Advertisment

ଭରପୂର ସଭାରେ କହିଦେଲେ ଝିନ୍ନ ହିକକା, ମୁଖ୍ୟମନ୍ତ୍ରୀ ଭି.କେ ପାଣ୍ଡିଆନ୍‌ ସାର୍‌

ଲକ୍ଷ୍ମୀପୁରରେ ଆୟୋଜିତ ସମାବେଶରେ ଭି.କେ ପାଣ୍ଡିଆନ୍‌ ପହଞ୍ଚିବା ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ସଭା ସମ୍ଭାଳିଥିଲେ। ଆଉ ସଭାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

Jhina Hikaka

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଏହା ଭିତରେ କେତେବେଳେ ମୁଖ୍ୟମନ୍ତ୍ରୀ ହୋଇଗଲେଣି। ଏକଥା କିନ୍ତୁ ରାଜ୍ୟବାସୀଙ୍କୁ ଜଣାନାହିଁ। ହେଲେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା ଜାଣିପାରିଛନ୍ତି। ସେଥିପାଇଁ ତ ଭରପୂର ସଭାରେ କହୁ କହୁ କହିଦେଲେ, ମୁଖ୍ୟମନ୍ତ୍ରୀ ଭି.କେ ପାଣ୍ଡିଆନ୍‌ ସାର ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି...। ପାଣ୍ଡିଆନ୍‌ଙ୍କ ଲକ୍ଷ୍ମୀପୁର ଗସ୍ତ ସମୟରେ ଝିନ୍ନ ହିକକା ଏମିତି କହିଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି।

Advertisment

ମଙ୍ଗଳବାର 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ। ସେ ହେଲିକପ୍ଟରରେ ପ୍ରଥମେ ନବରଙ୍ଗପୁର ଯାଇଥିଲେ। ସେଠାରେ ବିଭିନ୍ନ ସଭାରେ ଯୋଗଦେଇଥିଲେ। ଆଉ ଏଏନଏମ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମ୍‌ବିକେ ଓ ସିଆରପିଙ୍କ ସମେତ ସମସ୍ତ କମ୍ୟୁନିଟି ସପୋର୍ଟ କର୍ମୀଙ୍କ ଦରମା ବୃଦ୍ଧି ହେବ ବୋଲି ଖୁଲମ୍‌ଖୋଲା କହିଥିଲେ। ଖାଲି ଦରମା ବୃଦ୍ଧି ହେବ ନାହିଁ, ମଧୁବାବୁ ପେନ୍‌ସନ୍‌ ଓ କଳାକାର ଭତ୍ତା ରାଶି ବୃଦ୍ଧ କରାଯିବ ବୋଲି ପାଣ୍ଡିଆନ୍‌ ଭରା ସଭାରେ ପ୍ରତିଶ୍ରୁତି ଦେଇଥିଲେ। ତା’ପରେ କୋରାପୁଟ୍‌ ଗସ୍ତରେ ଯାଇଥିଲେ ଭି.କେ ପାଣ୍ଡିଆନ୍‌।

ଲକ୍ଷ୍ମୀପୁରରେ ଆୟୋଜିତ ସମାବେଶରେ ଭି.କେ ପାଣ୍ଡିଆନ୍‌ ପହଞ୍ଚିବା ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ସଭା ସମ୍ଭାଳିଥିଲେ। ଆଉ ସଭାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। କହୁ କହୁ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଭି.କେ ପାଣ୍ଡିଆନ୍‌ ସାର ୧୦ ଲକ୍ଷ ଟଙ୍କା ଦେଇଛନ୍ତି। କିଛି ସମୟ ପରେ ସେ ଏଠାରେ ପହଞ୍ଚିବେ ବୋଲି କହିଥିଲେ ହିକ୍କକା। ଏମିତି କେତେ କଥା... ସେ କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଝିନ୍ନ ହିକକା ଭୁଲରେ କହିଦେଲେ ନା ପାଣ୍ଡିଆନ୍‌ଙ୍କ ମନ ଜିଣିବା ପାଇଁ ମୁଖ୍ୟମନ୍ତ୍ରୀ ଭି.କେ ପାଣ୍ଡିଆନ୍‌ ସାର କହିଲେ, ତାହା ଜଣାପଡ଼ି ନାହିଁ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ତେବେ ଏନେଇ ଝିନ୍ନ କିକକାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

BjD Koraput