Advertisment

ଚିତ୍ରକୋଣ୍ଡା ବିଜେଡିରେ ବିରୋଧର ସ୍ୱର, ଇସ୍ତଫା ଦେଲେ ଦୁଇ ବ୍ଲକ ଅଧ୍ୟକ୍ଷ

ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ବିରୋଧ କରି ଦଳରୁ ଇସ୍ତଫା ଦେଇଛନ୍ତି ଦୁଇ ବ୍ଳକ୍ ଅଧ୍ୟକ୍ଷଙ୍କ ସହିତ ନିର୍ବାଚନ ମଣ୍ଡଳୀର ଏକାଧିକ ସରପଞ୍ଚ, ସମିତି ସଭ୍ୟ ଓ କର୍ମକର୍ତ୍ତା

BJD

BJD

Advertisment

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଦେଖିବାକୁ ମିଳିଛି ବିରୋଧର ସ୍ୱର। ଦଳର ସମ୍ଭାବ୍ୟ ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଉଠିଛି ବିଦ୍ରୋହର ସ୍ୱର। ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ବିରୋଧ କରି ଦଳରୁ ଇସ୍ତଫା ଦେଇଛନ୍ତି ଦୁଇ ବ୍ଳକ୍ ଅଧ୍ୟକ୍ଷଙ୍କ ସହିତ ନିର୍ବାଚନ ମଣ୍ଡଳୀର ଏକାଧିକ ସରପଞ୍ଚ, ସମିତି ସଭ୍ୟ ଓ କର୍ମକର୍ତ୍ତା।

Advertisment

ବିଜେଡିରୁ ଇସ୍ତଫା ଦେଇଥିବା ଦୁଇ ବ୍ଲକ୍ ଅଧ୍ୟକ୍ଷ ହେଉଛନ୍ତି ବିଘ୍ନ କିର୍ଷାନି ଓ ମହେଶ ବାକା। ବିଘ୍ନ ଖଇରପୁଟ ବ୍ଲକ୍ ଅଧ୍ୟକ୍ଷ ଥିବା ବେଳେ ମହେଶ ମାଥିଲି ବ୍ଲକ୍ ଅଧ୍ୟକ୍ଷ ଅଛନ୍ତି।

ଗତକାଲି ମାଥିଲିରେ ବିଜେଡି ପକ୍ଷରୁ ଏକ ବୈଠକ କରାଯାଇଥିଲା। ସେଥିରେ ଇସ୍ତଫା ଦେଇଥିବା ଏହି ନେତା ଓ କର୍ମକର୍ତ୍ତାମାନଙ୍କୁ ଅଣଦେଖା କରାଯାଇଥିଲା। ତା’ସହିତ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ସପକ୍ଷରେ ନାରାବାଜି କରାଯାଇଥିଲା। ତେବେ ଲକ୍ଷ୍ମୀପ୍ରିୟାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ଚିତ୍ରକୋଣ୍ଡା ବିଜେଡିରେ ସହମତି ନାହିଁ। ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରୁଛି। ଇସ୍ତଫା ଦେଇଥିବା ନେତା ଓ କର୍ମକର୍ତ୍ତା ସେହି ଗୋଷ୍ଠୀରେ ଅଛନ୍ତି। ସେମାନେ କହିଛନ୍ତି ଯେ ଲକ୍ଷ୍ମୀପ୍ରିୟାଙ୍କୁ ଛାଡ଼ି ଅନ୍ୟ କାହାକୁ ଟିକେଟ ଦେଲେ ସେମାନେ ପୁଣି ବିଜେଡିକୁ ଫେରିବେ ଓ ପ୍ରାର୍ଥୀଙ୍କୁ ଜିତାଇବେ।

Advertisment

୨୦୧୯ରେ ଚିତ୍ରକୋଣ୍ଡାରୁ ଜିତିଥିଲେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ବାକା। ଅନ୍ୟପକ୍ଷରେ କଂଗ୍ରେସ ଟିକେଟରେ ଲଢ଼ିଥିବା ଲକ୍ଷ୍ମୀପ୍ରିୟା ନାୟକ ୨୫୦୦ରୁ ଅଧିକ ଭୋଟ୍‌ରେ ହାରିଥିଲେ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe