ ଆସନ୍ତା ୧୩ ତାରିଖ ଦିନ ଶପଥ ନେବେ। ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶପଥପାଠ ପାଇଁ ସ୍ୱତନ୍ତ୍ର ଆୟୋଜନ ରାଜଧାନୀ ରାୟପୁରରେ କରାଯାଉଛି। ବୁଧବାର ଦିନ ୩ଟାରେ ବିଷ୍ଣୁଦେଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ପ୍ରସ୍ତୁତି ଏବେ ଠାରୁ ହିଁ ଆରମ୍ଭ ହୋଇଯାଇଛି।

Advertisment

ନୂଆ କରି ବିଜେପି ବିଧାୟକ ଦଳ ନେତା ହୋଇଥିବା ବିଷ୍ଣୁଦେଓ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ। ସମସ୍ତଙ୍କୁ ସେ ବ୍ୟକ୍ତିଗତ ଭାବେ ଭେଟି ଶପଥପାଠ କାର୍ଯ୍ୟକ୍ରମକୁ ଆସିବା ପାଇଁ ନିମନ୍ତ୍ରଣ କରିବେ। ୩ ନେତା ମଧ୍ୟ ଶପଥପାଠ ଉତ୍ସବରେ ସାମିଲ ହେବେ ବୋଲି କୁହାଯାଉଛି।

ଆଦିବାସୀ ସଂପ୍ରଦାୟରୁ ଆସିଥିବା ବିଷ୍ଣୁଦେଓ ଏକଦା କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ସେ ସଚ୍ଚୋଟତାର ସହ ସବୁ ବର୍ଗର ଲୋକଙ୍କ ବିଶ୍ୱାସ ଜିତି କାମ କରିବେ ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଦେଇଥିବା ଗ୍ୟାରେଣ୍ଟିକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

୧୯୯୦ରୁ ବିଜେପିର ପ୍ରମୁଖ ଆଦିବାସୀ ଚେହେରା ବନିଥିବା ବିଷ୍ଣୁଦେଓ ଦଳର ଅନେକ ପଦପଦବୀରେ କାମ କରିଛନ୍ତି। ସେ ଛତିଶଡ଼ଗର ବିଜେପି ମୁଖ୍ୟ ଭାବେ ମଧ୍ୟ ୩ଟି ପର୍ଯ୍ୟାୟରେ କାମ କରିଥିଲେ।

Chhattisgarh Bjp Vishnu Deo Sai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe