Advertisment

ଭୋଟର ତାଲିକା: ୫.୫୧ ଲକ୍ଷ ନୂଆ ଭୋଟର, ୧.୮୭ଲକ୍ଷ ଭୋଟର ବାଦ୍‌

ରାଜ୍ୟରେ ମୋଟ ୫ଲକ୍ଷ ୫୧ହଜାର ୨୩୭ଜଣ ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି। ୧ଲକ୍ଷ ୮୭ହଜାର ୪୦୫ଜଣ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ତେବେ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଜାନୁୟାରୀ ୫ତାରିଖରେ ପ୍ରକାଶ ପାଇବ।

ଅଦ୍ୟତନ ହୋଇଛି
Voter List

Voter List

Advertisment

ଗତ ଅକ୍ଟୋବର ୨୭ରୁ ନଭେମ୍ବର ୧୧ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଶେଷ ହୋଇଛି। ଏହି ଅବଧି ମଧ୍ୟରେ ରାଜ୍ୟରେ ମୋଟ ୫ଲକ୍ଷ ୫୧ହଜାର ୨୩୭ଜଣ ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି। ୧ଲକ୍ଷ ୮୭ହଜାର ୪୦୫ଜଣ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ତେବେ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଜାନୁୟାରୀ ୫ତାରିଖରେ ପ୍ରକାଶ ପାଇବ।

Advertisment

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ସର୍ବାଧିକ ନୂଆ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ୪୫୩୯୮ଜଣ ସାମିଲ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରେ ୪୪୭୩୨ଜଣ, ବଲାଙ୍ଗିର ୪୧୫୧୩ଜଣ, ଗଞ୍ଜାମ ଜିଲ୍ଲାରେ ୩୯୨୯୭ଜଣ, ବାଲେଶ୍ୱର ଜିଲ୍ଲାରେ ୩୧୦୦୬ଜଣ, ବରଗଡ଼ ଜିଲ୍ଲାରେ ୨୩୬୮୨ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ବୌଦ୍ଧରେ ସବୁଠୁ କମ୍ ୪୬୧୦ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି ।

ଅନ୍ୟପକ୍ଷରେ ଭୋଟର ତାଲିକାରୁ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୨୭୪୧୨ଜଣ ଭୋଟର ବାଦ୍ ପଡ଼ିଥିବାବେଳେ ଯାଜପୁର ଜିଲ୍ଲାରେ ୨୩୩୨୯ଜଣ, ବଲାଙ୍ଗିର ଜିଲ୍ଲାରେ ୧୬୯୦୭ଜଣ, ଖୋର୍ଦ୍ଧା ଜିଲ୍ଲାରେ ୧୪୭୭୯ଜଣ, ବାଲେଶ୍ୱର ଜିଲ୍ଲାରେ ୧୧୩୦୦, ଭଦ୍ରକରେ ୧୧୦୩୩ଜଣ ଓ ଗଞ୍ଜାମ ଜିଲ୍ଲାରେ ୧୦୩୨୬ଜଣ ଭୋଟର ବାଦ୍ ପଡ଼ିଛନ୍ତି।
ଏ ସମ୍ବନ୍ଧରେ ସବିଶେଷ ସୂଚନା ସମ୍ପୃକ୍ତ ଜିଲ୍ଲାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଓ ଏହା ଉପରେ ଆପତ୍ତି ଅଭିଯୋଗ କରାଯାଇ ପାରିବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନଭେମ୍ବର ମାସ ୫,୧୧,୧୯ ଓ ୨୫ତାରିଖ ୪ଦିନ ଧରି ପ୍ରତ୍ୟେକ ବୁଥସ୍ତରରେ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଚାଲିଥିଲା। ୨୦୨୪ ଜାନୁୟାରୀ ୧କୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ କରାଯାଇଥିଲା। ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତାବର୍ଷ ଜାନୁୟାରୀ ୫ତାରିଖ ଦିନ ପ୍ରକାଶ ପାଇବ।

ଚିଠା ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ରାଜ୍ୟରେ ଭୋଟର ସଂଖ୍ୟା ବୃଦ୍ଧି ଯୋଗୁ ପ୍ରତ୍ୟେକ ବୁଥରେ ୧୫୦୦ଭୋଟରଙ୍କୁ ରଖାଯିବାର ବ୍ୟବସ୍ଥ୍ଥା ହୋଇଛି। ଆଉ ୨୧୬ଟି ନୂଆ ବୁଥ୍ ସୃଷ୍ଟି କରିବାକୁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି। ଫଳରେ ରାଜ୍ୟରେ ଭୋଟ ବୁଥ୍ ସଂଖ୍ୟା ୩୭୬୦୬ରୁ ୩୭୮୦୯କୁ ବୃଦ୍ଧି ପାଇଛି ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।

BjD State Bjp Voters
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe