Advertisment

ଭୋଟ ଦେବେ ୯୭ କୋଟି ଲୋକ, ଶତାୟୁ ଭୋଟରଙ୍କ ସଂଖା ୨.୧୮ ଲକ୍ଷ

୯୬.୬ କୋଟି ଭୋଟରଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୪୯.୭ କୋଟି, ୪୭.୧ କୋଟି ମହିଳା ଭୋଟର ରହିଛନ୍ତି।

author-image
Hemant Lenka
Vote

Vote

ଦେଶର ୯୬.୬ କୋଟି ପଞ୍ଜୀକୃତ ଭୋଟର ଇଭିଏମ ଦବାଇ ପରବର୍ତ୍ତୀ ସରକାର ଗଠନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦.୫ ଲକ୍ଷ ଅଧିକ ବୁଥ ନିର୍ବାଚନ କମିଶନ ପକ୍ଷରୁ ସମଗ୍ର ଦେଶରେ ତିଆରି କରାଯିବ। ନିର୍ବାଚନକୁ ସୂଚାରରୂପେ ଶେଷ କରିବା ପାଇଁ ୧.୫ କୋଟି ପୁଲିଂ ଅଫିସର ନିଯୁକ୍ତ ହେବେ। ୫୫ ଲକ୍ଷ ଇଭିଏମ ଦ୍ୱାରା ଲୋକଙ୍କ ମତାଧିକାର ଗ୍ରହଣ କରାଯିବ। 

Advertisment

୯୬.୬ କୋଟି ଭୋଟରଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୪୯.୭ କୋଟି, ୪୭.୧ କୋଟି ମହିଳା ଭୋଟର ରହିଛନ୍ତି। ସେହିପରି ଟ୍ରାନ୍ସଜେଣ୍ତର ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ଥିବା ବେଳେ ଯୁବଭୋଟରଙ୍କ ସଂଖ୍ୟା ୧୯.୭୪ କୋଟି(୨୦ରୁ ୨୯ ବର୍ଷ) ରହିଛି।

ଏମାନଙ୍କ ମଧ୍ୟରୁ ୧.୮୨ କୋଟି ଯୁବଗୋଷ୍ଠୀ ପ୍ରଥମଥର ପାଇଁ ଭୋଟ ଦେବାକୁ ପଞ୍ଜୀକରଣ କରିଛନ୍ତି। ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୮୮.୪ ଲକ୍ଷ, ୮୫ ବର୍ଷ ବୟସରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା  ୮୨ ଲକ୍ଷ ଓ ଶତାୟୁ ଭୋଟରଙ୍କ ସଂଖ୍ୟା ୨.୧୮ ଲକ୍ଷ ରହିଛି। ୧୨ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ। 

Advertisment

୮୫ ବର୍ଷ ବୟସରୁ ଅଧିକ ବୟସ୍କ ଭୋଟର ଘରେ ବସି ମତଦାନ କରିପାରିବେ। ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ଭୋଟ ସଂଗ୍ରହ କରିବେ। ହେଲିକପ୍ଟର ଠାରୁ ଆରମ୍ଭ କରି ହାତୀର ବ୍ୟବହାର କରି ନିର୍ବାଚନ ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି। 

ଏହାବାଦ ସ୍ୱତନ୍ତ୍ର ମହିଳା ବୁଥ ବା ପିଙ୍କ ବୁଥ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସବୁଥର ଭଳି ପୋଷ୍ଟାଲ ଭୋଟ ବ୍ୟବସ୍ଥା ମଧ୍ୟ ହେବ। ନିର୍ବାଚନ କମିଶନର ତାରିଖ ଘୋଷଣା କରିବା ପୂର୍ବରୁ ବିଭିନ୍ନ ରାଜ୍ୟକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। କୌଣସି ଠିକା କର୍ମଚାରୀ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ନାହିଁ। ଆଜି ଲୋକସଭା ଓ କିଛି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିବା ବେଳେ ଏକଥା ରାଜୀବ କୁମାର କହିଛନ୍ତି। 

Lok Sabha Elections Lok Sabha Election Lok Sabha Elections 2024