Advertisment

ନବୀନ ଭାଙ୍ଗିଲେ ନୀରବତା, କହିଲେ- ପାଣ୍ଡିଆନ ମୋ’ ଉତ୍ତରାଧିକାରୀ ନୁହନ୍ତି

ଆଜି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ ଅତିରଞ୍ଜିତ କରାଯାଉଛି।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ପ୍ରଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଆତ୍ମଘୋଷିତ ଉତ୍ତରାଧିକାରୀ ଭାବେ ନିଜକୁ ଉପସ୍ଥାପିତ କରିବା ମହଙ୍ଗା ପଡ଼ିଛି। ବିରୋଧୀ ଦଳର କ୍ରମାଗତ ହାମଲା ଓ ରାଜ୍ୟରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶେଷରେ ନବୀନ ମୁହଁ ଖୋଲିଛନ୍ତି। ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ଆଜି ସ୍ପଷ୍ଟ କରିଛନ୍ତି। ଏଥିସହ ଏହି କଥାକୁ କାହିଁକି ବଢ଼ାଇଚଢ଼ାଇ ପ୍ରଚାର କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

Advertisment

ଆଜି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି।

ଏହା ସହିତ ନବୀନ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ନେଇ ମଧ୍ୟ ମତ ରଖିଛନ୍ତି। ଗତକାଲି କହିଥିବା କଥାକୁ ସେ ଆଜି ପୁଣିଥରେ ଦୋହରାଇଛନ୍ତି।

Advertisment

ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିରୋଧି ଦଳ ମୁଖ୍ୟ ପ୍ରସଙ୍ଗ କରି ନବୀନ ବାହାର ଲୋକଙ୍କ କବଜାରେ ରହିଥିବା ଏବଂ ତାମିଲ ବାବୁ ତାଙ୍କୁ ନିୟନ୍ତ୍ରଣ କରୁଥିବାନେଇ କ୍ରମାଗତ ହାମଲା କରି ଆସୁଛି। ନିର୍ବାଚନରେ ଏହି ପ୍ରସଙ୍ଗ ମଧ୍ୟ ବିଜେଡି ପାଇଁ ବୁମେରାଂ ହୋଇଛି। ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ରହିଥିଲେ ମଧ୍ୟ ବିଜେଡି କେବଳ ପାଣ୍ଡିଆନଙ୍କୁ ତାରକା ଭୂମିକାରେ ଓହ୍ଲାଇଛି ଓ ସେ ରାଜ୍ୟ ବ୍ୟାପି ପ୍ରଚାର କରିବା ସାଧାରଣରେ ଗ୍ରହଣୀୟ ହେଉ ନ ଥିବା ଜାଣି ନବୀନ ନିଜ ନୀରବତା ଭଙ୍ଗ କରିଛନ୍ତି।

ବିଳମ୍ବରେ ହେଲେ ମଧ୍ୟ ନବୀନ ବିରୋଧୀ ଦଳଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି କୌଶଳ ବାସ୍ତବରେ ବିଜେଡି ସପକ୍ଷରେ ଭୋଟ ଆଣିବା ପାଇଁ ନା କେବଳ ନିର୍ବାଚନୀ ଗୁଗଲି ତାକୁ ନେଇ ଚର୍ଚ୍ଚା ଚାଲିଛି ।

ବିଜେପି ତରଫରୁ କ୍ରମାଗତ ହାମଲାକୁ ନେଇ ନବୀନ କହିଛନ୍ତି, ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହା ପ୍ରତି କେବେ ଆକ୍ରୋଶ ଦେଖାଇନି । ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ଏହି ସାକ୍ଷାତକାରରେ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ’ ପାଖରେ ଅଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ ।  

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ସମୟରେ କିନ୍ତୁ ଏକ ବଡ଼ ପ୍ରଶ୍ନର ଉତ୍ତର ପାଇ ପାରିଲେନି ରାଜ୍ୟବାସୀ। ମୁଖ୍ୟମନ୍ତ୍ରୀଙ୍କ ସହ ଖାଲି ପାଣ୍ଡିଆନ କାହିଁକି ବୁଲୁଛନ୍ତି ଏନେଇ ଜାଣିବାକୁ ସମଗ୍ର ରାଜ୍ୟବାସୀ ଉତ୍ସୁକ ଥିଲେ। ମାତ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କିଛି ପଚରା ଗଲାନି କି ମୁଖ୍ୟମନ୍ତ୍ରୀ ନିଜ ଆଡୁ ବି ଏନେଇ ମତ ରଖିଲେନି। 

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ପାଣ୍ଡିଆନ ନିଜକୁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ପ୍ରକୃତ ଉତ୍ତରାଧିକାରୀ ବୋଲି କହିଥିଲେ। ଗତ କିଛି ବର୍ଷ ଧରି ପାଣ୍ଡିଆନ ନବୀନଙ୍କ ଊତ୍ତରାଧିକାରୀ ପରି ଆଚରଣ କରି ଉଭୟ ବିଜେଡି ଓ ରାଜ୍ୟ ଶାସନରେ ନିଜ ନିୟନ୍ତ୍ରଣ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ତେବେ ପାଣ୍ଡିଆନଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ସ୍ୱପ୍ନକୁ ଆଜି ନବୀନଙ୍କ ବୟାନ ଧୂଳିସାତ କରିଛି।

BjD Naveen Patnaik Vk Pandian 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe