Advertisment

ଗଞ୍ଜାମରୁ ନିର୍ବାଚନ ଲଢ଼ିବେ କି ଭି.କେ. ପାଣ୍ଡିଆନ୍‌?

୨୦୦୭ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ଗଞ୍ଜାମର ଜିଲ୍ଲାପାଳ ଥିଲେ। ତାଙ୍କ ସମୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ଜାତୀୟ ସ୍ତରରେ ଦୁଇ ପୁରସ୍କୃତ ହୋଇଥିଲା। ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ, ସେଥିପାଇଁ ତାଙ୍କୁ ହେଲେନ୍‌ କେଲର ପୁରସ୍କାର ମିଳିଥିଲା।

ଅଦ୍ୟତନ ହୋଇଛି
VK Pandian

VK Pandian

Advertisment

ଭି..କେ. ପାଣ୍ଡିଆନ୍‌ ଚାକିରିରୁ ଭିଆର୍‌ଏସ୍‌ ନେବା ପରେ କ’ଣ କରିବେ? ସେ ରାଜନୀତି ମୈଦାନକୁ ଲମ୍ଫ ମାରିବେ କି? ଯଦି ସେ ନିର୍ବାଚନ ଲଢ଼ନ୍ତି, ତାହାହେଲେ କେଉଁ ଜିଲ୍ଲାରୁ ଭାଗ୍ୟ ପରୀକ୍ଷା କରିବେ? ପାଣ୍ଡିଆନ୍‌ ଚାକିରି ଛାଡ଼ିବା ପରେ ଏପରି ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ରୋଚକ କଥା।

Advertisment

ଚ୍ୟାଉ ପଟ୍ଟନାୟକ କହିଛନ୍ତି, ଭି.କେ. ପାଣ୍ଡିଆନ୍‌ ଗଞ୍ଜାମରୁ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରିବୁ। ସେ ଗଞ୍ଜାମରେ ବହୁ ଉନ୍ନତିମୂଳକ କାମ କରିଛନ୍ତି, ଲୋକ ପସନ୍ଦ କରୁଛନ୍ତି। ଗଞ୍ଜାମ ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରୁ ସେ ଯେଉଁଠୁ ଛିଡ଼ା ହେବେ ନିଶ୍ଚିତ ଜିତିବେ ବୋଲି ଶ୍ରୀ ଚ୍ୟାଉ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୦୭ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ଗଞ୍ଜାମର ଜିଲ୍ଲାପାଳ ଥିଲେ। ତାଙ୍କ ସମୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ଜାତୀୟ ସ୍ତରରେ ଦୁଇ ପୁରସ୍କୃତ ହୋଇଥିଲା। ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ, ସେଥିପାଇଁ ତାଙ୍କୁ ହେଲେନ୍‌ କେଲର ପୁରସ୍କାର ମିଳିଥିଲା। ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ରୋଗୀଙ୍କ ପାଇଁ ବହୁତ ବଡ଼ ସମସ୍ୟା ଥିଲା। ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇ ଏଡ୍‌ସ ରୋଗୀଙ୍କ ପାଇଁ ପେନ୍‌ସନ୍‌ର ବ୍ୟବସ୍ଥା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ପୂରା ଗଞ୍ଜାମ ଜିଲ୍ଲା ବୁଲିଥିଲେ। ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ଓ ଗୁରୁଦ୍ୱାର ସମେତ ବିଭନ୍ନ ଉନ୍ନତିମୂଳକ କାମର ତଦାରଖ କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ଦେଇଥିଲେ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଆହୁରି ସୁଦୃଢ଼ ହୋଇଥିଲା ବୋଲି ଶ୍ରୀ ଚ୍ୟାଉ ପଟ୍ଟନାୟକ କହିଛନ୍ତି।

Advertisment

ଜିଲ୍ଲାର ଗୋଷ୍ଠୀ କନ୍ଦଳକୁ ନେଇ ସେ କହିଛନ୍ତି, ବର୍ତ୍ତମାନ ୧୩ଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ସଙ୍ଗଠନ ସୁଦୃଢ଼ ରହିଛି। କାରଣ ଲୋକମାନେ ନବୀନ ପଟ୍ଟନାୟକଙ୍କୁ ଚାହୁଁଛନ୍ତି। ଶଙ୍ଖ ଚିହ୍ନକୁ ଚାହାନ୍ତି। ଏଠି ସଙ୍ଗଠନ ଦୃଢ଼ ରହିଛି ବୋଲି କହିଛନ୍ତି।

BjD Ganjam Ganjam Politics Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe