୩୦ ଜିଲ୍ଲା ବୁଲା ଶେଷ କଲେ ପାଣ୍ଡିଆନ: ନିଷ୍ପ୍ରଭ ବିରୋଧୀ, ସ୍ଥାଣୁ ବ୍ୟବସ୍ଥାପିକା

ପୂର୍ବରୁ ପାଣ୍ଡିଆନଙ୍କୁ ବିଜେଡି ନେତାମାନେ ଦ୍ୱିତୀୟ ସର୍ବେସର୍ବା ବୋଲି ସ୍ୱୀକାର କରିସାରିଥିବାବେଳେ ଏହି ରାଜ୍ୟତମାମ ଗସ୍ତ କାର୍ଯ୍ୟକ୍ରମ ପରେ ରାଜ୍ୟବାସୀ ଓ ପ୍ରଶାସନିକ କଳ ମଧ୍ୟ ସ୍ୱୀକାର କରିବାକୁ ଏକରମ ବାଧ୍ୟ ହୋଇଛି ।

VK Pandian

5-T ସଚିବ ଭିକେ ପାଣ୍ଡିଆନ୍‌ ମହିଳାଙ୍କଠାରୁ ଦାବିପତ୍ର ଗ୍ରହଣ କରୁଛନ୍ତି

Ordigital Desk
  • Published: Thursday, 31 August 2023
  • Updated: 31 August 2023, 08:57 PM IST

Sports

Latest News

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ କରିଛନ୍ତି । ଶେଷ ଜିଲ୍ଲା ଭାବେ ଯାଜପୁରରେ ଗତ ଦୁଇଦିନ ଧରି ଡେରା ପକାଇଥିବା ପାଣ୍ଡିଆନ ଆଜି ଧର୍ମଶାଳା ଓ ବଡ଼ଚଣା ବ୍ଲକରେ ନିଜର କାର୍ଯ୍ୟକ୍ରମ କରି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଓ ୩୦୦ରୁ ଅଧିକ ବ୍ଲକ(ମୋଟ ୩୧୪ ବ୍ଲକ)ରେ ଭବ୍ୟ ସମ୍ବର୍ଦ୍ଧନା ସହ ଜନସଭାରେ ଯୋଗ ଦେଇ ଓଡ଼ିଶା  ପ୍ରଶାସନିକ ଓ ରାଜନୀତିକ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜଣେ ସଚିବ ପାହ୍ୟା ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ଖୋଲା ଉଲ୍ଲଘଂନ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ ଗସ୍ତ କରି ସାଧାରଣ ଲୋକଙ୍କୁ ସିଧାସଳଖ ଭେଟୁଥିଲେ ମଧ୍ୟ ରାଜ୍ୟର ପ୍ରମୁଖ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ଉପରଠାଉଣିଆ ବିରୋଧ ଏବଂ ବୁଦ୍ଧିଜୀବୀଙ୍କ ନିରବତା ହିଁ ପରୋକ୍ଷରେ ତାଙ୍କର ରାଜ୍ୟତମାମ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଛି ।

ତେବେ ପାଣ୍ଡିଆନଙ୍କ ରାଜ୍ୟ ବୁଲା କାର୍ଯ୍ୟକ୍ରମରୁ କାହାର କ’ଣ ଫାଇଦା ହେଲା ତାକୁ ନେଇ ନୂଆ ଅଙ୍କକଷା ଆରମ୍ଭ ହୋଇଛି । ଜିଲ୍ଲାସ୍ତରରେ ବହୁଧା ଗୋଷ୍ଠୀରେ ବିଭକ୍ତ ଶାସକ ବିଜେଡି ନେତାମାନେ ଏକଜୁଟ ହୋଇ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରୁଥିବାବେଳେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଶେଷ ପର୍ଯ୍ୟନ୍ତ ଜୋରଦାର ଢଙ୍ଗରେ ବିରୋଧ କରିବାର ସାହାସ ଜୁଟାଇ ପାରିନଥିଲେ । କିମ୍ବା ଜନମତ ସୃଷ୍ଟି କରିବାରେ ସକ୍ଷମ ହୋଇନଥିଲେ । ସେହିପରି ପାଣ୍ଡିଆନ ଯେଉଁ ଢଙ୍ଗରେ ଜିଲ୍ଲା ଗସ୍ତ କରୁଥିଲେ ତାହା ରାଜ୍ୟର ଶାସନ ବ୍ୟବସ୍ଥାକୁ ଏକ ନୂତନ ସଙ୍କଟ ଆଡ଼କୁ ଠେଲି ଦେଉଥିଲେ ମଧ୍ୟ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ସମ୍ପୂର୍ଣ୍ଣ ନିରବ ରହିଥିଲେ ।

ସୂଚନା ଅନୁସାରେ, ଚଳିତବର୍ଷ ପଣା ସଂକ୍ରାନ୍ତି ପରଠୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ଜିଲ୍ଲା ଗସ୍ତରେ ଯିବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଗସ୍ତବେଳେ ଜିଲ୍ଲାରେ ରାତ୍ରି ରହଣୀ ସହ ମହିଳା ଏସଏଚଜି, ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା, ସାଧାରଣ ଲୋକଙ୍କଠୁ ଅଭିଯୋଗ ପତ୍ର ସଂଗ୍ରହ କରିବା ଭଳି କାର୍ଯ୍ୟକ୍ରମ ରଖିଥିଲେ । ପରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ, ମଠ-ମନ୍ଦିର ଦର୍ଶନ, କଲେଜ ପରିଦର୍ଶନ, ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ପରେ ସେଗୁଡ଼ିକ ପାଇଁ ଅନୁଦାନ ଘୋଷଣା କଲେ । ପାଣ୍ଡିଆନଙ୍କ ଗସ୍ତବେଳେ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ଅଧିକ ସୁରକ୍ଷା ବନ୍ଦୋବସ୍ତ, ବିଜେଡି ନେତା-ମନ୍ତ୍ରୀମାନେ ରାତିରେ ଡେରା ପକାଇ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସଭାକୁ ଲୋକ ପଠାଇବାଠୁ ଆରମ୍ଭ କରି ଟିକିନିଖି କଥା ବୁଝିବାରୁ ଗସ୍ତ ସଫଳ ହେଲା । 

Also Read

ଆଉ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିରୋଧୀ ଦଳଗୁଡ଼ିକ କିଛି ବୁଝିବା ପୂର୍ବରୁୁ ସେ ୧୦ରୁ ୧୨ଟି ଜିଲ୍ଲା ଗସ୍ତ ଶେଷ କରି ସାରିଥିଲେ । ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ କିଛି ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିରୋଧ ହେବା ସହ ବିଜେଡିର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ବାଦପତ୍ରରେ ଏଭଳି ବ୍ୟୟବହୁଳ ଭବ୍ୟ ଗସ୍ତକୁ ବିରୋଧ କରିବା ପରେ ଜୁନ୍ ୨୬ତାରିଖରେ ବରଗଡ଼ରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଡିଓ ସନ୍ଦେଶକୁ ପାଣ୍ଡିଆନ ନିଜେ ବଜାଇ ଶୁଣାଇଲେ । ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ ଜିଲ୍ଲା ଗସ୍ତ କରୁଥିବା ନେଇ କହିବା ପରେ ବିରୋଧୀଙ୍କ ବିରୋଧ କ୍ରମଶଃ ଶିଥଳ ପଡ଼ିଲା ।

ପାଣ୍ଡିଆନଙ୍କ ରାଜକୀୟ ଭବ୍ୟ ଗସ୍ତ ସତ୍ତ୍ୱେ ଏଭଳି ଗସ୍ତକୁ ବିରୋଧ କରି ଜନମତ ସୃଷ୍ଟି କରିବା କିମ୍ବା ସମୂହ ଗିରଫ ହେବା ଭଳି ପଦକ୍ଷେପ ନେବାକୁ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଆନ୍ତରିକତା ଦେଖାଇ ନଥିଲେ । କେବଳ ଗଣମାଧ୍ୟମରେ ମଝିରେ ମଝିରେ ବୟାନ ଦେବା ଓ କେଉଁଠି କାଁଭାଁ ବିରୋଧ କରି ଦୁଇ ରାଜନୀତିକ ଦଳ ନିଜର ଦାୟିତ୍ୱ ଶେଷ କରୁଥିଲେ । ଯାହା ପରୋକ୍ଷରେ ପାଣ୍ଡିଆନଙ୍କୁ ନିଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଅଧିକ ସଫଳ କରାଇବାକୁ ପ୍ରୋତ୍ସାହିତ କଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଣ୍ଡିଆନଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେଡିର ବିଧାୟକ, ମନ୍ତ୍ରୀ ,ସାଂସଦମାନେ ଦିନରାତି ଏକଜୁଟ କରୁଥିଲେ ମଧ୍ୟ ସେ ଜିଲ୍ଲାରେ ପହଂଚିବା ଓ ଛାଡ଼ିବା ପର୍ଯ୍ୟନ୍ତ ଏହି ବିଜେଡି ନେତାମାନେ ସମ୍ପୂର୍ଣ୍ଣ ଆତ୍ମଗୋପନ କରୁଥିଲେ । ଯଦିଓ ପାଣ୍ଡିଆନଙ୍କର ଏଭଳି ଭବ୍ୟ ଗସ୍ତ କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନଙ୍କର କ୍ଷମତାକୁ ସଙ୍କୁଚିତ କରାଉଥିଲା ବୋଲି ସମସ୍ତେ ଅନୁଭବ କରୁଥିଲେ କିନ୍ତୁ କେହି ମୁହଁ ଖୋଲିବାକୁ ସାହାସ କଲେନି । କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ସହ ଗଣମାଧ୍ୟମ ବି ଏଭଳି ପ୍ରଶାସନିକ ଅସଙ୍ଗତିକୁ ନଜରଅନ୍ଦାଜ କରିଦେବାରୁ ଏବଂ ରାଜ୍ୟର ବୁଦ୍ଧିଜୀବୀ ଗୋଷ୍ଠୀ ନିରବ ରହିବାରୁ ପାଣ୍ଡିଆନ ସହଜରେ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ କରିବାରେ ସଫଳ ହେଲେ ।

ତେବେ ପ୍ରଶ୍ନ ଉଠୁଛି, ନବୀନ ନିଜର କ୍ୟାବିନେଟ୍ ସହଯୋଗୀଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କୁ ପଠାଉଥିଲେ କାହିଁକି? ନବୀନ ନିଜେ କ୍ରମାଗତ ଭାବେ ରାଜ୍ୟବାସୀଙ୍କଠୁ ଦୂରେଇ ରହିବାରେ ଲାଗିଥିବାବେଳେ ତାଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟବାସୀଙ୍କ ନିକଟତର ହେବାରେ ନବୀନଙ୍କ କ’ଣ ଫାଇଦା? ରାଜ୍ୟରେ ସରକାର ବିରୋଧରେ ବଢ଼ୁଥିବା ଜନଆକ୍ରୋଶ, ବିଜେଡି ମନ୍ତ୍ରୀ ଓ ନେତାଙ୍କ ବିରୁଦ୍ଧରେ ଥିବା ବିବାଦକୁ ପାଣ୍ଡିଆନଙ୍କ ଗସ୍ତ ପ୍ରଶମିତ କରିଛି ବୋଲି ତାଙ୍କ କୋରଟିମ୍ ମତ ଦେଉଥିଲେ ମଧ୍ୟ ଏହି ନୂଆ ଷ୍ଟାଇଲର ଶାସନ ବ୍ୟବସ୍ଥା କେବଳ ନବୀନଙ୍କୁ ରବରଷ୍ଟାମ୍ପ କରି ଆଗାମୀ ଦିନରେ ରାଜ୍ୟର ଶାସନକୁ ନିଜ କବଜାରେ ରଖିବାରେ ଏକ ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ପାଣ୍ଡିଆନଙ୍କୁ ବିଜେଡି ନେତାମାନେ ଦ୍ୱିତୀୟ ସର୍ବେସର୍ବା ବୋଲି ସ୍ୱୀକାର କରିସାରିଥିବାବେଳେ ଏହି ରାଜ୍ୟତମାମ ଗସ୍ତ କାର୍ଯ୍ୟକ୍ରମ ପରେ ରାଜ୍ୟବାସୀ ଓ ପ୍ରଶାସନିକ କଳ ମଧ୍ୟ ସ୍ୱୀକାର କରିବାକୁ ଏକରମ ବାଧ୍ୟ ହୋଇଛି । ଗତ କିଛିମାସ ଧରି ସମସ୍ତଙ୍କ ଫୋକସରେ ପାଣ୍ଡିଆନଙ୍କ ଗସ୍ତ ରହୁଥିବାରୁ ରାଜ୍ୟର ମନ୍ତ୍ରୀ ଓ ଅନ୍ୟ ଅଫିସରମାନଙ୍କର କାର୍ଯ୍ୟଶୈଳୀ, ସରକାରୀ କାର୍ଯ୍ୟ ଓ ପାରିବାପଣିଆକୁ ନେଇ ପ୍ରଶ୍ନ ବି ଉଠୁନି । ସବୁଠୁ ବଡ଼ କଥା ହେଲା, ୨୦୧୯ ସାଧାରଣ ନିର୍ବାଚନ ପରଠୁ ରାଜ୍ୟରେ ସେଭଳି କୌଣସି ଗୋଟିଏବି ସ୍ଥାୟୀ ଭିତ୍ତିଭୂମି ବିକାଶ କିମ୍ବା ଶିଳ୍ପ ସ୍ଥାପନ ଆଦି କାର୍ଯ୍ୟ ହୋଇନଥିଲେ ମଧ୍ୟ ମଠ-ମନ୍ଦିରର ଭଙ୍ଗାଗଢ଼ା ମାଧ୍ୟମରେ ବିକାଶ ଗତିଶୀଳ ହୋଇଛି ବୋଲି ପ୍ରଚାର କରାଇବାରେ ବର୍ତ୍ତମାନର ଶାସନ ବ୍ୟବସ୍ଥା ସଫଳ ହୋଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story