ପାଣ୍ଡିଆନଙ୍କୁ କହିଲେ ବିଜେଡିକୁ ବାଧୁଛି: ନେତ୍ରୀଙ୍କୁ ଅସମ୍ମାନବେଳେ ଦଳ ଚୁପ୍‌, ଏବେ ପାଣ୍ଡିଆନଙ୍କ ପାଇଁ କରୁଛି ଓକିଲାତି

ଏବେ ଅଣଓଡ଼ିଆ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ତାଙ୍କୁ ଇଙ୍ଗିତ କରି ବରିଷ୍ଠ ନେତା ଅମର ଶତପଥୀ ଓ ପାଟ୍ଟଶାଣୀ କହିବାରୁ ବିଜେଡି ଚିହିଁକି ଉଠି ଲେନିନଙ୍କ ଭଳି ଜଣେ ଅପରିପକ୍ୱ ବ୍ୟକ୍ତିଙ୍କ ମାଧ୍ୟମରେ ଓକିଲାତି କରୁଛି।

VK Pandian PhotoOR

ଭି.କେ ପାଣ୍ଡିଆନ୍‌

Manoj Swain
  • Published: Tuesday, 15 October 2024
  • Updated: 15 October 2024, 10:13 PM IST

Sports

Latest News

ଓଡ଼ିଶାର ସର୍ବବୃହତ୍ ଆଂଚଳିକ ଦଳ ବିଜେଡି ପାଇଁ ‘ପାଣ୍ଡିଆନ’ ଏବେ ବୋଝ ପାଲଟି ଯାଇଛନ୍ତି । ତାଙ୍କପାଇଁ ଦଳ ବିଭାଜନ ଆଡ଼େ ମୁହାଁଇଲାଣି, ତଥାପି ବିଜେଡି ନେତାମାନଙ୍କ ଜ୍ଞାନ ଉଦୟ ହେଉନି । ଓଲଟା ଗଣମାଧ୍ୟମକୁ ଡାକିହାକି ପାଣ୍ଡିଆନଙ୍କ ସପକ୍ଷରେ ଗତ ଦୁଇଦିନ ଧରି ଓକିଲାତି କରୁଛି ଦଳ । ମାତ୍ର ଆଗଧାଡ଼ିର ନିଜ ଦଳୀୟ ନେତ୍ରୀଙ୍କୁ ଅସମ୍ମାନବେଳେ ଚୁପ୍ ରହୁଥିବା ବିଜେଡି ଏବେ ରାଜନୀତିରୁ ସନ୍ୟାସ ନେଇଥିବା ଜଣେ ଅଣଓଡ଼ିଆଙ୍କ ପାଇଁ କାହିଁକି ଏଭଳି ଓକିଲାତି କରୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବିଜେଡିର ସମନ୍ୱୟ କମିଟି, ଉପଦେଷ୍ଟା କମିଟି, ମୁଖପାତ୍ର କମିଟି ସଦସ୍ୟଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତାମାନେ ଚୁପ୍ ରହିଥିବାବେଳେ ମିଡିଆ ସଂଯୋଜକ ଲେନିନ୍ ମହାନ୍ତିଙ୍କ ମୁହଁରେ ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କରାଇବାକୁ କିଏ ଓ କାହିଁକି ଅନୁମତି ଦେଲା ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ବିଜେଡି ନିର୍ବାଚନୀ ବିପର୍ଯ୍ୟୟର କାରଣ ସାଜିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଦଳର ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀ ଓ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ମୁହଁ ଖୋଲି ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବାରୁ ବିଜେଡି ଚିହିଁକି ଉଠିଛି । ମିଡିଆ ସଂଯୋଜକ ଲେନିନ୍ ମହାନ୍ତିଙ୍କ ମୁହଁରେ ଗତକାଲି ଅମର ଶତପଥୀଙ୍କୁ ଦଳ ଛାଡ଼ିବାକୁ ଚେତାବନୀ ଦେଇଥିବା ବିଜେଡି ଆଜି ଶ୍ରୀ ପାଟ୍ଟଶାଣୀଙ୍କ ଉପରେ ୪ଟି ଟିକେଟ୍ ମାଗୁଥିବାର ଅଭିଯୋଗ ଆଣି ତାଙ୍କୁ ସମାଲୋଚନା କରିଛି । ତେବେ ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିବା ପରେ ବିଜେଡି କାହିିଁକି ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ବାରମ୍ବାର ଓକିଲାତି କରୁଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ଯଦିଓ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଓ ୨୪ବର୍ଷର କ୍ଷମତାର ପତନ ପରେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କଲେ । ତଥାପି ବିଜେଡି ବିଗତ ଦୁଇଦିନ ଧରି ଗଣମାଧ୍ୟମକୁ ଡାକିହାକି ଯେଭଳି ଢଙ୍ଗରେ ତାଙ୍କ ସପକ୍ଷରେ ଓକିଲାତି କରୁଛି ତାହା ସ୍ପଷ୍ଟ ଭାବେ ଦଳ ଏବେବି ପାଣ୍ଡିଆନଙ୍କ କବଜାରେ ଥିବାର ପ୍ରମାଣ ଦେଇଛି । ଆଉ ପରିଚୟ ସଙ୍କଟ ଦେଇ ଗତି କରୁଥିବା ଲେନିନ୍ ମହାନ୍ତି ନିଜର ତୋଷାମଦ ଓ ଚାଟୁକାରିତାର ପ୍ରମାଣ ଦେବାକୁ ଯାଇ ଶ୍ରୀ ପାଟ୍ଟଶାଣୀଙ୍କ ଆଜିର ବୟାନ ପଛରେ ବିଜେପିର ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାତ ଥିବାର ଅଭିଯୋଗ ବାଢ଼ିଛନ୍ତି । ଯଦିଓ ପାଟ୍ଟଶାଣୀ ନିଜେ ଏଭଳି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, ଗତ ଦୁଇ ସପ୍ତାହ ପୂର୍ବରୁ ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଗଣମାଧ୍ୟମରେ କଂଗ୍ରେସରୁ ବହିଷ୍କୃତ ସୁର ରାଉତରାୟ ଏକାଧିକ ବାର ଅତ୍ୟନ୍ତ ଅଶାଳୀନ ଟିପ୍ପଣୀ ଦେଲେ । ମାତ୍ର ମହିଳା ସଶକ୍ତିକରଣ ଓ ସମ୍ମାନର କଥା କହୁଥିବା ବିଜେଡି ଏହାକୁ ନିନ୍ଦା କରିବା ତ ଦୂରର କଥା ମୁହଁ ବି ଖୋଲିଲା ନାହିଁ । ଯଦିଓ ଶ୍ରୀମୟୀଙ୍କ ସହ ସୁରଙ୍କ କୌଣସି ବ୍ୟକ୍ତିଗତ ବିବାଦ ନଥିଲା ଓ ବିଜେଡିର ସାଂଗଠନିକ କଳିରେ ସୁର ଧସେଇ ପଶି ତାଙ୍କୁ ଅସମ୍ମାନ କରିଥିଲେ । ଏହି ସମଗ୍ର ଘଟଣାରେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୁରଙ୍କ ବୟାନକୁ ନାପସନ୍ଦ କରାଗଲା । କିନ୍ତୁ ବିଜେଡି ନିରବ ରହିଲା ।

