Advertisment

ଆରମ୍ଭରୁ ଇଭିଏମ୍ ଅଚଳ,ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପିଟଣାପଲ୍ଲୀ ଗାଁ ୬୦ନମ୍ବର ବୁଥ୍‌ରେ ମତଦାନ ବିଳମ୍ବ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vote

Vote

ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ ଲୋକସଭା ଆସନ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ଇଭିଏମରେ ତ୍ରୁଟି ଯୋଗୁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି।

Advertisment

ବରଗଡ଼ ଜିଲ୍ଲାର ହାଟପଦା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ୯୨ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି। ଫଳରେ ଅଧଘଣ୍ଟା ଧରି ମତଦାନ ପ୍ରକ୍ରିୟା ବନ୍ଦ ରହିଥିଲା। ଇଭିଏମକୁ ଠିକ୍ କରିବା ପରେ ମତଦାନ ଆରମ୍ଭ ହୋଇଥିଲା।

ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପିଟଣାପଲ୍ଲୀ ଗାଁ ୬୦ନମ୍ବର ବୁଥ୍‌ରେ ମତଦାନ ବିଳମ୍ବ ହୋଇଛି।ଫଳରେ ଭୋଟ୍‌ ଦେବାକୁ ଆସିଥିବା ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୧ ନମ୍ୱର ବୁଥ ଓ ସଇଁତଳା ବ୍ଲକ କୁଆରଗାଁ ୧୫୧ ନମ୍ବର ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି।ଫଳରେ ମତଦାନ ବନ୍ଦ ରହିଛି।  ମତଦାନ ମନ୍ଦ ରହିବା ଯୋଗୁ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ବୁଥ ପରିସରରେ  ମଧ୍ୟ ଚାପା ଉତ୍ତେଜନା ଦେଖା ଦେଇଛି। ସୋନପୁର ଜିଲ୍ଲା ବିନିକା ଓରିଗାଁ ୧୭ନମ୍ବର ବୁଥ୍‌ରେ ବି ଇଭିଏମ୍ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି।

Odisha Assembly Election 2024 General Election 2024