Advertisment

RTI କର୍ମୀଙ୍କ ଦାବି; କେନ୍ଦ୍ରୀୟ ଟ୍ରେନିଂ ଏଡ଼ାଇବାକୁ ପାଣ୍ଡିଆନ ନେଲେ VRS

ଭି.କେ ପାଣ୍ଡିଆନଙ୍କୁ ଆଜି କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

ଅଦ୍ୟତନ ହୋଇଛି
VK Pandian

VK Pandian

Advertisment

ଗତକାଲି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତାଙ୍କ ଇସ୍ତଫାକୁ ନେଇ ଯେତିକି ଚର୍ଚ୍ଚା, ତା’ଠୁ ଅଧିକ ଚର୍ଚ୍ଚା ଇସ୍ତଫା ପଛର କାରଣ ଏବଂ ପରବର୍ତ୍ତୀ ପଦକ୍ଷେପକୁ ନେଇ ହୋଇଥିଲା। ପାଣ୍ଡିଆନ ହଠାତ କାହିଁକି VRS ନେଲେ ? ସେଥିରେ ପୁଣି VRS ନେଉ ନେଉ ନବୀନ ଓଡ଼ିଶା ଏବଂ ଫାଇଭ-ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ। ଏହି ଚର୍ଚ୍ଚା ଭିତରେ ଏବେ ଘୁରି ବୁଲୁଥିବା ଏକ ଚିଠିକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଟ୍ରେନିଂ ଏଡ଼ାଇବାକୁ VRS ନେଇଥିବା ଚର୍ଚ୍ଚା ହେଉଛି। ଏ ସଂପର୍କରେ RTI ତଥ୍ୟ ମାଗିଥିବା ନିର୍ଭୟ ସାମନ୍ତରାୟ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ୨୦୦୦ ବ୍ୟାଚ୍‌ର ୩ ଜଣ IASଙ୍କ ଟ୍ରେନିଂ ସଂପର୍କରେ ତଥ୍ୟ ମାଗିଥିଲି। ଭି.କେ ପାଣ୍ଡିଆନ, ସୁଜାତା କାର୍ତ୍ତିକେୟ, ଟି. ଆଓଙ୍କ ତଥ୍ୟ ମାଗିଥିଲି। ୨୦୨୨ ମସିହା ଜୁନ୍‌ ମାସରେ DOPT ୩ ଜଣଙ୍କ ବିଷୟରେ ତଥ୍ୟ ଦେଇଥିଲେ। ଟି. ଆଓ କେନ୍ଦ୍ରୀୟ ଟ୍ରେନିଂ ଶେଷ କରିଥିଲେ। ହେଲେ ଭି.କେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟଙ୍କ ୨ଟି ଟ୍ରେନିଂ ବାକିଥିଲା। 

ସେ ଆହୁରି କହିଛନ୍ତି, ସେପ୍ଟେମ୍ବର ୧୫ରେ କାର୍ମିକ ମନ୍ତ୍ରାଳୟ ଟ୍ରେନିଂ ଡିଭିଜନକୁ ଚିଠି କରିଥିଲା। ଭି.କେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟଙ୍କ ପାଇଁ ୨ ମାସ ଭିତରେ ଟ୍ରେନିଂ ବ୍ୟବସ୍ଥା କରିବାକୁ ଚିଠି ହୋଇଥିଲା। ତେଣୁ ନଭେମ୍ବର ୧୫ ତାରିଖରେ ଭି.କେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟଙ୍କୁ ନିଶ୍ଚିତ ଟ୍ରେନିଂ ଯିବାର ଥିଲା। କେନ୍ଦ୍ରକୁ ନଯିବା ପାଇଁ ହୁଏତ ସେ VRS ନେଇଥାଇପାରନ୍ତି।

Advertisment

ଅନ୍ୟପକ୍ଷରେ ଏସଂପର୍କରେ ଭି.କେ ପାଣ୍ଡିଆନ କିମ୍ବା ସୁଜାତା କାର୍ତ୍ତିକେୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  ଭି.କେ ପାଣ୍ଡିଆନଙ୍କୁ ଆଜି କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। 

Vk Pandian BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe