Advertisment

'ମାଫିଆଙ୍କ ଅଧୀନରେ ଅଛି ୱାକଫ ବୋର୍ଡ', ଲୋକସଭାରେ ସଂଶୋଧନ ବିଲ୍ ଆଗତ

ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଆଗତ କରାଯାଇଛି।

author-image
Debibandita Barick
Kiran Rijiju

Kiran Rijiju

ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2024 ଉପସ୍ଥାପିତ କରିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଆଗତ କରାଯାଇଛି। ଏହି ବିଲ୍ ଆଗତ ହେବା ମାତ୍ରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ।

Advertisment

ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏବଂ ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓୱେସିଙ୍କ ଦଳ ଏହି ବିଲ୍ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି। ଧର୍ମ ଆଧାରରେ ଦେଶକୁ ଦୁଇ ଭାଗ କରିବା ଉଦ୍ଦେଶ୍ୟରେ ଏହା କରାଯାଉଥିବା ବିରୋଧୀ କହିଛନ୍ତି। ଏଥିସହ ୱାକଫ ସମ୍ପତ୍ତି ଜବତ ଏବଂ ଏହି ବିଲ୍ ମୁସଲମାନଙ୍କର ଶତ୍ରୁ ବୋଲି ଓୱେସି କହିଛନ୍ତ।

ଏହାର ଜବାବ ଦେଇ ରିଜିଜୁ କହିଛନ୍ତି, "ବିରୋଧୀ ଭୋଟ୍ ବ୍ୟାଙ୍କ ପାଇଁ ଏହି ସଂଶୋଧନକୁ ବିରୋଧ କରୁଛନ୍ତି। ୱାକଫର ଭିତ୍ତିଭୂମି ଠିକ୍ ନଥିଲା, ୱାକଫ ବୋର୍ଡ ବର୍ତ୍ତମାନ ମାଫିଆଙ୍କ ଅଧୀନରେ ରହିଛି। ତେଣୁ ଏଥିରେ ସଂଶୋଧନ ଅଣାଯିବା ନିହାତି ଆବଶ୍ୟକ। ଏହା କୌଣସି ଧାର୍ମିକ ଅନୁଷ୍ଠାନର ସ୍ୱାଧୀନତାରେ ହସ୍ତକ୍ଷେପ କରିବ ନାହିଁ, ବରଂ ଅଧିକାର ଦେବ।"

Advertisment

ସେ କହିଛନ୍ତି ଯେ, ଅନେକ ସାଂସଦ ତାଙ୍କୁ ବ୍ୟକ୍ତିଗତ ଭାବେ ଏହି ସଂଶୋଧନକୁ ସମର୍ଥନ କରୁଥିବା ଜଣାଇଛନ୍ତି। କିନ୍ତୁ ଦଳ ଏହାକୁ ବିରୋଧ କରୁଥିବାରୁ ସେମାନେ ସମର୍ଥନ ଜଣାଇ ପାରୁନାହାନ୍ତି। କିନ୍ତୁ ସେ ସାଂସଦମାନଙ୍କ ନାମ କହିପାରିବେ ନାହିଁ ବୋଲି ରିଜିଜୁ କହିଛନ୍ତି। 

ପ୍ରକାଶ ଥାଉକି, ୱାକଫ ସଂଶୋଧନ ବିଲ୍ ମାଧ୍ୟମରେ ପୁରୁଣା ନିୟମରେ ଥିବା ପ୍ରାୟ 40ଟି ପରିବର୍ତ୍ତନ ପାଇଁ ଦାବି ଉପସ୍ଥାପିତ ହୋଇଛି। 1995 ଏବଂ 2013ର ୱାକଫ୍ ନିୟମରେ ସଂଶୋଧନ କରାଯିବ। ଏହି ବିଲରେ 1995ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ 1995 ରଖାଯିବ।

ଏହି ବିଲ୍‌ରେ ଦର୍ଶାଯାଇଛି ଯେ 1995 ଏବଂ 2013 ର ଆଇନ ସତ୍ତ୍ୱେ ରାଜ୍ୟ ୱାକଫ ବୋର୍ଡର କାର୍ଯ୍ୟରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନାହିଁ ଏବଂ ୱାକଫ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତାର ଅଭାବ ରହିଛି। ତେଣୁ ସଂଶୋଧନ ମାଧ୍ୟମରେ ଏସବୁର ସୁଧାର ଆଣିବାକୁ କେନ୍ଦ୍ର ସରକାର ଏହି ବିଲ୍ ଉପସ୍ଥାପନ କରିଛନ୍ତି। 

Parliament Session Waqf Board Waqf Board Amendment Bill Kiran Rijiju