Advertisment

ମୁଖ୍ୟମନ୍ତ୍ରୀଙ୍କ ଗୋଡ଼କୁ ପାଣ୍ଡିଆନ୍ ନିଜ ଗୋଡ଼ରେ ଠେଲିଲେ !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଥରୁଥିବା ହାତକୁ ଟାଣି ନେଇ ପାଣ୍ଡିଆନ୍ ପୋଡିୟମ ଉପରେ ରଖିବାର ଦୃଶ୍ୟକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଭାରଇଲ୍ ଭିଡିଓ।

ଅଦ୍ୟତନ ହୋଇଛି
Advertisment

ଏକ ନିର୍ବାଚନୀ ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବାବେଳେ ତାଙ୍କ ଗୋଡ଼କୁ ଭି.କେ ପାଣ୍ଡିଆନ ନିଜ ଗୋଡ଼ରେ ଠେଲି କିଛି ଇସାରା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଭାରଇଲ୍ ହେବା ପରେ ରାଜ୍ୟ ରାଜନିତୀରେ କମ୍ପନ ସୃଷ୍ଟି ହୋଇଛି। ଏହି ଭିଡିଓଟିକୁ ରାଜ୍ୟ ବିଜେପି ପକ୍ଷରୁ ଜାରି କରାଯିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ କରାଯିବନି ବୋଲି ବିଜେପି ଚେତାବନୀ ଦେଇଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତକାଲି ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ତାମିଲ ବାବୁ ଭିଡ଼ି ଧରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ଆଉ ଏକ ସ୍ପର୍ଶକାତର ଉଦବେଗଜନକ ଭିଡିଓ ନଜରକୁ ଆସିଛି।

Advertisment
Odisha Bjp Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe