Advertisment

ଗଞ୍ଜାମରୁ ଛିଡ଼ା ହେବେ କି ପାଣ୍ଡିଆନ୍‌ ?

୨୦୦୭ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ଗଞ୍ଜାମର ଜିଲ୍ଲାପାଳ ଥିଲେ। ତାଙ୍କ ସମୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ଜାତୀୟ ସ୍ତରରେ ଦୁଇ ପୁରସ୍କୃତ ହୋଇଥିଲା।

author-image
Manoj Swain

ଭି.କେ ପାଣ୍ଡିଆନ୍‌ ଆଇଏଏସ୍ ଚାକିରିରୁ ଭିଆର୍‌ଏସ୍‌ ନେବା ପରେ ଆଜି ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ରୋଚକ କଥା। ସେ କହିଛନ୍ତି, ଭି.କେ. ପାଣ୍ଡିଆନ୍‌ ଗଞ୍ଜାମରୁ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରିବୁ। ସେ ଗଞ୍ଜାମରେ ବହୁ ଉନ୍ନତିମୂଳକ କାମ କରିଛନ୍ତି, ଲୋକ ପସନ୍ଦ କରୁଛନ୍ତି। ଗଞ୍ଜାମ ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରୁ ସେ ଯେଉଁଠୁ ଛିଡ଼ା ହେବେ ନିଶ୍ଚିତ ଜିତିବେ ବୋଲି ଶ୍ରୀ ଚ୍ୟାଉ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୦୭ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ଗଞ୍ଜାମର ଜିଲ୍ଲାପାଳ ଥିଲେ। ତାଙ୍କ ସମୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ଜାତୀୟ ସ୍ତରରେ ଦୁଇ ପୁରସ୍କୃତ ହୋଇଥିଲା। 

Advertisment
Vk Pandian Odisha