Advertisment

ମମତାଙ୍କୁ ଆମେ ଭିକ ମାଗୁନୁ...ବର୍ଷିଲା କଂଗ୍ରେସ

ସିଟ୍‌ ଭାଗ ବଣ୍ଟାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ।

author-image
Madhupriya Mistry
Adhir Ranjan and Mamata Banarjee

Adhir Ranjan and Mamata Banarjee

ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ୍ ଚାଲିନି। ସିଟ୍‌ ସେୟାରିଂକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ପଶ୍ଚିମବଙ୍ଗରେ କଂଗ୍ରେସ ମାତ୍ର ୨ଟି ସିଟ୍‌ ଅଫର୍ କରାଯାଇଥିବାକୁ ନେଇ ଟିଏମ୍‌ସି ଉପରେ ବର୍ଷିଛି କଂଗ୍ରେସ।

Advertisment

ରିପୋର୍ଟ ମୁତାବକ, ବୁଧବାର ଦିନ ତ୍ରୁଣମୂଳ କଂଗ୍ରେସ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ କଂଗ୍ରେସକୁ ଆଗାମୀ ଲୋକସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ କେବଳ ଦୁଇଟି ସିଟ୍‌ ଦେବ ବୋଲି ଏକ ସୂତ୍ରରୁ ଜଣାପଡିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସିଟ୍‌ ଭାଗ ବଣ୍ଟାକୁ ନେଇ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି, 'ଆମେ ମମତାଙ୍କୁ ଭିକ ମାଗୁନୁ। ଆମକୁ ତାଙ୍କ ଦୟାର ଆବଶ୍ୟକତା ନାହିଁ। ମମତା ନିଜେ ମେଣ୍ଟ ଚାହୁଁଥିବା କଥା କହିଛନ୍ତି। ଆମେ ନିଜ ଦମ୍‌ରେ ନିର୍ବାଚନ ଲଢ଼ିପାରିବୁ। ମମତା ପ୍ରକୃତରେ ମେଣ୍ଟ ଚାହୁଁନାହାନ୍ତି। ସେ ମୋଦିଙ୍କ ସେବାରେ ବ୍ୟସ୍ତ ଅଛନ୍ତି।'

Advertisment

୨୦୧୯ ଲୋକସଭା ନିର୍ବାଚନ ବେଳେ ଟିଏମ୍‌ସି ରାଜ୍ୟରେ ୪୩ ପ୍ରତିଶତ ଭୋଟ ପାଇଥିଲା ଓ ୨୨ଟି ଆସନରେ ଜିତିଥିଲା। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ପ୍ରମୁଖ ଦଳକୁ ସିଟ୍‌ ବଣ୍ଟନ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଉ ବୋଲି ଟିଏମ୍‌ସି ଚାହୁଁଛି।

ସୂତ୍ର ଅନୁଯାୟୀ ସିଟ୍‌ ବଣ୍ଟନ ସଂଖ୍ୟା ଏକ ସ୍ପଷ୍ଟ ଫର୍ମୁଲା ଉପରେ ଆଧାରିତ। ଯେଉଁଥରେ ସଂସଦୀୟ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଆକଳନ ସାମିଲ ରହିଛି। ଗତ ଲୋକସଭା ନିର୍ବାଚନରେ ​​କଂଗ୍ରେସ ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ​​ଏଥିରୁ କେବଳ ମାଲଦା ଦକ୍ଷିଣ ଏବଂ ବରହମପୁର ଦୁଇଟି ସିଟ୍ ଜିତି ପାରିଥିଲା କଂଗ୍ରେସ। ସବୁଠୁ ପୁରୁଣା ଦଳକୁ ମାତ୍ର ୫.୬୭ ପ୍ରତିଶତ ଭୋଟ ମିଳିଥିଲା, ଯାହା ସିପିଆଇଏମ୍‌ ଠାରୁ ମଧ୍ୟ କମ୍‌ ଥିଲା।

Congress Mamata Banerjee TMC