Advertisment

ଜେଜେ ମାଆ, ଜେଜେ ବାପାଙ୍କ ଭତ୍ତା ବଢ଼ିବ: ପାଣ୍ଡିଆନ୍‌

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଆଜି ନବରଙ୍ଗପୁର ଗସ୍ତରେ ଯାଇଥିଲେ। ତାଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ ରାଇଘର ମିନି ଷ୍ଟାଡିୟମ୍‌କୁ ପାଛୋଟି ନେଇଥିଲେ।

VK Pandian

VK Pandian

Advertisment

ଭତ୍ତା ପାଉଥିବା ଜେଜେ ମାଆ, ଜେଜେ ବାପାଙ୍କ ପାଇଁ ଖସି ଖବର। ସେମାନଙ୍କ ଭତ୍ତା ବଢ଼ିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭତ୍ତା ଟଙ୍କା ବଢ଼ାଇବେ। ବାଲେଶ୍ୱର ପରେ ନବରଙ୍ଗପୁର ଗସ୍ତରେ ଯାଇ ଉମରକୋଟରେ ଆୟୋଜିତ ସାଧାରଣ ସଭାରେ ଏପରି କହିଛନ୍ତି 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌।

Advertisment

ଉଦ୍‌ବୋଧନ ଦେଇ ଭି.କେ ପାଣ୍ଡିଆନ୍‌ କହିଛନ୍ତି, ବସ୍‌ରେ ଯିବା ଆସିବା କରୁଥିବା ମାଆମାନଙ୍କୁ ପାଇଁ ମୁଖ୍ୟମନ୍ତ୍ରୀ ଟିକଟର ଦାମ ୫ ଟଙ୍କା ରଖିଛନ୍ତି। ଠିକ୍‌ ସେହି ପରି କଲେଜ ପିଲା ଓ ସ୍କୁଲ ପିଲାଙ୍କ ବସ୍‌ ଟିକଟ ଦାମ ୫ ଟଙ୍କା ରଖିଛନ୍ତି। ବ୍ୟାଙ୍କ ସୁବିଧା ପାଇଁ ବହୁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି। ଏହି କଷ୍ଟରୁ ମୁକ୍ତି ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ଖୋଲିବାକୁ ପଦକ୍ଷେପ ନେଇଛନ୍ତି। ଆଗାମୀ ଦୁଇ ମାସରେ ପ୍ରତ୍ୟେକ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କ ସୁବିଧା ପାଇବେ। ବିଶେଷ କରି ମିଶନ ଶକ୍ତି ମାଆମାନଙ୍କୁ ଆଉ ବେଶୀ ଦୂରକୁ ଯିବା ପାଇଁ ପଡ଼ିବ ନାହିଁ ବୋଲି ପାଣ୍ଡିଆନ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, ଭତ୍ତା ପାଉଥିବା ଜେଜେ ବାପା, ଜେଜେ ମାଆମାନେ ଖୁବ୍‌ଶୀଘ୍ର ଖୁସି ଖବର ପାଇବେ। ମଧୁବାବୁ ପେନ୍‌ସନ ଯୋଜନାରେ ଭତ୍ତା ଟଙ୍କା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଉଛନ୍ତି। ଏଥିସହ କଳାକାରଙ୍କ ଭତ୍ତା ମଧ୍ୟ ବଢ଼ିବ। ଏଏନଏମ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମ୍‌ବିକେ ଓ ସିଆରପିଙ୍କ ସମେତ ସମସ୍ତ କମ୍ୟୁନିଟି ସପୋର୍ଟ କର୍ମୀଙ୍କ ଦରମା ବୃଦ୍ଧି ହେବ। ଆପଣମାନଙ୍କୁ ଅନୁରୋଧ ଭଲ କାମ କରନ୍ତୁ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ଠିକ୍‌ ଭାବେ କରନ୍ତୁ। ମାଆମାନଙ୍କୁ ସଶକ୍ତ କରାନ୍ତୁ। ତାଙ୍କ ରୋଜଗାରରେ ସହଯୋଗ କରନ୍ତୁ। ଆପଣମାନେ ସହଯୋଗ କଲେ ଓଡ଼ିଶା ଦୌଡ଼ିବ ଓ ନୂଆ ଓଡ଼ିଶା ଗଠନ ହେବ ବୋଲି ଭି.କେ ପାଣ୍ଡିଆନ୍‌ କହିଛନ୍ତି।

Advertisment

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଆଜି ନବରଙ୍ଗପୁର ଗସ୍ତରେ ଯାଇଥିଲେ। ତାଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ ରାଇଘର ମିନି ଷ୍ଟାଡିୟମ୍‌କୁ ପାଛୋଟି ନେଇଥିଲେ। ଉକ୍ତ ସଭାରେ ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ସମେତ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ଯୋଗ ଦେଇଥିଲେ।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Vk Pandian BjD Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe