Advertisment

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରୁ ପ୍ରୋଟେକଲ ଅନୁସାରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

President

President

Advertisment

ଗଣତନ୍ତ୍ରର ମହାପର୍ବ, ପୁଣି ମହା ଉତ୍ସାହରେ ସାମିଲ ହେଲା ସାରା ଦେଶ। ସାଧାରଣ ନିର୍ବାଚନ ୨୦୨୪ ଲାଗି ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟ୍। ଏହି ପର୍ଯ୍ୟାୟରେ ମତଦାନ କରିଛି ଦିଲ୍ଲୀ। ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ମତଦାନ କରିଛନ୍ତି ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ଭବନରୁ ପ୍ରୋଟେକଲ ଅନୁସାରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହି ସମାନ ବୁଥରେ ସପତ୍ନୀକ ମତଦାନ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରିକ ଦେଶର ନାଗରିକ ଭାବେ ମତଦାନ କରି ନିଜକୁ ଗର୍ବିତ ମନେକରୁଥିବା କହିଥିଲେ ଉପରାଷ୍ଟ୍ରପତି।

Advertisment

ସେହିଭଳି ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ନିଜ ପରିବାର ସଦସ୍ୟଙ୍କ ସହ ଆସି ଭୋଟ ଦେଇଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ନିଜ ବାପାଙ୍କୁ ହ୍ୱିଲ ଚେୟାରରେ ମତଦାନ କେନ୍ଦ୍ରକୁ ଆଣି ଆସିଥିଲେ ରାଜୀବ କୁମାର। ଏପଟେ ମାଆଙ୍କ ସହ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେବା ପରେ ଭୋଟରଙ୍କୁ ଉତ୍ସାହିତ କରିବାକୁ ବୁଥ୍ ବାହାରେ ସେଲଫି ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସେହିଭଳି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ଏଥର ପ୍ରଥମ ଥର ମତଦାନ କେନ୍ଦ୍ରକୁ ଆସି ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ ତାଙ୍କ ପୁଅ ରିହାନ ଭଦ୍ରା ଓ ଝିଅ ମିରାୟା ଭଦ୍ରା।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ସିପିଏମର ବରିଷ୍ଠ ନେତା ପ୍ରକାଶ କରାତ ପ୍ରମୁଖ ଦିଲ୍ଲୀର ଭିନ୍ନ ଭିନ୍ନ ବୁଥକୁ ଯାଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥଲେ। ଏପଟେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମଧ୍ୟ ପତ୍ନୀଙ୍କ ସହ ଜାମସେଦପୁରରେ ଏକ ବୁଥରେ ଧାଡ଼ିରେ ଛିଡ଼ା ହୋଇ ମତଦାନ କରିଥିଲେ।

Advertisment

ଆଜି ଷଷ୍ଠ ପର୍ଯ୍ୟାୟ ଭୋଟ୍ ବେଳେ ଦିଲ୍ଲୀର ବହୁ କ୍ରିକେଟର, ଭିଭିଆଇପି ଓ ଅନ୍ୟ ସେଲିବ୍ରିଟିଙ୍କୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଲ ଦେବ ପତ୍ନୀଙ୍କ ସହ ମତଦାନ କେନ୍ଦ୍ରକୁ ମତାଧିକାର ସାବ୍ୟସ୍ତ କରିଥିଲେ। ଟିମ୍ ଇଣ୍ଡିଆର ପୂର୍ବତନ କପ୍ତାନ ମହେନ୍ଦ୍ର ସିଂ ଧୋନି ମଧ୍ୟ ପତ୍ନୀ ସାକ୍ଷୀଙ୍କ ସହ ରାଞ୍ଚିର ଏକ ବୁଥରେ ଭୋଟ୍ ଦେଇଥିଲେ। ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଗୌତମ ଗମ୍ଭୀରଙ୍କ ସହ ଅଭିନେତା ତଥା ବିଜେପି ନେତା ମନୋଜ ତିୱାରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ତଥା ନୂଆଦିଲ୍ଲୀ ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ବାଂଶୁରୀ ସ୍ୱରାଜ ପ୍ରମୁଖ ଭୋଟ୍ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ମତଦାନ କରିବାକୁ ଉତ୍ସାହିତ କରିଥିଲେ।

୨୦୨୪ ସାଧାରଣ ନିର୍ବାଚନ ଲାଗି ୬ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe