Advertisment

ମହାରାଷ୍ଟ୍ର ଭୋଟ୍‌ ଗଣତି: କିଏ ଆଗରେ, କିଏ ପଛରେ

ପଛରେ ପଡ଼ିଯାଇଛନ୍ତି କିଛି ବଡ଼ ନେତା

author-image
Jitendra Garnayak
ଅଦ୍ୟତନ ହୋଇଛି
Maharastra

Maharastra

ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିବ। ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ଖବର ଲେଖାଯିବା ବେଳକୁ ବିଜେପି ମେଣ୍ଟ ଆଗରେ ଥିବାବେଳେ କଂଗ୍ରେସ ମେଣ୍ଟ ବହୁ ପଛରେ ରହିଛି। ବିଜେପି ମେଣ୍ଟରେ ଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବାରାମତୀ ଆସନରୁ ନିର୍ବାଚନ ଲଢ଼ିଥିବା ବେଳେ ଆଗରେ ରହିଛନ୍ତି। ତାଙ୍କ ବିପକ୍ଷରେ ତାଙ୍କ ନିଜ ପୁତୁରା ୩୨ ବର୍ଷୀୟ ଯୁଗେନ୍ଦ୍ର ପାୱାର ଳଢ଼ୁଛନ୍ତି। ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଟିକେଟରେ ସେ ଅଜିତ ପାୱାରଙ୍କ ବିରୋଧରେ ଲଢ଼ୁଛନ୍ତି।

Advertisment

ଅନ୍ୟପକ୍ଷରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ଅନ୍ୟତମ ବଡ଼ ନେତା ଛଗନ ଭୁଜବଳ ପଛରେ ପଡ଼ିଯାଇଛନ୍ତି। ୟେୱଲା ଆସନରେ ସେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ପ୍ରାର୍ଥୀ ମାଣିକରାଓ ସିନ୍ଦେଙ୍କଠାରୁ ପଛରେ ଅଛନ୍ତି। ଏହି ଆସନରେ ମାଣିକରାଓ ଆଗରେ ଅଛନ୍ତି। ସେହିପରି କଂଗ୍ରେସ ଛାଡ଼ି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିବା ମିଲିନ୍ଦ ଦେଓରା ପଛରେ ପଡ଼ିଯାଇଛନ୍ତି। ସେ ୱର୍ଲି ଆସନରୁ ଲଢ଼ୁଥିବା ବେଳେ ଏଠାରେ ଆଗରେ ଅଛନ୍ତି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ନେତା ତଥା ତାଙ୍କ ପୁଅ ଆଦିତ୍ୟ ଠାକରେ।

ଲାତୁର ସିଟି ଆସନରୁ କଂଗ୍ରେସ ପ୍ରାର୍ଥୀ ଅମିତ ଦେଶମୁଖ ଆଗରେ ରହିଥିବା ବେଳେ ଲାତୁର ରୁରାଲ ଆସନରେ କଂଗ୍ରେସ ପ୍ରାର୍ଥୀ ଧୀରଜେଶମୁଖ ଆଗରେ ଅଛନ୍ତି। ନାଗପୁର ସାଉଥ ଆସନରେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଗରେ ଥିବା ବେଳେ କୋପରୀ ପଚପଖଡ଼ି ଆସନରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଗରେ ଅଛନ୍ତି। ଦିଣ୍ଡୋଶି ଆସନରେ ଉଦ୍ଧବ ଠାକରେ ଙ୍କ ଗୋଷ୍ଠୀର ନେତା ସୁନୀଲ ୱାମାନ ପ୍ରଭୁଆଗରେ ଥିବା ବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ନେତା ସଞ୍ଜୟ ନିରୂପମ ପଛରେ ଚାଲିଛନ୍ତି।

Advertisment

ସାକୋଲି ଆସନରେ ବିଜେପି ନେତା ଅବିନାଶ ବ୍ରହ୍ମଙ୍କର ଆଗରେ ଥିବା ବେଳେ କଂଗ୍ରେସର ନାନା ପାଟୋଲେ ପଛରେ ଅଛନ୍ତି। କୋଲାବାରେ ବିଜେପି ପ୍ରାର୍ଥୀ ରାହୁଲ ନରୱେକର ଆଗରେ ଥିବା ବେଳେ କଂଗ୍ରେସର ହୀରା ନୱାଜୀ ଦେବାସୀ ପଛରେ ପଡ଼ିଯାଇଛନ୍ତି। ମାନଖୁର୍ଦ ଶିବାଜୀନଗରରେ ଏନ୍‌ସିପି ନେତା ନୱାବ ମଲ୍ଲିକ ପଛରେ ପଡ଼ିଯାଇଛନ୍ତି। ଏହି ଆସନରେ ଆଗରେ ଅଛନ୍ତି ଏସ୍‌ପି ନେତା ଅବୁ ଅସୀମ ଆଜମୀ। କରାଡ଼ ଦକ୍ଷିଣରେ ବିଜେପି ନେତା ଅତୁଲ ଭୋସଲେଆଗରେ ଥିବା ବେଳେ ପଛରେ ପଡ଼ିଯାଇଛନ୍ତି ପୃଥ୍ୱୀରାଜ ଚୌହାନ।       

Maharastra Election Results