Advertisment

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ

ବିଜେପିର ସର୍ବାଧିକ ୨୦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

Rajya sabha

Rajya sabha

Advertisment

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ହେବ ଭୋଟ। ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥ। ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି।

Advertisment

ବିଜେପିର ସର୍ବାଧିକ ୨୦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଏଲ୍. ମୁରୁଗନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ବିନା ଭୋଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସାରିଛନ୍ତି। ଓଡ଼ିଶାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ।

ତେବେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ରାଜ୍ୟସଭା ସିଟ୍ ପାଇଁ ଆଜି ଚାଲିବ ଛକାପଞ୍ଝା। ୟୁପିରେ ୧୦ଟି ସିଟ୍ ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ବିଜେପି ୮ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ, ସମାଜବାଦୀ ପାର୍ଟିରୁ ୩ ଜଣଙ୍କୁ ଟିକେଟ ଦିଆଯାଇଛି।
କର୍ଣ୍ଣାଟକରେ ୪ଟି ସିଟ ପାଇଁ ୫ ଜଣ ପ୍ରାର୍ଥୀ ଆଶାୟୀ ଅଛନ୍ତି। କଂଗ୍ରେସରୁ ୩ଜଣ ଏବଂ ବିଜେପି ଓ ଜେଡିଏସରୁ ଜଣେ ଲେଖାଏଁ ପ୍ରାର୍ଥୀ। ହିମାଚଳ ପ୍ରଦେଶରେ ଗୋଟିଏ ସିଟ ପାଇଁ ମୁହାଁମୁହିଁ ହେବେ ବିଜେପିର ହର୍ଷ ମହାଜନ ଏବଂ କଂଗ୍ରେସର ଅଭିଷେକ ମନୁ ସିଂହଭି।

Advertisment

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଗତକାଲି ଅନୁଷ୍ଠିତ ହୋଇଥିଲା NDA ବିଧାୟକ ଦଳର ଷ୍ଟ୍ରାଟେଜୀ ମିଟିଂ। ଅନ୍ୟପକ୍ଷରେ କର୍ଣ୍ଣାଟକରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ବେଙ୍ଗଳୁରୁ ସ୍ଥିତ ହୋଟେଲରେ ରଖିଛି ଦଳ।

Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe