ଝାରସୁଗୁଡ଼ା ଉପନିର୍ବାଚନରେ ମତଦାନ ହାର ୭୫.୬୦%

ମୋଟ ୨୫୩ଟି ବୁଥ୍ ମଧ୍ୟରୁ ୫ଟି ବୁଥରେ ମତଦାନ ସନ୍ଧ୍ୟା ୭ଟା ପରେ ମଧ୍ୟ ଜାରି ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Jharsuguda by-election PhotoOR

ଝାରସୁଗୁଡ଼ା ଉପନିର୍ବାଚନରେ ମତଦାନ କରିବାକୁ ଆସିଥିବା ବରିଷ୍ଠ ନାଗରିକ

Ordigital Desk
  • Published: Wednesday, 10 May 2023
  • Updated: 10 May 2023, 09:15 PM IST

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ମତଦାନ ହାର ୭୫.୬୦% ରହିଛି । ମୋଟ ୨୫୩ଟି ବୁଥ୍ ମଧ୍ୟରୁ ୫ଟି ବୁଥରେ ମତଦାନ ସନ୍ଧ୍ୟା ୭ଟା ପରେ ମଧ୍ୟ ଜାରି ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଝାରସୁଗୁଡ଼ା ଉପନିର୍ବାଚନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବା ଜଣାପଡ଼ିଛି । ପୁରୁଷ ଭୋଟରଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଛନ୍ତି । ମୋଟ୍ ୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନରେ ମୋଟ ମତଦାନ ହାର ୭୮.୯୨% ରହିଥିଲା ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ କେତେକ ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁ ମତଦାନ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ସନ୍ଧ୍ୟା ୭ଟା ସୁଦ୍ଧା ମତଦାନ ହାର ୭୫.୬୦% ଥିବାବେଳେ ଆଉ ୫ଟି ବୁଥରେ ମତଦାନ ଜାରି ରହିଥିବା ଜଣାପଡ଼ିଛି । ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୮.୧୨%, ୩ଟା ସୁଦ୍ଧା ୫୫.୨୦% ରହିଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ହୋଇଛି । ମୋଟ ୨୫୩ଟି ବୁଥରେ ୧୮୧୪ଜଣ ପୁଲିସ କର୍ମୀ ଓ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ୨୬ଟି ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଥିଲା । ୧୧୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଥିଲା । ସମସ୍ତ ବୁଥରେ ପ୍ରଥମଥର ପାଇଁ ୱେବକାଷ୍ଟିଂ ହୋଇଥିଲା ।

Also Read

ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ତାରିଖରେ ଏହି ଭୋଟ ଗଣତି ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story