Advertisment

ପ୍ରକାଶ ପାଇଲା ୬ ଲୋକସଭା କ୍ଷେତ୍ରର ନିର୍ବାଚନ ସମୟ; କେତେବେଳେ କେଉଁଠି ଭୋଟ୍ ପଢ଼ନ୍ତୁ?

ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଛିଟା ସମୟ ପରିବର୍ତ୍ତନ କରାଯାଇଛି।

author-image
Tapaswini Nayak
Vote

Vote

ପ୍ରକାଶ ପାଇଛି ୬ ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ। କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ୍ ହେବ।

Advertisment

ଏହି ୫ ଲୋକସଭା କ୍ଷେତ୍ର ଓ ଏହା ଅର୍ନ୍ତଭୁକ୍ତ ସମସ୍ତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ ସାବ୍ୟସ୍ତ କରିବେ ଭୋଟର୍।

ତେବେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଛିଟା ସମୟ ପରିବର୍ତ୍ତନ କରାଯାଇଛି। କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଭୋଟ୍ ସମୟ ନିର୍ଦ୍ଦାରଣ କରାଯାଇଛି। 

Advertisment

ଦେବଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍ ଦେଇ ହେବ। ରେଙ୍ଗାଲି, ସମ୍ବଲପୁର, ଛେଣ୍ଡିପଦା, ଆଠମଲ୍ଲିକରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ।

Election