‘ମୁଖ୍ୟମନ୍ତ୍ରୀଙ୍କୁ ଗୋଇଠା ମାରୁଛ, କ୍ଷମା ମାଗ’ | Odisha Reporter
ଏକ ନିର୍ବାଚନୀ ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବାବେଳେ ତାଙ୍କ ଗୋଡ଼କୁ ଭି.କେ ପାଣ୍ଡିଆନ ନିଜ ଗୋଡ଼ରେ ଠେଲି କିଛି ଇସାରା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଭାରଇଲ୍ ହେବା ପରେ ରାଜ୍ୟ ରାଜନିତୀରେ କମ୍ପନ ସୃଷ୍ଟି ହୋଇଛି। ଏହି ଭିଡିଓଟିକୁ ରାଜ୍ୟ ବିଜେପି ପକ୍ଷରୁ ଜାରି କରାଯିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ କରାଯିବନି ବୋଲି ବିଜେପି ଚେତାବନୀ ଦେଇଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତକାଲି ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ତାମିଲ ବାବୁ ଭିଡ଼ି ଧରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ଆଉ ଏକ ସ୍ପର୍ଶକାତର ଉଦବେଗଜନକ ଭିଡିଓ ନଜରକୁ ଆସିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
