Advertisment

ବୁଥ୍‌ରେ ଏମିତି କଥା କହିଦେଲେ ବିଜେଡି ବିଧାୟକ ପ୍ରାର୍ଥୀ, ଗାଳି କରି ବାହାର କରିଦେଲେ ଲୋକେ

ଆଉ ଦୁଇଟି ସ୍ଥାନରେ ବିଧାୟକଙ୍କୁ ଲୋକେ ବୁଥ୍‌ରେ ପଶିବାକୁ ଦେଇ ନଥିଲେ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Pramod Mallick

Pramod Mallick

Advertisment

ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ କଣ୍ଟାପଡ଼ା ବ୍ଲକ୍ ଡିମିରି ସ୍କୁଲ୍ ୧୦୯ ନମ୍ବର ବୁଥ୍‌କୁ ଯାଇଥିଲେ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ। ତେବେ ଲୋକେ ତାଙ୍କୁ ଗାଳିଗୁଲଜ କରି ବାହାର କରି ଦେଇଥିଲେ ବୋଲି ଜଣାପଡ଼ିଛି। ସେ ନିଜ ସପକ୍ଷରେ ମତଦାନ ପାଇଁ ଉପସ୍ଥିତ ଭୋଟରଙ୍କୁ ପ୍ରବର୍ତ୍ତାଇ ଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଡିମିରି ପଞ୍ଚାୟତ ସରପଞ୍ଚ ଅଭିଷକ ମହାପାତ୍ର କହିଛନ୍ତି, ପ୍ରମୋଦ ମଲ୍ଲିକ ତିନି ଥର ବିଧାୟକ ହୋଇଛନ୍ତି। କିନ୍ତୁ ଆମ ଅଞ୍ଚଳରେ କିଛି କାମ କରି ନାହାନ୍ତି। ତେଣୁ ଲୋକେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଆଜି ପ୍ରାୟ ସାଢ଼େ ୧୨ଟା ବେଳେ ସେ ୧୦୯ ନମ୍ବର ବୁଥ୍‌ରେ ପଶି କହିଥିଲେ- ‘ସବୁତ ମୋ ଲୋକ, ମୋତେ ଟିକେ ସମର୍ଥନ କରିବ’। ଏହା ଶୁଣି ଉପସ୍ଥିତ ଲୋକେ ରାଗି ଯାଇଥିଲେ। ସେମାନେ ବିଧାୟକଙ୍କୁ ଗାଳିଗୁଲଜ କରିଥିଲେ। ଏହା ପରେ ସେ ବୁଥ୍‌ରୁ ବାହାରି ଯାଇଥିଲେ।

ବିଧାୟକଙ୍କୁ ଲୋକେ ଗାଳି କରିବା ବେଳେ ତାଙ୍କର କିଛି ମୁଷ୍ଟିମେୟ ସମର୍ଥକ ବିରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲା। ତେବେ ପୁଲିସ୍ ଆସିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ବିଧାୟକ ସେଠାରୁ ଚାଲି ଯାଇଥିଲେ। ସୂଚନା ଅନୁଯାୟୀ, ବିଧାୟକ ଆସିବା ପୂର୍ବରୁ ସେହି ବୁଥ୍‌ରେ ସୁରୁଖୁରୁରେ ମତଦାନ ଚାଲିଥିଲା। ସେ ଆସିବା ପରେ କିଛି ସମୟ ପାଇଁ ସ୍ଥିତି ଅଶାନ୍ତ ହୋଇଯାଇଥିଲା। ସେ ପଳାଇବା ପରେ ପୁଣି ଲୋକେ ସୁରୁଖୁରୁରେ ମତଦାନ କରିଥିଲେ।

Advertisment

ଏହି ଘଟଣା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ଓ ନିଆଳି ବ୍ଲକ କୁଳଶ୍ରୀରେ ମଧ୍ୟ ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରିଥିଲେ ଲୋକେ। ତାଙ୍କୁ ବୁଥ୍‌ ଭିତରକୁ ଯିବାକୁ ଦେଇ ନଥିଲେ।

2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe