ବବିଙ୍କ ଟ୍ୱିଟ୍ : ଅଶୋକ ଦାସଙ୍କ କଥା ମନେ ପକାଇ ବର୍ଷିଲେ ସୂର୍ଯ୍ୟବଂଶୀ ଓ ମହାଲିଙ୍ଗ

ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାବ୍ୟକ୍ତ କରିଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଟ୍ୱିଟ୍ କରି ଓଡ଼ିଶା ଆସି ଧର୍ମେନ୍ଦ୍ର ହିଂସା ପାଇଁ ତାଙ୍କ ଦଳର ନେତାମାନଙ୍କୁ ଉତ୍ସାହିତ କରିବା ଭଳି କଥା କହୁଥିବା ଉଲ୍ଲେଖ କରିଛନ୍ତି ।

BJD and BJP PhotoOR

ବିଜେଡି ଓ ବିଜେପି ପତାକା

Ordigital Desk
  • Published: Monday, 06 March 2023
  • Updated: 06 March 2023, 10:29 PM IST

Sports

Latest News

ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାବ୍ୟକ୍ତ କରିଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଟ୍ୱିଟ୍ କରି ଓଡ଼ିଶା ଆସି ଧର୍ମେନ୍ଦ୍ର ହିଂସା ପାଇଁ ତାଙ୍କ ଦଳର ନେତାମାନଙ୍କୁ ଉତ୍ସାହିତ କରିବା ଭଳି କଥା କହୁଥିବା ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ସୂରଜ ସୂର୍ଯ୍ୟବଂଶୀ କଡ଼ା ଭାଷାରେ ଟ୍ୱିଟ୍ କରି ବବିଙ୍କୁ ଜବାବ ଦେଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ମୂଳ ବିଷୟରେ ଉତ୍ତର ନରଖି ରାଜ୍ୟର ଯୁବ ସମାଜକୁ ଭ୍ରମିତ କରୁଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ଚିନ୍ତାଜନକ ଥିବା ବେଳେ ଯାଜପୁରର ନଗଡା ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଟ୍ୱିଟ୍ କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି । ସେହିପରି ଶାସକ ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ଅପରାଧିକ ମାମଲା ନେଇ ଶ୍ରୀ ଦାସ ଚୁପ୍ କାହିଁକି ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରଶ୍ନ କରିଛନ୍ତି ।

Also Read

ଶ୍ରୀ ମହାଲିଙ୍ଗ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ “ବାବୁ, ଆମ ବକ୍ତବ୍ୟକୁ ଆପଣ ଠିକ ଭାବେ ଶୁଣିନଥିଲା ଭଳି ମନେହେଉଛି । ଯେଉଁ ସମ୍ବେଦନଶୀଳ କଥା ଉଠିଛି, ତାର ଉତ୍ତର ନରଖି ଆପଣ କଥାକୁ ବୁଲେଇ ରାଜ୍ୟର ଯୁବ ସମାଜକୁ ଭ୍ରମିତ କରୁଛନ୍ତି । ରାଜ୍ୟରେ ମହିଳା, ଗର୍ଭବତୀ ମହିଳା, ବାଳିକା, ନବଜାତ ଶିଶୁ ତଥା ଅନାହାର ଏବଂ ଅପପୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଥିଲା । ତାକୁ ନିଜ ସୁବିଧା ଅନୁସାରେ ଏଡାଇ ଦେବା ପାଇଁ ଆପଣ ଚତୁରତାର ସହ ପ୍ରୟାସ କରିଛନ୍ତି । ଆପଣଙ୍କ ଜିଲ୍ଲା ଯାଜପୁରର ନଗଡ଼ା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ବବି ବାବୁ ଦିନରେ ଲଣ୍ଠନ ଦେଖାଇବାର ଚେଷ୍ଟା କରୁଛନ୍ତି । ରାଜନୀତିରେ ହାରିବା ଜିତିବା ଲାଗି ରହେ । ଗତ ୨୦୧୯ ନିର୍ବାଚନରେ ଦିଲ୍ଲୀର ଚାବିକାଠି ରଖିବା ଦମ୍ଭ ଦେଖାଇ ୨୧ ରୁ ୨୧ ଲୋକସଭା ଆସନ ହାତେଇବା ପାଇଁ ପ୍ରଚାର କରିଥିଲେ । କିନ୍ତୁ ଭୋଟରମାନେ ବିଜେପିକୁ ୮ଟି ଲୋକସଭା ଆସନରେ ଜିତାଇଥିଲେ । ବିଜେପି ୨୦୧୯ ନିର୍ବାଚନରେ ୯୧ ଲକ୍ଷ ୨୯ ହଜାର ୭୭୩ ଖଣ୍ଡ ଭୋଟ ପାଇଥିଲା ବୋଲି ସେ ବବିଙ୍କୁ ମନେ ପକାଇ ଦେଇଛନ୍ତି । ବବିଙ୍କ ବାପା ମଧ୍ୟ ଶେଷ ନିର୍ବାଚନ କିପରି ଭାବରେ ହାରିଥିଲେ ତାହା ତାଙ୍କର ମନେ ଥିବ ବୋଲି ମହାଲିଙ୍ଗ କହିଛନ୍ତି । ଗତକାଲି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀକୁ ବିଜୁ ଜନତା ଦଳ ଧୂମଧାମରେ ପାଳନ କଲା । ସେ ମଧ୍ୟ ୧୯୭୧ ମସିହାରେ ଗୋଟିଏ ଥର ୫ଟି ଯାଗାରେ ନିର୍ବାଚନ ଲଢି ହାରିଥିଲେ । ତାଙ୍କ ପ୍ରତି କ’ଣ ଜନସମର୍ଥନ ନଥିଲା ନା ସେ ଲୋକପ୍ରିୟ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଟ୍ୱିଟ୍ କରି କହିଛନ୍ତି ଯେ ବବି ଭାଇ, ଆପଣଙ୍କ ପିତା ଅଶୋକ ଦାସ ଛାତ୍ରାବସ୍ଥାରେ ରାଜନୀତିକୁ ଆସିଥିଲାବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ ସେତେବେଳର ସରକାର ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ କରିଥିଲା । ତା’ମାନେ ସେ କ’ଣ ଅପରାଧି ହୋଇଯାଇଥିଲେ ? ଏ ବିଷୟରେ ଆପଣ ଘରର ଗୁରୁଜନମାନଙ୍କୁ ପଚାରି ବୁଝିଲେ ଉଚିତ୍ ହେବ । ଆପଣ ଏବଂ ଆପଣଙ୍କ ମୁଖ୍ୟମନ୍ତ୍ରୀ ରାଜନୈତିକ ସଂଘର୍ଷ ବିନା କ୍ଷମତାକୁ ଉପଭୋଗ କରୁଛନ୍ତି । ଆପଣ ମୂଳ କଥାର ଉତ୍ତର ନଦେଇ ଯେଉଁ କଥା ଗୁଡ଼ିକ କହିଛନ୍ତି ଓଡ଼ିଶାବାସୀ ତା’ର ସତ୍ୟତା ଭଲ ଭାବେ ଜାଣିଛନ୍ତି । ଆମର ବିରୋଧୀ ଦଳର ନେତା, ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆପଣଙ୍କ ସରକାର ମିଛ କେସରେ ଫସାଇ ଅପରାଧୀ କହୁଛନ୍ତି । ଆଉ ଆପଣଙ୍କ ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ହତ୍ୟା, ଧର୍ଷଣ, ଡକାୟତି, ଅପହରଣ ଭଳି ସଙ୍ଗୀନ ଅପରାଧୀକ ମାମଲା ରହିଛି । ଏହା ଉପରେ ଆପଣ କିଛି କହୁନାହାନ୍ତି କାହିଁକି ବୋଲି ସେ ଟ୍ୱିଟ୍ କରି ବବିଙ୍କୁ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story