Advertisment

ସୌଭିକଙ୍କ ଏରିଆର ଲୋକେ କହିଲେଣି, ଏଥର ଭୋଟ ବର୍ଜନ

ବିଜେଡି ଯୁବ ବିଧାୟକ ସୌଭିକ ବିଶ୍ବାଳଙ୍କ ଅଞ୍ଚଳରୁ ଆସିଲାଣି ଭୋଟ ବର୍ଜନର ଧମକ।

Advertisment

ବିଜେଡି ଯୁବ ବିଧାୟକ ସୌଭିକ ବିଶ୍ବାଳଙ୍କ ଅଞ୍ଚଳରୁ ଆସିଲାଣି ଭୋଟ ବର୍ଜନର ଧମକ। ସହି ସହି ଅତିଷ୍ଠ ହୋଇପଡିଲେଣି ଭୋଟର। ଆସୁଛି ସମୟ, ଉଚିତ ଜବାବ ଦେବେ ଭୋଟର । କଟକ ଜିଲ୍ଲା ଚୌଦ୍ବାର ନିର୍ବାଚନମଣ୍ଡଳୀର ଓ.ଟି.ଏମ୍ କଲୋନୀ ବାସିନ୍ଦାଙ୍କ କଥା ଶୁଣିଲେ, ଆପଣ ମୁଣ୍ଡରେ ହାତ ଦେବେ । ଦୁର୍ଗନ୍ଧରେ ନାକ ଫାଟୁ ପଡୁଛି, ଝରକା-କବାଟ ଦେଇ ଲୋକେ ଖାଦ୍ୟ ଖାଉଛନ୍ତି। ଖରାଦିନରେ ଅସହ୍ୟ ଗରମରେ ଛୋଟ ଛୋଟ ପିଲାମାନେ ଚିତ୍କାର କରିବାର ସ୍ବର ବାପା-ମାଆ ଶୁଣିଛନ୍ତି। ବିଦ୍ୟୁତ କାଟ ଯୋଗୁ ଅସ୍ତବ୍ୟସ୍ତ କଲୋନୀ ବାସିନ୍ଦା। କହି କହି ଥକିପଡ଼ିଲେଣି କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନି। ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଗାଁ ଗାଁରେ ପଲଟିକାଲ ଖଟି' ରେ ଓ.ଟି.ଏମ୍ କଲୋନୀ ବାସିନ୍ଦା କହିଲେ, ସେମାନଙ୍କ ଦୁଃଖ ।

Advertisment
Cuttack BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe