Advertisment

ଆମେ କେବଳ ରାମଙ୍କୁ ଆଣିନୁ, ରାମ ନାମ ସତ୍ୟ ହେ ମଧ୍ୟ କରିଛୁ: କାହିଁକି ଏମିତି କହିଲେ ଆଦିତ୍ୟନାଥ

ଆମେ କେବଳ ଅଯୋଧ୍ୟାକୁ ଭଗବାନ ରାମଙ୍କୁ ଆଣି ନାହୁଁ, ବରଂ ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କର ରାମ ନାମ ସତ୍ୟ ହେ ମଧ୍ୟ କରିଛୁ ବୋଲି ଯୋଗୀ କହିଛନ୍ତି।

author-image
Hemant Lenka
Yogi

Yogi

ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତର ପ୍ରଦେଶ ସରକାର ଝିଅ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଲିଗଡ଼ ଠାରେ ଆୟୋଜିତ ଗୋଟିଏ ନିର୍ବାଚନ ରାଲିରେ ଦାବି କରିଛନ୍ତି।

Advertisment

ସେ ବିଶାଳ ସମାବେଶକୁ ସମ୍ବୋଧନ କରି କହିଛନ୍ତି, “ଉତ୍ତର ପ୍ରଦେଶରେ ଝିଅମାନେ ରାତି ବେଳା ସୁରକ୍ଷିତ ଭାବେ ଯାତାୟାତ କରିପାରିବେ ବୋଲି କିଏ ଭାବିଥିଲେ?

ବର୍ତ୍ତମାନ ଏହା ସମ୍ଭବ ହୋଇପାରିଛି। ଆମେ ଗୋଟିଏ ସଶକ୍ତ ବାର୍ତ୍ତା ପଠାଇବାକୁ ସକ୍ଷମ ହୋଇଛୁ। ଆମେ କେବଳ ଅଯୋଧ୍ୟାକୁ ଭଗବାନ ରାମଙ୍କୁ ଆଣି ନାହୁଁ, ବରଂ ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କର ରାମ ନାମ ସତ୍ୟ ହେ ମଧ୍ୟ କରିଛୁ।”

Advertisment

ଆଲିଗଡ଼ ଲୋକସଭାରେ ବିଜେପି ପ୍ରାର୍ଥୀ ହୋଇଥିବା ସତୀଶ ଗୌତମଙ୍କ ପ୍ରଚାର ଆଦିତ୍ୟନାଇ ଜୋରଦାର ଢଙ୍ଗରେ କରିଛନ୍ତି। ପ୍ରଚାର ବେଳେ ସେ କହିଛନ୍ତି, “୨୦୧୪ ଓ ୨୦୧୭ ପୂର୍ବରୁ ବ୍ୟବସାୟୀମାନେ ମଧ୍ୟ ଭୟରେ ରହୁଥିଲେ। କାରଣ ସେମାନଙ୍କୁ ଅପରାଧୀଙ୍କ ଧମକ ମିଳୁଥିଲା। ବର୍ତ୍ତମାନ ଆମେ ରାମଙ୍କ ନାଁ ନେଇ ରହୁଛେ ଓ ସମସ୍ତ ପ୍ରକାରର ଅପରାଧିକ ତତ୍ତ୍ୱର ମୂଳପୋଛ କରିଛେ।

ଉତ୍ତର ପ୍ରଦେଶ ସାଂପ୍ରଦାୟିକ ହିଂସାରୁ ମୁକ୍ତି ପାଇଛି। କର୍ଫ୍ୟୁ ଲାଗୁ ହେଉ ନାହିଁ। କାଉଁଡିଆ ଯାତ୍ରା କୌଣସି ବାଧାର ସମ୍ମୁଖୀନ ହେଉନାହିଁ। ଏପରି ଶାନ୍ତି ଓ ବିକାଶର ଧାରା ବଜାୟୀ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ପାଇଁ ନିର୍ବାଚିତ କରିବାକୁ ପଡ଼ିବ।”

ହୋଲିର ଉଦାହରଣ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ବିଭିନ୍ନ ଉତ୍ସବ ଏବେ ଅତ୍ୟନ୍ତ ଶାନ୍ତିର ସହ ଆୟୋଜନ କରାଯାଉଛି। ପୂର୍ବରୁ ୟୁପି କେବଳ ହିଂସା ଓ ଅପରାଧ ପାଇଁ ଜଣାଶୁଣା ଥିଲା। କିନ୍ତୁ ଏବେ ରାଜ୍ୟ ଉତ୍ସବର ମାଟି ପାଲଟିଛି।

ଏଠାରେ ରାମ ଉତ୍ସବ, ରଙ୍ଗ ଉତ୍ସବ, ଦେବ ଦୀପାବଳି, ଦୀପ ଉତ୍ସବ, କୃଷ୍ଣ ଉତ୍ସବ ପାଳନ ହେଉଛି। ଏହା ନୂଆ ଉତ୍ତର ପ୍ରଦେଶ। କେହି କ’ଣ ଭାବିଥିଲେ ଯେ ଗରିବ ଲୋକମାନେ ମାଗଣାରେ ରାସନ, ଘର ଓ ସ୍ୱାସ୍ଥ୍ୟ ସେବା ଏଠାରେ ପାଇପାରିବେ?

ଆଜି ସ୍ଥାନୀୟ ହସ୍ତଶିଳ୍ପୀ ଓ ସ୍ଥପତିମାନେ ମଧ୍ୟ ସମ୍ମାନ ପାଉଛନ୍ତି। ବାର୍ସନା ଓ ବୃନ୍ଦାବନରେ ପାଳନ ହେଉଥିବା ହୋଲି ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ଚଳିତ ବର୍ଷ ହୋଲିରେ ବାର୍ସନାକୁ ୧୦ ଲକ୍ଷ ଲୋକ ଆସିଥିଲେ।

୨୦୧୭ ପୂର୍ବରୁ ଏଠାକୁ ଅତି ବେଶୀରେ ୨୦ରୁ ୨୫ ହଜାର ଲୋକ ଆସୁଥିଲେ। ୫୦୦ ବର୍ଷ ପରେ ରାମ ଲଲା ମଧ୍ୟ ହୋଲି ଖେଳିଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

CM Yogi Adityanath Lok Sabha Election 2024