Also Read

ଏବେ ଅଣଓଡ଼ିଆ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ତାଙ୍କୁ ଇଙ୍ଗିତ କରି ବରିଷ୍ଠ ନେତା ଅମର ଶତପଥୀ ଓ ପାଟ୍ଟଶାଣୀ କହିବାରୁ ବିଜେଡି ଚିହିଁକି ଉଠି ଲେନିନଙ୍କ ଭଳି ଜଣେ ଅପରିପକ୍ୱ ବ୍ୟକ୍ତିଙ୍କ ମାଧ୍ୟମରେ ଓକିଲାତି କରୁଛି। ପାଣ୍ଡିଆନଙ୍କ ମାମଲାତି ଓ ଦୋଷ ଦୁର୍ବଳତାକୁ ଉଜାଗର କଲେ ବିଜେଡିକୁ ଏମିତି ବାଧୁଛି ଯେ, ଦଳ ବ୍ୟକ୍ତିଗତସ୍ତରକୁ ଯାଇ ବରିଷ୍ଠ ନେତାମାନଙ୍କୁ କଟାକ୍ଷ ଓ ଅପମାନିତ କରିବାକୁ ପଛାଉନାହିଁ ।ଆଜି ସେହି ଲେନିନଙ୍କୁ ପୁଣିଥରେ ଆଗକୁ ଆଣି ପାଟ୍ଟଶାଣୀଙ୍କ ଭଳି ବରିଷ୍ଠ ନେତା କୁଆଡ଼େ ନିର୍ବାଚନବେଳେ ‘୪ଟି ଟିକେଟ୍ ମାଗୁଥିଲେ ଓ ବୈଜୟନ୍ତଙ୍କ ଇସାରାରେ ଏଭଳି ବୟାନ’ ଦେଉଛନ୍ତି ବୋଲି କହିବାକୁ ବିଜେଡି ପଛାଇ ନାହିଁ । ପାଣ୍ଡିଆନଙ୍କ ମାମଲାତି ପାଇଁ ବିଜେଡିର ୨୪ବର୍ଷର ଶାସନର ପତନ ହେଲା ବୋଲି ଦଳର ତଳଠୁ ଉପର ପର୍ଯ୍ୟନ୍ତ ନେତାମାନେ କହି ହେଉଛନ୍ତି । କିନ୍ତୁ ପାଣ୍ଡିଆନଙ୍କ ଦୋଷଦୁର୍ବଳତା ଯିଏ କହିବ ବିଜେଡି ଆଗକୁ ଆସି ତା’ର ପ୍ରତିବାଦ କରିବ ଓ ସମ୍ପୃକ୍ତ ବ୍ୟକ୍ତି ବା ନେତାଙ୍କୁ ଅପମାନିତ କରିବାକୁ ଦଳ ପଛାଇବ ନାହିଁ ବୋଲି ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି ।

ତେବେ ବିଜେଡି ସୂତ୍ର ଅନୁସାରେ, ଦଳରେ ନବୀନ ପଟ୍ଟନାୟକ ନାଁକୁ ନେତା । କିନ୍ତୁ ନେତୃତ୍ୱକୁ ପାଣ୍ଡିଆନ ହାଇଜ୍ୟାକ୍ କରି ନେଇଛନ୍ତି । ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଯେଉଁସବୁ କମିଟି ଗଢ଼ା ହୋଇଛି ସେଗୁଡ଼ିକର ଅସ୍ତିତ୍ୱ ନାହିଁକି ପ୍ରଭାବ ବି ନାହିଁ । ବିଗତ କିିଛିଦିନ ଧରି ନବୀନନିବାସରେ ନବୀନବାବୁଙ୍କୁ ସିଧାସଳଖ ଭେଟିବାର ସୁଯୋଗ ମଧ୍ୟ ଦିଆଯାଉନାହିିଁ । ଆସନ୍ତାକାଲି ନବୀନଙ୍କ ଜନ୍ମଦିନ ଅଛି, ଲୋକଙ୍କୁ ଦେଖାଇବା ପାଇଁ ଦିନ ସାଢ଼େ ୧୧ଟାରେ ନବୀନ ନିବାସକୁ ଯାଇ ଶୁଭେଚ୍ଛା ଜଣାଇବାକୁ ନେତାମାନଙ୍କୁ ଡକାଯାଇଛି । ଅମର ଶତପଥୀ ଦଳକୁ ସୁଂଗଠିତ କରିବା ଓ ସମୀକ୍ଷା କଥା କହିଥିଲେ, କିନ୍ତୁ ପାଣ୍ଡିଆନ ଓ ତାଙ୍କ ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ(ବବି) ନିଜ ଫାଇଦା ପାଇଁ ବଡ଼ଚଣା ରାଜନୀତିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ରଖିବାକୁ ଚାହୁଁଛନ୍ତି । ବର୍ଷାଙ୍କୁ ଖୁସି କରିବାକୁ ଅମରଙ୍କୁ ବଡ଼ଚଣାରୁ ଦୂରେଇ ରଖିବା ପାଣ୍ଡିଆନ ଓ ବବିଙ୍କ ଅସଲ ଉଦ୍ଦେଶ୍ୟ । ପୁଣିଥରେ ନବୀନଙ୍କୁ ବାକିଦୁନିଆଁଠୁ ଦୂରେଇ ରଖିବାର ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବାବେଳେ ନବୀନ ନିଜର ଅସହାୟତା ଓ ଅପାରଗତା ଯୋଗୁ ପାଣ୍ଡିଆନଙ୍କ ହାତରେ ସଖିକଣ୍ଢେଇ ପାଲଟିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story